Jodhpur Accident: ଯୋଧପୁରରେ ମର୍ମନ୍ତୁଦ ଦୁର୍ଘଟଣା : ୧୫ ମୃତ

ରାଜସ୍ଥାନ (Rajastan)ର ଯୋଧପୁର ଜିଲ୍ଲାର ଫାଲୋଡି ଅଞ୍ଚଳରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ମାଟୋଡା ଥାନା ଅଞ୍ଚଳରେ ଏକ ଟ୍ରକ୍ ସହିତ ଏକ ଟେମ୍ପୋ ଟ୍ରାଭେଲ୍ସ ଗାଡ଼ି ଧକ୍କା ହୋଇଥିଲା। ଏହି ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । 

accident

accident

ଯୋଧପୁର: ରାଜସ୍ଥାନ (Rajastan)ର ଯୋଧପୁର ଜିଲ୍ଲାର ଫାଲୋଡି ଅଞ୍ଚଳରେ ରବିବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ମାଟୋଡା ଥାନା ଅଞ୍ଚଳରେ ଏକ ଟ୍ରକ୍ ସହିତ ଏକ ଟେମ୍ପୋ ଟ୍ରାଭେଲ୍ସ ଗାଡ଼ି ଧକ୍କା ହୋଇଥିଲା। ଏହି ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । 

ସୂଚନା ଅନୁସାରେ ଦୁର୍ଘଟଣାଟି ଭାରତମାତା ଏକ୍ସପ୍ରେସଓ୍ବେରେ ହୋଇଥିଲା । ଟ୍ରକଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ଟେମ୍ପୋ ଟ୍ରାଭେଲ୍ସ ଗାଡ଼ିଟି ଦ୍ରୁତ ଗତିରେ ଆସି ଟ୍ରକର ପଛପଟକୁ ଧକ୍କା ଦେଇଥିଲା । ଧକ୍କା ଏତେ ତୀବ୍ର ଥିଲା ଯେ ଟେମ୍ପୋ ଟ୍ରାଭେଲ୍ ଗାଡ଼ିଟି ଭାଙ୍ଗି ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଥିଲା ଏବଂ ଅନେକ ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । 

ଆହୁରି ଦେଖନ୍ତୁ : ISRO Launch Satellite: ମହାକାଶକୁ ଗଲା 'ବାହୁବଳୀ'

ପ୍ରାରମ୍ଭିକ ରିପୋର୍ଟରେ ୧୫ ଜଣଙ୍କର ମୃତ୍ୟୁ ନିଶ୍ଚିତ କରାଯାଇଛି, ଯେତେବେଳେ କି ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ରାସ୍ତା ସଫା କରିଛି, ଯାତାୟାତ ପୁଣି ଆରମ୍ଭ ହୋଇଛି ।  ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍‌ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe