Russian young woman fell in love with Aghori and got married Photograph: (Sambad.in)
ପ୍ରୟାଗରାଜ: ପ୍ରୟାଗରାଜରେ ମହା କୁମ୍ଭମେଳା ଅନୁଷ୍ଠିତ ହେଉଛି। ମହା କୁମ୍ଭମେଳାରେ ବୁଡ଼ ପକାଇବାକୁ ଦେଶ ତଥା ବିଶ୍ବର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିଛନ୍ତି | କିଛି ଦିନ ପୂର୍ବରୁ ସନାତନ ଧର୍ମ ଅନୁଯାୟୀ ଜଣେ ବିଦେଶୀ ଯୁବତୀ ଏଠାରେ ଜଣେ ଭାରତୀୟ ଯୁବକଙ୍କୁ ବିବାହ କରିଥିଲେ।
ସମ୍ପ୍ରତି ମହାକୁମ୍ଭରୁ ଏକ ନୂତନ ପ୍ରେମ କାହାଣୀ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଜଣେ ରୁଷିଆ ଯୁବତୀ ଅଘୋରୀ ବାବାଙ୍କୁ ବିବାହ କରିଥିବର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ରୁଷିଆର ଯୁବତୀ ଜଣକ ଅଘୋରୀ ବାବାଙ୍କ ଫଟୋ ଏବଂ ଭିଢିଓ ଭାଇରାଲ ହେବାରୋ ଲାଗିଛି। ଅଘାରୀ ବାବା ଏହି ମହାକୁମ୍ଭରେ ଜଣେ ସୁନ୍ଦରୀ ରୁଷିଆ ଯୁବତୀଙ୍କୁ ବିବାହ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ରୁଷିଆ ଯୁବତୀ ଜଣକ ଅଘୋରୀ ବାବାଙ୍କ ସହ ଠିଆ ହୋଇଛନ୍ତି। ବାବାଙ୍କୁ ବିବାହ କରି ଯୁବତୀ ଜଣକ ଖୁସି ଦେଖାଯାଉଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦୁଇଜଣଙ୍କ ଅଘୋରୀ ବାବାଙ୍କୁ ପ୍ରେମ କରି ବସିଲେ ରୁଷିଆର ଯୁବତୀ, ବିବାହ କଲେଆରମ୍ଭ ହୋଇଥିଲା। ଏହା ପରେ ଦୁହେଁ ବିବାହ କରିଥିଲେ।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ହିନ୍ଦୁ ଧର୍ମରେ ତାଙ୍କର ବିଶ୍ୱାସ ବିଷୟରେ କହିବାବେଳେ ଯୁବତୀ ଜଣକ ତାଙ୍କ ଶରୀରରେ କରିଥିବା ପ୍ରଭୁ ଭଗବାନ ଗଣେଶଙ୍କ ଟାଟୁ ଦେଖାଉଛନ୍ତି।
ଅଧିକ ପଢ଼ନ୍ତୁ: କିମ୍ଙ୍କ ସେନା ୟୁକ୍ରେନ ଯୁଦ୍ଧରେ ଅଧିକ ସଂଖ୍ୟାରେ ମରୁଛନ୍ତି
ପ୍ରଭୁ ଗଣେଶଙ୍କର ଟାଟୁ ଯୁବତୀଙ୍କ ପିଠିରେ ଦେଖିବାକୁ ମିଳୁଛି। ସେ ନିଜ ଦେଶ ଛାଡି ଭାରତରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବାଙ୍କୁ ପଚରାଯାଇଥିଲା,ଆପଣ ଏବେ ବିବାହ କରିଥିବା ରୁଷିଆର ଯୁବତୀଙ୍କୁ ଯୋଗୁ ସାଧନାରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛ କି? ତେବେ, ଏହି ପ୍ରଶ୍ନ ନେଇ ଅଘୋରୀ ବାବା କେବଳ ହସିଥିଲେ। ଯେତେବେଳେ ଯୁବତୀଙ୍କୁ ପଚରାଗଲା ଯେ, ସେ ଉତ୍ତର ଦେଇଥିଲେ ଯେ ମୁଁ ଭାରତରେ ରହିବାକୁ ଚାହୁଁଛି।
ଅଧିକ ପଢ଼ନ୍ତୁ: ମେରେ ହଜ୍ବେଣ୍ଡ୍ କି ବିବି'ର ଟ୍ରେଲର: ଅର୍ଜୁନ କପୁର ପତ୍ନୀ ଏବଂ ଗର୍ଲଫ୍ରେଣ୍ଡ ମଧ୍ୟରେ ଫଶି ରହିଛନ୍ତି
Follow Us