ପାକିସ୍ତାନକୁ ଖୋଲା ଧମକ ଦେଲା ଆଫଗାନିସ୍ତାନ

ତାଲିବାନ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଶେର ମହମ୍ମଦ ଅବ୍ବାସ ସ୍ତାନିକଜାଇ ଖୋଲାଖୋଲି ଭାବେ ପାକିସ୍ତାନକୁ ଧମକ ଦେଇଛନ୍ତି। ଆଫଗାନିସ୍ତାନ ଯବାନଙ୍କୁ ପରମାଣୁ ବୋମା ବୋଲି ବର୍ଣ୍ଣନା କରି କହିଛନ୍ତି , ଯଦି କେହି ଶତ୍ରୁ ଆମ ଦେଶ ଉପରେ ଖରାପ ନଜର ରଖିବ, ତା’ହେଲେ ଆଖି ତାଡି ନିଆଯିବ...

taliban-minister-sher-bahadur-abbas-stanikza

taliban-minister-sher-bahadur-abbas-stanikza Photograph: (Sambad.in)

କାବୁଲ: ଇସଲାମାବାଦ ସହ ତିକ୍ତତା ମଧ୍ୟରେ ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନକୁ ସିଧାସଳଖ ଧମକ ଦେଇଛନ୍ତି। ଆଫଗାନିସ୍ତାନର ତାଲିବାନ ସରକାରର ରାଜନୈତିକ ବ୍ୟାପାର ମନ୍ତ୍ରୀ  ତଥା ଉପ ବୈଦେଶିକ ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ସ୍ତାନିକଜାଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଯେ, ଆଫଗାନିସ୍ତାନ ଯବାନ 'ପରମାଣୁ ବୋମା' ଭଳି କାର୍ଯ୍ୟ କରିପାରିବ‌େ। ଶେର ମହମ୍ମଦ ଅବ୍ବାସ ଭାରତର ମିଲିଟାରୀ ଏକାଡେମୀରୁ ତାଲିମ ନେଇଛନ୍ତି।

ସେ ସୋଭିଏତ୍ ଦଖଲ ବିରୁଦ୍ଧରେ ଲଢ଼େଇରେ ତାଲିବାନରେ ଯୋଗ ଦେଇଥିଲେ। ତାଲିବାନରେ ସେ ଶେରୁ ଡାକ ନାମରେ ମଧ୍ୟ ଜଣାଶୁଣା। ଆଫଗାନିସ୍ତାନ ଶାସକଙ୍କ ନାମ ଅନୁସାରେ ପାକିସ୍ତାନ ନିଜ ଅସ୍ତ୍ରଶସ୍ତ୍ରର ନାମକରଣ  କରୁଥିବା ନେଇ ଶେର ମହମ୍ମଦ ଅବ୍ବାସ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। 

କାବୁଲର ଲୋୟା ଜିରଗା ହଲରେ ସ୍ନାତକୋତ୍ତର ସମାରୋହକୁ ସମ୍ବୋଧିତ କରି ଶେର ମହମ୍ମଦ କହିଛନ୍ତି ଯେ, ପଡୋଶୀ ଦେଶ ଏହାର ଅସ୍ତ୍ରଶସ୍ତ୍ର ପାଇଁ ଗର୍ବିତ ଏବଂ ସେମାନେ ଦାବି କରୁଛନ୍ତି ଯେ, ତାଲିବାନ ସରକାର ସେମାନଙ୍କ ସାମ୍ନାରେ କିଛି ନୁହେଁ।

କିନ୍ତୁ ଆମେ ସେମାନଙ୍କୁ କହୁଛୁ ଯଦି ତୁମେ ତୁମର ରକେଟର ନାମ ଅହମ୍ମଦ ଏବଂ ମହମୁଦ ରଖିଛ, ତେବେ ଅହମ୍ମଦ ଏବଂ ମହମୁଦ ଆମ ସହିତ ଅଛନ୍ତି। ତୁମେ ତୁମର କ୍ଷେପଣାସ୍ତ୍ରର ନାମ ଗଜନଭି, ବାବର କିମ୍ବା ଅବଦଲିର ରଖିଛ। ତେବେ ଏସବୁ କିଛି କାମ ଦେବ ନାହିଁ। ଆମ ଦେଶରେ ଶହଶହ ଗଜନଭି ଏବଂ ଅବଦଲିରେ ପରିପୂର୍ଣ୍ଣ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ହେଉଛନ୍ତି ଜଣେଜଣେ ପରମାଣୁ ବୋମା।

