୩୧ ମାଓବାଦୀ ନିହତ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

Advertisment

ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ଚାଲିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ସମୟ‌ରେ ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି...

ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ଚାଲିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ସମୟ‌ରେ ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି...

31 militants killed: Huge cache of weapons seized

31 militants killed: Huge cache of weapons seized Photograph: (Sambad.in)

ବିଜାପୁର: ଛତିଶଗଡ଼ର ବିଜାପୁର-ନାରାୟଣପୁର ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି।  ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ଚାଲିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ସମୟ‌ରେ ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁରକୁ ପଠାଯାଇଛି।

ରବିବାର ସକାଳ ଠାରୁ ଡିଆରଜି, ଏସଟିଏଫ୍ ଏବଂ ବସ୍ତର ଫାଇଟର ଯବାନଙ୍କ ମିଳିତ ଦଳ ତଥା ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ନିହତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ।

ଅଧିକ ପଢ଼ନ୍ତୁ: ସ୍କାଏଡାଇଭିଂ ସମୟରେ ଯୁବକ ହୃଦ୍‌ଘାତର ଶିକାର: ହୃଦୟ ବିଦାରକ ଭିଡିଓ ଭାଇରାଲ

ସୁରକ୍ଷା ବାହିନୀ ଏବଂ ମାଓବାଦୀ ମଧ୍ୟରେ ଯେଉଁ ସ୍ଥାନରେ ଗୁଳି ବିନିମୟ ହୋଇଛି ତାହା ବିଜାପୁର ଜିଲ୍ଲାର ଫାର୍ସେଗଡ଼ ଅଞ୍ଚଳ। ଏଠାରେ ଜାତୀୟ ଉଦ୍ୟାନର ଜଙ୍ଗଲକୁ ମାଓବାଦୀଙ୍କ ଏକ ସକ୍ରିୟ ଗଡ଼ ବୋଲି ବିବେଚନା କରାଯାଏ। ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା।

ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କର ଏକ ମିଳିତ ଦଳ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ, ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ଏଥିରେ ଚାରି ଜଣ ଯବାନ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଗୁରୁତର ଆହତ ଥିବା ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। 

ଅଧିକ ପଢ଼ନ୍ତୁ: ଟ୍ରାଭେଲର ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe