ଅଟୱା: କାନାଡ଼ାରେ ୬.୬ ତୀବ୍ରତାଯୁକ୍ତ ବଡ଼ ଧରଣର ଭୂକମ୍ପ ଘଟିଛି। କାନାଡ଼ାର ବ୍ରିଟିଶ କଲମ୍ବିଆରେ ପ୍ରଶାନ୍ତ ମହାସାଗର ଉପକୂଳରେ ଏହି ଭୂକମ୍ପ ଘଟିଛି।
ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ (ୟୁଏସଜିଏସ) ଭାରତୀୟ ସମୟ ବିଳମ୍ବିତ ରାତିରେ ଘଟିଥିବା ଏହି ଭୂକମ୍ପ ବ୍ରିଟିଶ କଲମ୍ବିଆର ଉପକୂଳବର୍ତ୍ତୀ ସହର ପୋର୍ଟ ମ୍ୟାକନିଲ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଶାନ୍ତ ମହାସାଗରରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।
ସୂଚନାଯୋଗ୍ୟ, ୫ ଦିନ ତଳେ ଭୂକମ୍ପରେ ଭାରତ ମଧ୍ୟ କମ୍ପିତ ହୋଇଥିଲା। ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ସହର ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ କମ୍ପନ ଅନୁଭୂତ ହୋଇଥିଲା। ଏହା ବ୍ୟତୀତ ଚଣ୍ଡିଗଡ଼ ସମେତ ସମଗ୍ର ଉତ୍ତର ଭାରତ ଭୂକମ୍ପରେ କମ୍ପିତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ଥିଲା। ଏହାର କେନ୍ଦ୍ର ପାକିସ୍ତାନରେ ଥିଲା। ଭୂଗର୍ଭର ୩୩ କିଲୋମିଟର ଗଭୀରରୁ ଏହି ଭୂକମ୍ପ ଘଟିଥିଲା।
ଅଧିକ ପଢ଼ନ୍ତୁ:ଦିଲ୍ଲୀକୁ ଫେରିଲା ଡେଙ୍ଗୁ ଆତଙ୍କ: ୨ ଆକ୍ରାନ୍ତଙ୍କ ଜୀବନ ଗଲା
ପାକିସ୍ତାନର ଲାହୋର ଏବଂ ଇସଲାମାବାଦ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଅପରାହ୍ନ ପ୍ରାୟ ୧ଟା ସମୟରେ, ଯେତେବେଳେ ଲୋକମାନେ ରୋଷେଇ କରିବା ଅବା ମଧ୍ୟାହ୍ନ ଭୋଜନ କରିବାରେ ବ୍ୟସ୍ତ ଥିଲେ, ହଠାତ୍ ସବୁକିଛି ଥରୁଥିବାର ଦେଖି ସେମାନେ ଭୟଭୀତ ହୋଇଥିଲେ । ଗତ କିଛି ମାସ ଧରି ଭାରତରେ କ୍ରମାଗତ ଭାବରେ ଭୂକମ୍ପ ଘଟିଆସୁଛି। ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପନ ହେଉଛି।
ଅଧିକ ପଢ଼ନ୍ତୁ:ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣ: ଏକେ-୪୭ରୁ ଗୁଳିମାଡ଼
Follow Us