ପାଟନା: ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ଅକ୍ଟୋବର ୩୦ ତାରିଖରେ ମୋକାମାରେ ଘଟିଥିବା ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଏବଂ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ବେଦନା ଗ୍ରାମରୁ ଗିରଫ କରାଯାଇଛି। ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଏସଏସପି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପାଟନା ପୁଲିସ ଏସଏସପି କାର୍ତ୍ତିକେୟ କେ. ଶର୍ମା କହିଛନ୍ତି ଯେ, ଅକ୍ଟୋବର ୩୦ ତାରିଖରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାରେ ପଥର ମାଡ଼ ଯୋଗୁ ବହୁ ଲୋକ ଆହତ ହୋଇଥିଲେ। ଘଟଣା ପରେ,୭୫ ବର୍ଷୀୟ ଦୁଲାରଚାନ୍ଦ ଯାଦବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ବେଦନା ଗ୍ରାମର ବାସିନ୍ଦା ଥିଲେ, ଯେଉଁଠାରେ ସଂଘର୍ଷ ଘଟିଥିଲା।
ନିର୍ବାଚନ ପୂର୍ବରୁ ଜଳୁଛି ବିହାର
ଏସଏସପି ଶର୍ମା ନିଶ୍ଚିତ କରିଛନ୍ତି ଯେ, ପ୍ରମାଣ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଏହା ନିର୍ଣ୍ଣୟ କରାଯାଇଛି, ଏହି ମାମଲା ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ସହିତ ଜଡିତ। ଯେହେତୁ ଏହା ପ୍ରାର୍ଥୀ ଅନନ୍ତ ସିଂହଙ୍କ ଉପସ୍ଥିତିରେ ଘଟିଥିଲା, ତେଣୁ ସେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ।
ଏସଏସପି କହିଛନ୍ତି, ଅନନ୍ତ ସିଂହ, ତାଙ୍କ ସହଯୋଗୀ ମଣିକାନ୍ତ ଠାକୁର ଏବଂ ରଞ୍ଜିତ ରାମଙ୍କୁ ଗିରଫ କରାଯାଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଅନନ୍ତ ସିଂହ ଆତ୍ମସମର୍ପଣ କରିନାହାନ୍ତି। ତାଙ୍କୁ ଗିରଫ କରାଯାଇଛି। ଏବେ ତିନି ଜଣଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ।
ଅନନ୍ତ ସିଂହଙ୍କ ପୂର୍ବରୁ ୮୦ ଜଣଙ୍କୁ ଗିରଫ କରାଯାଇଥିଲା
ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ତ୍ୟାଗରାଜନ୍ ଏସଏମ କହିଛନ୍ତି ଯେ, ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି ଏବଂ ସେମାନେ ଗତ ୪୮ ଘଣ୍ଟା ଧରି ଦିନରାତି ଅଞ୍ଚଳରେ ଛାଉଣୀ ସ୍ଥାପନ କରିଛନ୍ତି। ଡିଏମ କହିଛନ୍ତି, ଅନନ୍ତ ସିଂହଙ୍କ ଗିରଫଦାରୀ ପୂର୍ବରୁ ୮୦ ଜଣଙ୍କୁ ଗିରଫ କରାଯାଇଥିଲା। ସେ ଜୋର ଦେଇ କହିଛନ୍ତି, ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ସ୍ୱାଭାବିକ। ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସମସ୍ତ ଅସାମାଜିକ ତତ୍ତ୍ୱଙ୍କ ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛି।
#WATCH बिहार: पटना के DM डॉ. त्यागराजन एसएम ने कहा, "यह एक गंभीर घटना है। हमने इसे काफी गंभीरता से लिया है... अभी स्थिति बहुत सामान्य है। हमने इसकी पूरी छानबीन की है... जो भी असामाजिक तत्व इसमें शामिल हैं उनके खिलाफ लगातार कार्रवाई की जा रही है। करीब 80 लोगों को गिरफ्तार किया गया… pic.twitter.com/m36kFReH6h
— ANI_HindiNews (@AHindinews) November 1, 2025
ସମସ୍ତ ଅସ୍ତ୍ରଶସ୍ତ୍ର ଜମା କରାଯିବ, ୫୦ ରୁ ଅଧିକ ଯାଞ୍ଚ କେନ୍ଦ୍ର
ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ, ପ୍ରଶାସନ ଅନେକ ପଦକ୍ଷେପ ନେଇଛି। ସମସ୍ତ ଆଇନଗତ ଅସ୍ତ୍ରଶସ୍ତ୍ରର ୧୦୦% ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ୫୦ରୁ ଅଧିକ ଚେକ୍ ପଏଣ୍ଟ ସ୍ଥାପନ କରାଯାଇଛି। ପୁଲିସ ଏବଂ ମାଜିଷ୍ଟ୍ରେଟଙ୍କ ସହ ସମନ୍ୱୟ ରଖି ପର୍ଯ୍ୟାପ୍ତ ପରିମାଣର CAPF କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ଆହୁରି ପଢ଼ନ୍ତୁ:Agreement to sell: ବିକ୍ରୟ ଚୁକ୍ତିନାମାରେ ମିଳିବନି ସମ୍ପତ୍ତିର ମାଲିକାନା: ଘର ମାଲିକଙ୍କ ସପକ୍ଷରେ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରାୟ
ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି, ପାଟନାରେ ସର୍ବାଧିକ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏସଏସପି ପାଟନା ଭୋଟରମାନଙ୍କୁ ଆଶ୍ୱାସନା ଦେଇଛନ୍ତି, ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେବ ଏବଂ ସେମାନେ ଭୟଭୀତ ନହୋଇ ଭୋଟ ଦେଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/02/80-supporters-arrested-along-with-anant-singh-bihar-police-takes-major-action-after-dular-chand-yadavs-murder-2025-11-02-10-52-58.jpg)