10 killed in train accident Photograph: (sambad.in)
ବିଳାସପୁର: ଛତିଶଗଡ଼ ବିଲାସପୁର ଲାଲଖାଦାନ ନିକଟରେ ଟ୍ରେନ ଟ୍ରାଜେଡି ଘଟଣା । ମାଲବାହୀ ଟ୍ରେନକୁ ଯାତ୍ରବାହୀ ଟ୍ରେନ୍ ଧକ୍କା ଦେବା ପରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସମୟର ସବୁଠାର ବଡ଼ ଖବର । ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାଲବାହୀ ଟ୍ରେନକୁ ମେମୁ ଟ୍ରେନଟି ପଛରୁ ମାଡ କରିବା ପରେ ଟ୍ରେନଟି ମାଲବାହୀ ଟ୍ରେନ ଉପରେ ଚଢିଯିବା କାରଣରୁ ଟ୍ରେନର ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋପାଇଲଟ ଏବଂ ଟ୍ରେନ୍ ମ୍ୟାନେଜରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ମାଲବାହୀ ଟ୍ରେନ୍ର ଗାର୍ଡ ଫେରାର
ସେପଟେ ଦୁର୍ଘଟଣାରେ ୨୦ ଜଣ ଆହତ ହୋଇ ଛତିଶଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ ଜଣ ଗୁରୁତରଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ପରେ ମାଲବାହୀ ଟ୍ରେନ୍ର ଗାର୍ଡ ଫେରାର ଅଛନ୍ତି । ଦୁର୍ଘଟଣାସ୍ଥଳକୁ ଖାଲି କରାଯାଇଛି। ବାହାର ଲୋକଙ୍କୁ ଘଟଣାସ୍ଥଳକୁ ଯିବାକୁ ବାରଣ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ କଟରରେ ଲୁହା କାଟି ଲୋକଙ୍କୁ ଟ୍ରେନ ଭିତରୁ ବାହାର କରାଯାଉଛି ।
ଆହୁରି ପଢନ୍ତୁ-
କ୍ଷତିପୂରଣ ରାଶି ଘୋଷଣା
ଅନ୍ୟପଟେ ଦୁର୍ଘଟଣା ପରେ କ୍ଷତିପୂରଣ ରାଶି ଘୋଷଣା ହୋଇଛି । ରେଲଓ୍ୱେ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି । ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା ହୋଇଛି ।
ଆହୁରି ପଢନ୍ତୁ-
Follow Us