ହନିମୁନ ଯାଇ ନିଖୋଜ ହେଲେ ନବ ଦମ୍ପତ୍ତି, ସିଲଙ୍ଗ୍ ପରେ ସିକ୍କିମରୁ ଆସିଲା ଚାଞ୍ଚଲ୍ୟକର ଖବର...

ଉତ୍ତରପ୍ରଦେଶ ପ୍ରତାପଗଡ଼ର ନବବିବାହିତ ଦମ୍ପତ୍ତି ହନିମୁନ ପାଇଁ ସିକ୍କିମ ଯାଇଥିବା ବେଳେ ତାଙ୍କର କୌଣସି ଖୋଜ୍ ଖବର ମିଳୁନି । ପରିବାର ଲୋକେ ଯୋଗାଯୋଗ ପାଇଁ ଶତଚେଷ୍ଟା କରିଥିଲେ ବି ସେମାନଙ୍କ ସହ ସମ୍ପର୍କ କରି ହେଉନି

up hony

Photograph: (Sambad.in)

ସିକ୍କିମ: ପ୍ରଥମେ ବାହାଘର, ପରେ ହନିମୁନ ପାଇଁ ଟ୍ରିପ୍, ତାପରେ ନିଖୋଜ ଆଉ ଶେଷରେ ହତ୍ୟା... ଇନ୍ଦୋର ଦମ୍ପତ୍ତିଙ୍କ ମେଘାଳୟରେ ହନିମୁନ ହରର ଘଟଣାରେ ଏବେ ସାରା ଦେଶ ସ୍ତବ୍ଧ ହୋଇଥିବା ବେଳେ ସିକ୍କିମରୁ ଆସିଛି ସେମିତି ଏକ ହନିମୁନ ପରର ନିଖୋଜକୁ ନେଇ ଘଟଣା । ଯାହା ସାଧାରଣରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ନବ ବିବାହିତ ଦମ୍ପତ୍ତିଙ୍କ ମନରେ ଭୟ ଭରିଛି ।

ତେବେ ଉତ୍ତରପ୍ରଦେଶ ପ୍ରତାପଗଡ଼ର ନବବିବାହିତ ଦମ୍ପତ୍ତି ହନିମୁନ ପାଇଁ ସିକ୍କିମ ଯାଇଥିବା ବେଳେ ତାଙ୍କର କୌଣସି ଖୋଜ୍ ଖବର ମିଳୁନି । ପରିବାର ଲୋକେ ଯୋଗାଯୋଗ ପାଇଁ ଶତଚେଷ୍ଟା କରିଥିଲେ ବି ସେମାନଙ୍କ ସହ ସମ୍ପର୍କ କରି ହେଉନି  । ତେବେ ଦୁହେଁ ୧୨ ଦିନ ହେବ ନିଖୋଜ ଥିବା କୁହାଯାଉଛି । ସ୍ଥାନୀୟ ପୋଲିସ ଦ୍ଵାରା ଖୋଜାଖୋଜି ଚାଲିଥିଲେ ହେଁ ସେମାନଙ୍କ ପତ୍ତା ମିଳୁନାହିଁ । 

ତେବେ ସୂଚନା ମୁତାବକ ପର୍ଯ୍ୟଟକଙ୍କୁ ନେଇ ବାହାରିଥିବା ଗାଡିରେ ସେମାନେ ଦୁହେଁ ମଧ୍ୟ ବୁଲିବାକୁ ବାହାରିଥିଲେ ଯାହା ମାନଗାଁ ନିକଟରେ ଘାଟିରୁ ଖସିପଡିଥିଲା । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ ଏବଂ ୮ ଜଣ ନିଖୋଜ ଥିଲେ । ସେହି ନିଖୋଜଙ୍କ ମଧ୍ୟରେ ଏହି ଦୁଇ ନବ ବିବାହିତ ଦମ୍ପତ୍ତି ଥିଲେ । 

ଘଟଣାପରେ ଦୁଇ ପରିବାରର ଲୋକ ସିକ୍କିମରେ ପହଞ୍ଚିଥିବା ବେଳେ ଯୁବକ ଜଣଙ୍କ ପରିବାରର ଏକମାତ୍ର ପୁଅ ଥିଲେ । ନିଖୋଜ ଘଟଣା ଦୁଇ ପରିବାରର ଦୁଃଖର କଳାବାଦଲ ନେଇ ଆସିଛି । ତେବେ ଗତ ସପ୍ତାହରେ ସିକ୍କିମରେ ପ୍ରଳଙ୍କାରୀ ବନ୍ୟା ପରିସ୍ଥିତିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ଓଡିଶାର ପର୍ଯ୍ୟଟକ ମଧ୍ୟ ଥିଲେ । ସମ୍ଭବତ ସେହି ଘଟଣାରେ ଏହି ନବଦମ୍ପତ୍ତି ନିଖୋଜ ହୋଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ-

ରାଜା ଦେଇଥିଲେ ସିନ୍ଦୂର, ସୋନମ୍ ବୁହାଇଲେ ରକ୍ତର ଧାର... ହନିମୁନ ନୁହେଁ ହତ୍ୟା ପାଇଁ ହୋଇଥିଲା ବୁକିଂ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe