ଚର୍ଚ୍ଚାରେ ୩୨ବର୍ଷ ହେବ ସ୍ନାନ କରି ନଥିବା ସନ୍ଥ

ପ୍ରୟାଗରାଜର ମହାକୁମ୍ଭ ମେଳା- ୨୦୨୫ରେ ଚର୍ଚ୍ଚାରେ ବାବା ଲିଲିପୁଟ। ଗତ ୩୨ବର୍ଷ ହେବ ସ୍ନାନ କରି ନାହାନ୍ତି।  ଏହା ପଛରେ ଏକ ସ୍ବତନ୍ତ୍ର ସର୍ତ୍ତ ରହିଛି। ଯାହା ସେ ତାଙ୍କ ଗୁରୁଙ୍କ ଠାରୁ ପ୍ରାପ୍ତ କରିଛନ୍ତି।

ଦନପଦ


ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ମେଳା- ୨୦୨୫ ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କ ଭିଡ଼ ମଧ୍ୟରେ ଏକ ସ୍ବତନ୍ତ୍ର ସନ୍ଥ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସନ୍ଥଙ୍କ ଉଚ୍ଚତା ୩ଫୁଟ ୮ଇଞ୍ଚ । ନାମ ଲିଲିପୁଟ ବାବା। ବୟସ ୫୭ବର୍ଷ ହେବ ବୋଲି ଜଣାପଡ଼ିଛି। 

ଅଧିକପଢ଼ନ୍ତୁ:ନିଜକୁ ଫିଟ୍‌ ରଖିବା ପାଇଁ କଣ କରନ୍ତି ଦୀପିକା? ଜାଣିଛନ୍ତି କି?

ବାବା ଲିଲିପୁଟ ଗତ ୩୨ବର୍ଷ ହେବ ସ୍ନାନ କରି ନାହାନ୍ତି।  ଏହା ପଛରେ ଏକ ସ୍ବତନ୍ତ୍ର ସର୍ତ୍ତ ରହିଛି। ଯାହା ସେ ତାଙ୍କ ଗୁରୁଙ୍କ ଠାରୁ ପ୍ରାପ୍ତ କରିଛନ୍ତି। ଲିଲିଫୁଟ ବାପା କହିଛନ୍ତି, ‘୩୨ବର୍ଷ ହେବ ସ୍ନାନ ନକରିବା ହେଉଛି ମୋ ସାଧନାର ଏକ ଅଂଶ । ଯେଉଁ କାରଣରୁ ମୁଁ ଦୀର୍ଘ ବର୍ଷ ହେବ ସ୍ନାନ ନକରି ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରହିଛି। ମୋ ଆତ୍ମ ଶୁଦ୍ଧ ରହିଛି। ଯାହାକି ବାହାର ସ୍ବଚ୍ଛତା ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ରହିଥାଏ। 

ଅଧିକପଢ଼ନ୍ତୁ:ମହିଳାଙ୍କ ସହିତ ଡିଏସପିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ

ମହାକୁମ୍ଭରେ ସାଧୁସନ୍ଥଙ୍କର ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର  ଗଙ୍ଗାସ୍ନାନ ରହିଥାଏ। କିନ୍ତୁ ଲିଲିପୁଟ ବାବା ଏହି ସ୍ନାନ ଠାରୁ ନିଜକୁ ଦୂରେଇ ରଖନ୍ତି। ଗୁରୁଙ୍କୁ ଭେଟିବା ପାଇଁ ଲିଲିପୁଟ ବାବା କୁମ୍ଭ ମେଳାକୁ ଆସିଥାଆନ୍ତି। ଯେଉଁଦିନ ଗୁରୁଙ୍କ ସହିତ ତାଙ୍କ ଭେଟ ହୋଇଯାଇଥାଏ ସେହିଦିନ ସେ କୁମ୍ଭମେଳାରୁ ଚାଲି ଯାଇଥାଆନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe