ଦିସ୍ପୁର: ଆସାମରେ ବାଲ୍ୟ ବିବାହକୁ ରୋକିବା ପାଇଁ ଆସାମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଆସାମ ପୁଲିସ ତୃତୀୟ ପର୍ଯ୍ୟାୟରେ ବାଲ୍ୟ ବିବାହକୁ ରୋକିବା ପଦକ୍ଷେପ ଅନ୍ତର୍ଗତ ୪୧୬ ଜଣଙ୍କୁ ଗିରଫ କରିଛି। ଏନେଇ ୩୩୫ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ୩୫ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ପାଇଁ ଟିଟିପି ନିଜକୁ ଦାୟୀ କଲା
ଆସାମରେ ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ସରକାର ସ୍କୁଲ ଏବଂ କଲେଜରେ ପଢୁଥିବା ଛାତ୍ରୀମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ ମଧ୍ୟ ଆରମ୍ଭ କରିଥିଲେ। ସ୍ନାତକ ଛାତ୍ରୀମାନଙ୍କୁ ପ୍ରତି ମାସରେ ୨୫୦୦ଟଙ୍କା ଦିଆଯାଉଛି। ଆସାମରେ ବାଲ୍ୟ ବିବାହ ବନ୍ଦ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ସିଏମ କହିଛନ୍ତି। ତେବେ ପୂର୍ବ ବର୍ଷ ତୁଳନାରେ ଆସାମରେ ବାଲ୍ୟ ବିବାହ ମାମଲାରେ ହ୍ରାସ ଘଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଗାଜା ଚୁକ୍ତିରେ ବିଳମ୍ବ: ଇସ୍ରାଏଲ-ହମାସ୍ କ’ଣ ଚାହୁଁଛନ୍ତି?
Follow Us