4 videos of air strikes go viral on social media, watch... Photograph: (sambad.in)
ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତ ଏହି ଅଭିଯାନର ନାମ ଅପରେସନ ସିନ୍ଦୂର ଦେଇଛି। ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି।
କୁହାଯାଇଛି, ଅପରେସନ ରାତି ୧:୦୫ ରେ ଆରମ୍ଭ ହୋଇ ରାତି ୧:୩୦ ରେ ଶେଷ ହୋଇଥିଲା। ୨୫ ମିନିଟରେ ୨୧ଟି ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।
ଏବେ ଏହି ଏୟାର ଷ୍ଟ୍ରାଇକ୍ର ୪ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାରତ ପକ୍ଷରୁ ପିଓକେରେ କରାଯାଇଥିବା ଅପରେସନ ସିନ୍ଦୂରରେ ମାସୁଦ ଅଜହରର ସମ୍ପୂର୍ଣ୍ଣ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଭାରତ ମାସୁଦ ଅଜହରର ଘର ଉପରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ: ନାରୀ ଆଖିର ଲୁହରେ ଭାସିଗଲା ଅତଙ୍କୀ ଆଡ୍ଡା: ଦେଶବାସୀଙ୍କୁ ବିଜୟର ଗାଥା ଶୁଣାଇଲେ ୨ ନାରୀ
ମାସୁଦ ଅଜହର ମନ୍ତବ୍ୟ ଦେଇଛି ଯେ, ମୋ ପରିବାରର ୧୦ ଲୋକଙ୍କର ମୃତ୍ୟୁ ଘଟିଛି। ତେବେ କେତେକ ରିପୋର୍ଟ ଅନୁସାରେ ମାସୁଦ ପରିବାରର ୧୪ ଜଣ ସଦସ୍ୟ ଏୟାର ଷ୍ଟ୍ରାଇକ୍ରେ ନିହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ଏୟାର ଷ୍ଟ୍ରାଇକ୍ରେ ମାସୁଦ ଅଜହର ପରିବାର ଶେଷ: ୧୦ ଜଣଙ୍କ ମୃତ୍ୟୁ
OperationSindoor | LOC
Follow Us