ସ୍ତାନିକଜାଇ ଚେତାବନୀ ଦେଇଛନ୍ତି, ଯଦି ଆଫଗାନିସ୍ତାନ ମହମୁଦ, ଅବଦଲି କିମ୍ବା ବବରର ୫ପୁଅଙ୍କୁ ସୀମା ପାର କରି ପଠାନ୍ତି ତେବେ ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ। ସେ କହିଛନ୍ତି ଯେ, ଆଫଗାନିସ୍ତାନ ସୈନ୍ୟମାନେ ଦେଶର ସୀମାକୁ ସଫଳତାର ସହ ସୁରକ୍ଷିତ କରି ରଖିଛନ୍ତି। ଯଦି ଶତ୍ରୁ ଆମ ଦେ‌ଶ ଉପରେ ଖରାପ ଆଖି ପକାଇବେ ତେବେ ଆମେ ତାଙ୍କ ଆଖି ତାଡି ବାହାର କରିନେବୁ। 

ସ୍ତାନିକଜାଇଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆଫଗାନିସ୍ତାନର ପାକ୍ତିକା ପ୍ରଦେଶ ଉପରେ ଗତ ମାସର ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା  ବୃଦ୍ଧି ପାଇଛି। ଏହି ଆକ୍ରମଣରେ ଆଫଗାନିସ୍ତାନ ଭିତରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିଲା, ଏହା ପରେ ତାଲିବାନ ବାହିନୀ ପାକିସ୍ତାନର ଅନେକ ସ୍ଥାନକୁ ଟାର୍ଗେଟ କରି ପ୍ରତିଶୋଧ ନେଇଥିଲା। ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିଥିଲା ଯେ, ତାଲିବାନ ବାହିନୀ ସୀମା ପାର କରି ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରି ୧୯ ସୈନିକଙ୍କୁ ହତ୍ୟା କରିଛି।

ସ୍ତାନିକଜାଇ ତାଙ୍କ ଅଭିଭାଷଣରେ ଆଫଗାନିସ୍ତାନର ଅର୍ଥନୀତିକୁ ଆତ୍ମନିର୍ଭରଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ କୌଣସି ଦେଶ ଦରିଦ୍ର ଅଟେ। ଏହା ଜଗତର ଏକ ନୀତି ଭୋକିଲା ଏବଂ ଗରିବ ଲୋକ ଧନୀମାନଙ୍କ ଆଦେଶ ପାଳନ କରନ୍ତି।  ଯଦି ଗରିବ ଧନୀଙ୍କ ଆଦେଶ ପାଳନ ନ କରେ ତେବେ କେହି ତାଙ୍କୁ ରୁଟି ଦେବେ ନାହିଁ।

ଅଧିକ ପଢ଼ନ୍ତୁ: ହାଇୱା ଧକ୍କାରେ ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ, ୨ ଗୁରୁତର

ଆଜି, ଯଦି ବିଦେଶୀ ଦେଶ ଏବଂ ସଂଗଠନ ଆଫଗାନିସ୍ତାନ ଉପରେ ପ୍ରତିବନ୍ଧକ ବା ସର୍ତ୍ତ ଲଗାଉଛନ୍ତି, ଏହାର କାରଣ ହେଉଛି ଆମେ ସେମାନଙ୍କ ଉପରେ ନିର୍ଭରଶୀଳ । ଯଦି ଆମେ ଆତ୍ମନିର୍ଭରଶୀଳ ହୋଇଥାନ୍ତୁ, ଆମେ କହିଥାନ୍ତୁ ଯେ, ଆମେ ଆପଣଙ୍କର କୌଣସି ସର୍ତ୍ତ ଗ୍ରହଣ କରିବୁ ନାହିଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ଏକ ଏକ ଅଟା ବସ୍ତା ଉପରେ ନିର୍ଭରଶୀଳ।

ଅଧିକ ପଢ଼ନ୍ତୁ: ସରଣ୍ଡାରେ ପଶିଲେ ବହୁ ସଂଖ୍ୟକ ସିଆର୍‌ପିଏଫ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe