ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ

ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି...

ଅଦ୍ୟତନ ହୋଇଛି
10,599 crore expenditure for Odisha in the railway budget

10,599 crore expenditure for Odisha in the railway budget Photograph: (sambad.in)

ନୂଆଦିଲ୍ଲୀ:  ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଯେ, ଓଡ଼ିଶା ପାଇଁ ରେଳ ବଜେଟରେ ୧୦, ୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ହଜାର୪୬ କିଲୋମିଟର ରେଲୱେ ଟ୍ରାକ୍ ତିଆରି ହୋଇଛି।  ଯାହାକି ମ୍ୟାଲେସିଆ ଦେଶର ରେଳ ନେଟୱାର୍କଠାରୁ ଅଧିକ। ଆଗରୁ ଏତେ ରେଳ ନେଟୱାର୍କ ନ ଥିଲା ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଛି । ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି ।


ରାଜ୍ୟରେ ୫୯ ରେଳ ଷ୍ଟେସନର ନବୀକରଣ ହେଉଛି। ଆଗକୁ ଅଧିକ ଟ୍ରେନ ଓଡ଼ିଶାରେ ଗଡିବାର ଯୋଜନା ରହିଛି। ସେହିପରି ରାଜ୍ୟରେ ୧୯୦୦ କିଲୋମିଟରର କବଚ କାର୍ଯ୍ୟ ଜାରି ରହିଛି ବୋଲି ରେଳମନ୍ତ୍ରୀ କହିଛନ୍ତି। କବଚ କାର୍ଯ୍ୟ ଆସନ୍ତା ୬ ବର୍ଷ ମଧ୍ୟରେ ଶେଷ ହେବ।

ଅଧିକ ପଢ଼ନ୍ତୁ: ଅଷ୍ଟମ ଅଭିଯୋଗ ଶୁଣାଣିରେ ୧୦୦୦ ଦରଖାସ୍ତ ପଞ୍ଜିକୃତ: ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଏହା ଅନ୍ତର୍ଗତ ଅମୃତ ଷ୍ଟେସନ ପାଇଁ  ୨ ହଜାର ୩୭୯ କୋଟି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଓଡ଼ିଶାକୁ ବଜେଟରେ ୨୦ ହଜାର କୋଟି ଟଙ୍କା ମିଳିଛି । ସେଥିମଧ୍ୟରୁ ୧୦,୫୯୯ କୋଟି ଟଙ୍କା ରେଳ ବିଭାଗକୁ ମିଳିଛି । ଗତ କଂଗ୍ରେସ ସରକାର ସମୟରେ ୨୦୦୯-୧୪ ମଧ୍ୟରେ ଏହା ୮୩୮ କୋଟି ଥିଲା । ଏହା ବର୍ତ୍ତମାନ ୧୨.୫ ଗୁଣା ଅଧିକ ରହିଛି।

ଡବଲ ଇଞ୍ଜିନ ସରକାରରେ କାମ ଆହୁରି ଅଧିକ ବେଗରେ ଚାଲିଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି। ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟରେ ମାତ୍ର ୫୩ଟି ନୂଆ ଟ୍ରାକ୍ ନିର୍ମାଣ ହୋଇଥିବାବେଳେ ମୋଦୀ ସରକାରରେ ୧୮୬ଟି ନୂତନ ଟ୍ରାକ୍ ନିର୍ମାଣ କରାଯାଇଛି, ଯାହାକି ସାଢ଼େ ୩ ଗୁଣା ଅଧିକ ରହିଛି ।

ସେହିପରି କଂଗ୍ରେସ ସରକାରରେ ୨୯ଟିରେ ବୈଦ୍ୟୁତିକରଣ ହୋଇଥିବାବେଳେ ବିଜେପି ସରକାର ଅମଳରେ ୧୩୮ଟି ବୈଦ୍ୟୁତିକ କରଣ ହୋଇଛି, ଯାହାକି ସାଢ଼େ ୪ ଗୁଣା ଅଧିକ । ଓଡ଼ିଶାରେ ୧୫୧୬ କିଲୋମିଟର ଅର୍ଥାତ୍ ଶତ ପ୍ରତିଶତ ବୈଦ୍ୟୁତିକ କରଣ ହୋଇଛି । ୭୩, ୭୨୩ କୋଟି ଟଙ୍କାର ବିନିଯୋଗରେ ୪, ୭୮୪ କିଲୋମିଟର ବିଶିଷ୍ଛ ୪୮ଟି ପ୍ରକଳ୍ପର କାମ ଚାଲୁ ରହିଛି।

ସେହିପରି ୧୭ ଜିଲ୍ଲାରେ ସ୍ୱତନ୍ତ୍ର ଅଟକିବା ସ୍ଥାନ (ଷ୍ଟପେଜ୍) ରହିଛି ।  ୨୦୧୪ ମସିହାଠାରୁ ୫୨୨ଟି ଫ୍ଲାଏ ଓଭର ଏବଂ ଅଣ୍ଡର୍ ବ୍ରିଜ୍ କାମ ଜାରି ରହିଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆମକୁ ଦିଆଯାଉ ଭୋଟର ତାଲିକା: ରାହୁଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe