sports Photograph: (sambad.in)
ବ୍ୟାଙ୍କକ୍: ଭାରତୀୟ ମହିଳା ‘ଏ’ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ମହିଳା ‘ଏ’ ଦଳକୁ ମାତ୍ ଦେଇଛି। ଏଠାରେ ଚାଲିଥିବା ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍ରେ ନିଜର ପ୍ରଥମ ମ୍ୟାଚ୍ରେ ୟୁଏଇଠାରୁ ହାରିଥିବା ଭାରତ ରବିବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୮ ୱିକେଟ୍ରେ ପରାସ୍ତ କରିଛି। ୯୪ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ କେବଳ ହୁମାଇରା କାଜି (୦) ଓ ଅନୁଷ୍କା ଶର୍ମା (୨୪)ଙ୍କୁ ହରାଇ ୫୯ ବଲ୍ରୁ ପୂର୍ବରୁ ହାସଲ କରି ନେଇଥିଲା। ଦୀନେଶ ବୃନ୍ଦା (୫୫* ରନ୍, ୨୯ ବଲ୍, ୧୨ ଚୌକା) ଓ ତେଜାଲ ହାସବିନ୍ସ (୫ ବଲ୍ରୁ ୧୨*) ଅପରାଜିତ ରହି ଦଳକୁ ୧୦.୧ ଓଭରରେ ବିଜୟ ଭେଟି ଦେଇଥିଲେ। ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ପ୍ରମୁଖ ଅବଦାନ ରଖିଥିବା ବୃନ୍ଦାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୯୩ ରନ୍ କରିଥିଲା। ପାକିସ୍ତାନର ସୱାଲ ଜୁଲିଫିକର (୨୩), ଗୁଲ୍ ରୁଖ୍ (୨୧) ଓ ଅନୋଶା ନାସିର (୧୭) କେବଳ ଦୁଇଅଙ୍କ ଛୁଇଁଥିଲେ। ଭାରତ ପକ୍ଷରୁ ରାଧା ଯାଦବ, ପ୍ରେମା ରାୱତ ଓ ସାଇମା ଠାକର ୨ ଲେଖାଏଁ ୱିକେଟ୍ ନେଇଥିଲେ।
ଆହୁରି ପଢନ୍ତୁ -Russia-Pakistan: ପାକିସ୍ତାନ ପାଇଁ ହୃଦୟ ଖୋଲିଲା ରୁଷ: ଦୁଇ ଦେଶ ସିଧାସଳଖ ସ୍ଥଳପଥରେ ଯୋଡ଼ି ହେବେ
Follow Us