Misa's comments fuel political heat
ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ସମସ୍ତ ଦଳ ନିଜର ରାଜନୈତିକ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି। ଲାଲୁ ଯାଦବ କହିଛନ୍ତି ଯେ ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ଅଛି। ସେମାନେ ନୀତୀଶଙ୍କର ଅତୀତର ସମସ୍ତ ଭୁଲକୁ କ୍ଷମା କରିବେ। ତାଙ୍କ ସହ ମିଶି ବିହାରରେ ନିର୍ବାଚନ ଲଢ଼ିବା ବିଷୟରେ ଲାଲୁ ସୂଚନା ଦେଇଛନ୍ତି।
ନୀତୀଶ କୁମାର ଏବଂ ଲାଲୁ ଯାଦବଙ୍କ ମଧ୍ୟରେ ରାଜନୈତିକ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଜାନୁଆରୀ ୧୫ ପରେ ଖରମାସ ଶେଷ ହେଲେ ନୀତୀଶ ଏନଡିଏ ସହିତ ସମ୍ପର୍କ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇବାରେ ଲାଗିଛି। ମକର ସଂକ୍ରାନ୍ତିରେ ପଲଟୁରାମ ନୀତୀଶ କୁମାର ପୁଣିଥରେ ପଲଟିବେ ବୋଲି ଦେଇ ନାନା ପ୍ରକାର ଚର୍ଚ୍ଚା ହୋଇଛି।
ମକର ସଂକ୍ରାନ୍ତିରେ ନୀତୀଶ କୁମାର ସମୟ ପୂର୍ବରୁ ଏବଂ ଚିରାଗଙ୍କ ଅନୁପସ୍ଥିତିରେ ଚିରାଗ ପାସୱାନର ଦହି ଚୁଡା ଭୋଜିରେ ପହଞ୍ଚିଥିଲେ। ସେ ରାମ ଭିଲାସ ପାସୱାନଙ୍କ ଚିତ୍ରକୁ ପ୍ରଣାମ କରି ଚାଲି ଆସିଥିଲେ। ଏପରିସ୍ଥଳେ ଲାଲୁଙ୍କ ଶିବିର ନୀତୀଶଙ୍କ ପାଇଁ ଦ୍ୱାର ଖୋଲିବାରେ ବିଳମ୍ବ କରି ନଥିଲେ। ଲାଲୁଙ୍କ ସାଂସଦ ଝିଅ ମିସା ଭାରତୀ କହିଛନ୍ତି ଯେ, ନୀତୀଶ କୁମାର ତାଙ୍କ ପରିବାରର ସଦସ୍ୟ। ତାଙ୍କ ପାଇଁ କବାଟ ସବୁବେଳେ ଖୋଲା ଅଛି।
ଜେଡିୟୁ ପୁଣି ଥରେ ମିଳିତ ମେଣ୍ଟରେ ଯୋଗଦେବା ନେଇ ମିସା ଭାରତୀ କହିଛନ୍ତି ଯେ, ସିଏମ ନୀତୀଶ କୁମାର ମୋର ଅଭିଭାବକ ଭଳି। ତାଙ୍କ ପାଇଁ ଆମ କବାଟ ସବୁବେଳେ ଖୋଲା ଅଛି ।
ରାଜନୀତିରେ କିଛି ଅସମ୍ଭବ ନୁହେଁ। ନୀତୀଶ ଜୀ ଯେତେବେଳେ ଚାହିଁବେ ଆସିପାରିବେ। ତାଙ୍କୁ ସ୍ୱାଗତ। ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣର ଆବଶ୍ୟକତା ନାହିଁ।
ମିସାଙ୍କ ବିବୃତି ଉପରେ ଏଲଜେପି (ରାମ ଭିଳାସ) ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ୍ ଦହି ଚୁଡା ଭୋଜିରେ ଉପସ୍ଥିତ ନ ଥିବାରୁ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଏକ ବଡ଼ କଥା, କିନ୍ତୁ ଏଥିରେ କୌଣସି ରହସ୍ୟ ନାହିଁ।
ମୋର ବିଶ୍ୱାସ ଯେ, ଚଳିତ ବର୍ଷ ବିହାର ରାଜନୀତିରେ ପୁଣି ଥରେ ଏକ ଡବଲ ଇଞ୍ଜିନ ସରକାର ଗଠନ ହେବ। କେନ୍ଦ୍ରରେ ଏନଡିଏ ସରକାର ଥିବାବେଳେ ଜନସାଧାରଣ ବିହାରରେ ଏନଡିଏ ସରକାର ବାଛିବା ପାଇଁ ନିଷ୍ପତ୍ତି ନେବେ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ସ୍ଥିର କରିଛନ୍ତି। ଏଭଳି ପରିସ୍ଥିତିରେ ଭାରତର ପ୍ରତ୍ୟେକ ରାଜ୍ୟ ଏକ ବିକଶିତ ରାଜ୍ୟ ହେବା ଜରୁରୀ ଅଟେ।
ଅଧିକ ପଢ଼ନ୍ତୁ: ହସିବାରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଶକ୍ତ ଚାପୁଡ଼ା
ଏହା ପରେ ବିଜେପି ମଧ୍ୟ ପ୍ରତିକ୍ରିୟା ଦେଇଛି। ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି ଯେ, ଯେଉଁମାନେ ଖେଳିବେ ସେମାନେ ଅସୁବିଧାରେ ପଡ଼ିବେ। ତେବେ ନୀତୀଶ କୁମାରଙ୍କୁ ନେଇ ଲାଲୁଙ୍କ ପରିବାର ପକ୍ଷରୁ ଏକ ହଙ୍ଗାମା ସୃଷ୍ଟି କରାଯାଉଛି। ଲାଲୁ ଯାଦବ ଏବଂ ମିସା ଭାରତୀଙ୍କ କବାଟ ଖୋଲା ମନ୍ତବ୍ୟ ପରେ ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ କହିଛନ୍ତି ଯେ, ସେ ନୀତୀଶଙ୍କୁ ପ୍ରବେଶ କରିବାକୁ ଦେବେ ନାହିଁ।
ଅଧିକ ପଢ଼ନ୍ତୁ: ଗଦା ଧରି ଧାର୍ମିକ ଶୋଭାଯାତ୍ରାରେ ସାମିଲ ହେବା ସିଓଙ୍କୁ ମହଙ୍ଗା ପଡ଼ିଲା
Follow Us