ଆଜି ୧୭ ନଭେମ୍ବର ୨୦୨୫, ସୋମବାର। ତିଥି: ମାର୍ଗଶିର କୃଷ୍ଣ ତ୍ରୟୋଦଶୀ। ନକ୍ଷତ୍ର: ଚିତ୍ରା। ଚନ୍ଦ୍ର: କନ୍ୟା। ସୋମ ପ୍ରଦୋଷ ବ୍ରତ, ଶ୍ରୀମାଙ୍କ ମହାପ୍ରୟାଣ ଦିବସ, ଲାଲା ଲଜପତ ରାୟଙ୍କ ତିରୋଧାନ ଦିବସ। ସୂର୍ଯ୍ୟୋଦୟ: ୬ଟା, ସୂର୍ଯ୍ୟାସ୍ତ: ୫ଟା୩। ଘାତଚନ୍ଦ୍ର: ବୃଷ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟାରୁ ୭ଟା୨୨, ଦିବା ୮ଟା୫୬ରୁ ୧୧ଟା୯, ରାତ୍ରି ୭ଟା୩୮ରୁ ୯ଟା୫୪, ରାତ୍ରି ୨ଟା୩୩ରୁ ୩ଟା୩୫ ପର୍ଯ୍ୟନ୍ତ।
ମେଷ: ଆପଣଙ୍କର ସକାରାତ୍ମକତା ବଜାୟ ରହିବ। କାମରେ ମନ ଲାଗିବ। ବ୍ୟବସାୟ କରୁଥିବା ମହିଳାଙ୍କର ଆୟରେ ବୃଦ୍ଧି ହେବ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ।
ବୃଷ: ସଠିକ୍ ଯୋଜନା ଦ୍ବାରା ନିଜ କ୍ୟାରିଅରରେ ପରିବର୍ତ୍ତନ ଆଣିବେ। ଗଣମାଧ୍ୟମ କର୍ମଚାରୀ ସୁବର୍ଣ୍ଣ ସୁଯୋଗ ପାଇବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।
ମିଥୁନ: ବନ୍ଧୁବର୍ଗଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। ନକାରାତ୍ମକ ଜିନିଷ ଠାରୁ ଦୂରରେ ରହନ୍ତୁ। କ୍ୟାରିଅର ନେଇ ଗୁରୁଙ୍କ ଠାରୁ ସହଯୋଗ ପାଇବେ।
କର୍କଟ: ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅସହାୟଙ୍କୁ ଭୋଜନ କରାନ୍ତୁ ମନ ଭଲ ରହିବ। ଅଫିସରେ ନୂଆ ଦାୟିତ୍ବ ଗହଣ କରିବେ।
ଆହୁରି ପଢ଼ନ୍ତୁ: Bihar Elections: ଏନଡିଏ ସରକାରରେ ଭାଗବଣ୍ଟା ଚୂଡ଼ାନ୍ତ !
ସିଂହ: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଆପଣଙ୍କ କାମ କରିବା କଳାରେ ଲୋକେ ପ୍ରଭାବିତ ହେବେ। ବିଦ୍ୟାର୍ଥୀ ଲକ୍ଷ୍ୟ ପ୍ରାପ୍ତି ଲାଗି ଶିକ୍ଷକଙ୍କର ସହଯୋଗ ପାଇବେ।
କନ୍ୟା: ବଡ଼ ଭାଇ ଆପଣଙ୍କ ସହିତ କୌଣସି ବିଷୟରେ ଚର୍ଚ୍ଚା କରିବେ। ଜମିବାଡ଼ି କିଣିବା ଲାଗି ବାରମ୍ବାର ଯାଆସ କରିବାକୁ ପଡ଼ିପାରେ। ରାଜନେତା ବିରୋଧର ସମ୍ମୁଖୀନ ହୋଇପାରନ୍ତି।
ତୁଳା: ଖଣିଜ ପଦାର୍ଥ ବ୍ୟବସାୟୀଙ୍କର ଭଲ ଲାଭ ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଅଜଣା ବ୍ୟକ୍ତିଙ୍କ ସହିତ ବିବାଦ କରନ୍ତୁ ନାହିଁ।
ବିଛା: ପୈତୃକ ସଂପତ୍ତି ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନ ସହିତ ସମ୍ବନ୍ଧରେ ମଧୁରତା ଆସିବ। ବାଣିଜ୍ୟ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।
ଆହୁରି ପଢ଼ନ୍ତୁ: Maoists Surrender: କଣ୍ଟ ପୂରୁଛି, ମାଓବାଦୀଙ୍କର ଭୟ ବଢୁଛି
ଧନୁ: ଅନ୍ୟକୁ ଯଥାସମ୍ଭବ ସାହାଯ୍ୟ କରିବେ। ପାରିବାରିକ ଜୀବନରେ ଭଲ ତାଳମେଳ ରହିବ। ଗଣମାଧ୍ୟମରେ ଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇପାରନ୍ତି।
ମକର: ଶାନ୍ତ ମନରେ ଦିନଟି ଆରମ୍ଭ କରିବେ। ବିଶେଷ କାମରେ ବାଧା ଆସିବ, ହେଲେ ସନ୍ଧ୍ୟା ସୁଦ୍ଧା ଦୂର ହୋଇଯିବ। ମହିଳା ଅନ୍ଲାଇନ୍ରେ ଯୋଗର ତାଲିମ ନେଇ ପାରନ୍ତି।
କୁମ୍ଭ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଖୁସି ଖବର ପାଇବେ। ରୋଜଗାରର ନୂଆ ଅବସର ଅଛି।
ମୀନ: ଜମିବାଡ଼ି ସମ୍ବନ୍ଧୀୟ କାମ ବାରମ୍ବାର ଯାଆସ ପରେ ହୋଇଯିବ। ଅସହାୟଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ଦର୍ଜୀ ଗ୍ରାହକଙ୍କ ଠାରୁ ଭଲ ଲାଭ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)