ପ୍ରେମିକାଙ୍କୁ ଖୁସି କରିବା ମହଙ୍ଗା ପଡ଼ିଲା; ଉଡ଼ିଗଲା ପ୍ରେମିକଙ୍କ ପ୍ରାଣବାୟୁ

Advertisment

ପ୍ରେମିକାଙ୍କୁ ଖୁସି କରିବା ପାଇଁ ସିଂହ ଥିବା ପିଞ୍ଜରା ଭିତରେ ପଶିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା। ସିଂହ ଆକ୍ରମଣରେ ଚାଲିଗଲା ୪୪ବର୍ଷୀୟ ଜୁକିପର ଏଫ ଇରିସ୍କୁଲୋଭଙ୍କ ଜୀବନ।

Updated On

ପ୍ରେମିକାଙ୍କୁ ଖୁସି କରିବା ପାଇଁ ସିଂହ ଥିବା ପିଞ୍ଜରା ଭିତରେ ପଶିବା ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା। ସିଂହ ଆକ୍ରମଣରେ ଚାଲିଗଲା ୪୪ବର୍ଷୀୟ ଜୁକିପର ଏଫ ଇରିସ୍କୁଲୋଭଙ୍କ ଜୀବନ।

ଅଦ୍ୟତନ ହୋଇଛି
ହୗ୮୯ୖ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଉଜବେକିସ୍ତାନର ପାରକେଣ୍ଟରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଖୁସି କରିବା ପାଇଁ ସିଂହ ଥିବା ପିଞ୍ଜରାରେ ପଶି ଯାଇଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ି ଯାଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ଜୁକିପର ଏଫ ଇରିସ୍କୁଲୋଭ ବୋଲି ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ଫସଲ ବୀମା କରିନଥିବା ଚାଷୀଙ୍କୁ ମିଳିବ ୨୯୧.୫୯ କୋଟି ଟଙ୍କାର ସହାୟତା

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୭ ତାରିଖ ସକାଳ ୫ଟା ସମୟରେ ଜୁକିପର ଇରିସ୍କୁଲୋଭ ପ୍ରେମିକାଙ୍କୁ ଖୁସି କରିବା ପାଇଁ ତିନିଟି ସିଂହ ଥିବା ପିଞ୍ଜରା ଭିତରେ ପ୍ରବେଶ କରି ଭିଡିଓ ତିଆରି କରିଥିଲେ। ଦୁଃଖର ବିଷୟ ଏହି ଭିଡିଓ ଜୁକିପର ଇରିସ୍କୁଲୋଭଙ୍କ ଜୀବନର ଶେଷ ଭିଡିଓ ହୋଇ ରହିଗଲା। 

ଅଧିକପଢ଼ନ୍ତୁଉଜୁଡ଼ା ଫସଲ ନେଲା ଦୁଇ ଚାଷୀଙ୍କ ଜୀବନ !
ଭାଇରାଲ୍ କ୍ଲିପରେ ଜୁକିପର ଇରିସ୍କୁଲୋଭ ସିଂହ ଥିବା ପିଞ୍ଜରାର ତାଲା ଖୋଲି ଭିତରକୁ ପ୍ରବେଶ କରୁଛନ୍ତି।  ଏହି ସମୟରେ ପିଞ୍ଜରା ଭିତରେ ତିନି ସିଂହ ଶାନ୍ତିରେ ବସିଥିବାର ଦେଖିବାକୁ ମିଳୁଛି।

ଜୁକିପର ଭିଡିଓ କରିବା ଜାରି ରଖିଥିବା ସହିତ ବସିଥିବା ତିନିଟି ସିଂହ ଭିତରୁ ଜଣକୁ ସ୍ନେହରେ ଆଉଁସି ଥିଲେ। ଏହି ସମୟରେ ଗୋଟିଏ ସିଂହ ଜୁକିପରଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଜୁକିପର ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରୁ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe