ଦିଲ୍ଲୀ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ପୂର୍ବତନ ବିଧାୟକ ଅନିଲ ଝା ଆପ୍‌ରେ ସାମିଲ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଗୋଟିଏ ପଟେ ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ କୈଲାସ ଗେହଲୋଟ୍ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା ବେଳେ ଅନ୍ୟ ପଟେ ବରିଷ୍ଠ ବିଜେପି ନେତା ଅନିଲ ଝା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି...

WhatsApp Image 2024-11-17 at 5.25.10 PM

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଗୋଟିଏ ପଟେ ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ କୈଲାସ ଗେହଲୋଟ୍ ଆମ୍ ଆଦମୀ ପାର୍ଟି (ଆପ୍)ରୁ ଇସ୍ତଫା ଦେଇଥିବା ବେଳେ ଅନ୍ୟ ପଟେ ବରିଷ୍ଠ ବିଜେପି ନେତା ଅନିଲ ଝା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। 

ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅନିଲ ଝାଙ୍କୁ ପାର୍ଟିରେ ସ୍ୱାଗତ କରିଛନ୍ତି। ଏହି ଅବସରରେ ଅନିଲ  କହିଛନ୍ତି ଯେ ସେ ଅନ୍ୟ ଦଳ ବିଜେପିରେ ୩୨ ବର୍ଷ ସକ୍ରିୟ ଥିଲେ, କିନ୍ତୁ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ବର୍ତ୍ତମାନ ଆପ୍‌ରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅନିଲ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ପ୍ରାୟ ୧୬୦୦ କଚା କଲୋନୀରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି, ଯେଉଁଠାରେ ପୂର୍ବାଞ୍ଚଳର ବହୁ ସଂଖ୍ୟାରେ ଲୋକ ବାସ କରୁଛନ୍ତି। ସେ କହିଛନ୍ତି, ମୋର ସୌଭାଗ୍ୟ ଯେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କ ସହ କାମ କରିବାର ସୁଯୋଗ ପାଇଛି। ସେ ସାମାଜିକ ନ୍ୟାୟ ପାଇଁ କରିଥିବା କାର୍ଯ୍ୟ ମୋତେ ଅତ୍ୟନ୍ତ ପ୍ରଭାବିତ କରିଛି।

ଅଧିକ ପଢ଼ନ୍ତୁ: ବିଜେପି ସ୍ଲୋଗାନ୍‌ର କଡ଼ା ଜବାବ ଦେବାକୁ ଅଣ୍ଟା ଭିଡ଼ିଲା କଂଗ୍ରେସ

ଅନିଲ ଆପ୍‌ରେ ଯୋଗଦେବା ଦଳ ପାଇଁ ପୂର୍ବାଞ୍ଚଳ ସମ୍ପ୍ରଦାୟର ସମର୍ଥନକୁ ଦୃଢ଼ କରିବାକୁ ଏକ ପ୍ରୟାସ ଭାବରେ ଦେଖାଯାଉଛି। ଏଥି ସହିତ କୈଲାସ ଗେହଲୋଟଙ୍କ ଇସ୍ତଫା ପରେ ଏହି ଘଟଣା ଦଳ ପାଇଁ ରାଜନୈତିକ ସନ୍ତୁଳନ ବଜାୟ ରଖିବା ପ୍ରୟାସର ଏକ ଅଂଶ ଭାବରେ ବିବେଚନା କରାଯାଉଛି।

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ରାଜନୀତିରେ ଏହା ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପ ଶପଥ ଗ୍ରହଣ କରିବା ମାତ୍ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ‌ଶେଷ ହେବ: ଜେଲେନସ୍କିଙ୍କ ବଡ ଦାବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe