India holds a mirror up to Pakistan Photograph: (sambad.in)
ନ୍ୟୁୟର୍କ: ଭାରତ ସଂଯୁକ୍ତ ରାଷ୍ଟ୍ରରେ ପାକିସ୍ତାନକୁ ଆଇନା ଦେଖାଇଛି। ଋଣଠାରୁ ଆରମ୍ଭ କରି ଆତଙ୍କବାଦ ପର୍ଯ୍ୟନ୍ତ ସବୁକିଛି ବିଷୟରେ ଭାରତ ସୂଚାଇ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ପର୍ବତନେନି ହରିଶ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ କଶ୍ମୀର ପ୍ରସଙ୍ଗ ଉଠାଇବା ଘଟଣାର କଡ଼ା ଜବାବ ଦେଇ ପାକିସ୍ତାନକୁ ଋଣ ଏବଂ ଆତଙ୍କବାଦରେ ବୁଡ଼ି ରହିଥିବା ଏକ ଦେଶ ବୋଲି କହିଛନ୍ତି। ପାକିସ୍ତାନ ବାରମ୍ବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଆଗରେ ହାତ ପାତୁଛି ବୋଲି କହିଛନ୍ତି।
ପର୍ବତନେନି ହରିଶ କହିଛନ୍ତି, ଗୋଟିଏ ପଟେ ଭାରତ ଅଛି,ଯାହା ଏକ ପରିପକ୍ୱ ଗଣତନ୍ତ୍ର,ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ଏକ ବହୁଳତାବାଦୀ ସମାଜ। ଅନ୍ୟପଟେ ପାକିସ୍ତାନ ଅଛି, ଯାହା ଉଗ୍ରବାଦ ଏବଂ ଆତଙ୍କବାଦରେ ବୁଡ଼ି ରହିଛି ଏବଂ ବାରମ୍ବାର ଆଇଏମଏଫ ଠାରୁ ଋଣ ନେଉଛି।
ଯେତେବେଳେ ଆମେ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ବିଷୟରେ କଥା ହେଉଛୁ, ସେତେବେଳେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଭଳି ମୌଳିକ ନୀତି ଅନୁସରଣ କରାଯିବା ଗୁରୁତ୍ୱପୂର୍ଣ୍ଣ।
ଅଧିକ ପଢ଼ନ୍ତୁ: ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଉପହାର: ବଢ଼ିପାରେ ମହଙ୍ଗା ଭତ୍ତା
ପରିଷଦର କୌଣସି ସଦସ୍ୟ ଯେତେବେଳେ ନିଜେ ଏପରି ଆଚରଣରେ ଜଡ଼ିତ, ଯାହା ଅନ୍ତର୍ଜାତୀୟ ସମ୍ପ୍ରଦାୟ ପାଇଁ ଗ୍ରହଣୀୟ ନୁହେଁ, ସେତେବେଳେ ଅନ୍ୟକୁ ଉପଦେଶ ଦେବା ଶୋଭା ପାଏ ନାହିଁ ବୋଲି କହି ସେ ପାକିସ୍ତାନକୁ ଆଇନା ଦେଖାଇଛନ୍ତି।
ପୂର୍ବରୁ, ଜାତିସଂଘ ସୁରକ୍ଷା ପରିଷଦରେ ଖୋଲା ବିତର୍କରେ ଅଧ୍ୟକ୍ଷତା କରୁଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର କଶ୍ମୀର ଏବଂ ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇଥିଲେ।
ଅଧିକ ପଢ଼ନ୍ତୁ: ଏବେ ତୁମେ ଛୋଟ ପିଲା, କିଛି ଜାଣିନ; ତେଜସ୍ବୀଙ୍କ ଉପରେ ବର୍ଷିଲେ ନୀତିଶ
India | pakistan | UNO
Follow Us