According to Doval, India will fight a war like 1971: Pakistan will be divided again! Photograph: (sambad.in)
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ୧୯୭୧ ଭଳି ଯୁଦ୍ଧ ଲଢ଼ିବାର ଯୋଜନା କରିଥିବା କୁହାଯାଉଛି।
ଏନଏସଏ ଅଜିତ ଡୋଭାଲଙ୍କ ନିର୍ଦ୍ଦେଶରେ ସମ୍ଭାବ୍ୟ ଭାରତ ପାକିସ୍ତାନ ଯୁଦ୍ଧ ପୂର୍ବରୁ ଦେଶର ୨୯୫ ଅଞ୍ଚଳରେ ମକ୍ ଡ୍ରିଲ୍ ମେ’ ୭ରେ ଅନୁଷ୍ଠିତ ହେଉଛି। ବାଲୁଚସ୍ତାନକୁ ନେଇ ଭାରତ ରଣନୀତି ପ୍ରସ୍ତୁତ କରିଛି।
୧୯୭୧ରେ ମକ୍ ଡ୍ରିଲ୍ ସହିତ ଯୁଦ୍ଧ ଲଢ଼ି ଭାରତ ପାକିସ୍ତାନକୁ ଦୁଇଭାଗରେ ବାଣ୍ଟି ଦେଇଥିଲା। ବାଂଲାଦେଶର ଜନ୍ମ ହୋଇଥିଲା। ଏବେ ହେବାକୁଥିବା ଯୁଦ୍ଧ ଦ୍ବାରା ହୁଏତ ପାକିସ୍ତାନ ପୁଣି ଭାଙ୍ଗି ବାଲୁଚସ୍ତାନର ଜନ୍ମ ହୋଇପାରେ ବୋଲି ଅନୁମାନ କରାଯାଉଛି।
୪ ବର୍ଷ ତଳେ ଡୋଭାଲ କହିଥିଲେ, ଏବେ ପାକିସ୍ତାନ କିଛି ଭୁଲ୍ କଲେ ତାଙ୍କ ଦେଶରେ ପଶି କାର୍ଯ୍ୟାନୁଷ୍ଠାନ କରାଯିବ। ଏବେ ଡୋଭାଲଙ୍କ ପୁରୁଣା ମନ୍ତବ୍ୟ ନେଇ ଚର୍ଚ୍ଚା ହେଉଛି। ଭାରତର ଲକ୍ଷ୍ୟ ଏବେ ବାଲୁଚସ୍ତାନ ଉପରେ ରହିଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ: ଯୁଦ୍ଧ ପୂର୍ବରୁ ରାୱଲପିଣ୍ଡିରେ ଜରୁରୀକାଳୀନ ପରିସ୍ଥିତି
ସୂଚନାଯୋଗ୍ୟ, ଭାରତ ପ୍ରଥମେ ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବାକୁ ଯୋଜନା କରିଛି। ଏନେଇ ଭାରତ ପକ୍ଷରୁ ଜମ୍ମୁ-କଶ୍ମୀରରେ ବଗଲିହାର ଏବଂ ସିୟାଲ ଡ୍ୟାମ୍ର ଗେଟ୍ ବନ୍ଦ କରାଯିବା ପରେ ଚେନାବ ନଦୀରେ ପ୍ରବାହିତ ଜଳସ୍ତର କମିବାରେ ଲାଗିଛି। ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳ ବନ୍ଦ ହୋଇଯାଇଛି। ଫଳରେ ଚେନାବର ଜଳସ୍ତର ୨୨ ଫୁଟରୁ କମି ୧୫ ଫୁଟ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ୩ ଦିନ ପୂର୍ବରୁ ମୋଦୀଙ୍କ ପାଖରେ ଥିଲା ସୂଚନା, ସେଥିପାଇଁ ଗଲେନି କଶ୍ମୀର: ଖଡ୍ଗେ
India | pakistan | balochistan
  
 Follow Us