ଅହମଦାବାଦ: ଅହମଦାବାଦରୁ ଲଣ୍ଡନର ଗାଟୱିକ୍ ଅଭିମୁଖେ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନର୍ ବିମାନ (ଫ୍ଲାଇଟ୍ ଏଆଇ-୧୭୧)  ଗତ ବର୍ଷ ଜୁନ୍ ୧୨ ତାରିଖରେ ଟେକ୍ଅଫ୍ କରିବାର ମାତ୍ର କିଛି ସେକେଣ୍ଡ୍ ମଧ୍ୟରେ ଏକ ଆବାସିକ ଅଞ୍ଚଳରେ ଖସିପଡ଼ିଥିଲା। ଏହି ଭୟାବହ ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ଭୂମିରେ ପଡ଼ିଥିବା ବିମାନ ଯୋଗୁଁ ଆହତ ହୋଇ ୨୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବାରୁ ମୃତକଙ୍କ ସଂଖ୍ୟା ୨୭୦ରେ ପହଞ୍ଚିଥିଲା। କେବଳ ଜଣେ ବ୍ରିଟିସ୍‌ ଯାତ୍ରୀ ଗୁରୁତର ଆହତ ହୋଇ ରକ୍ଷା ପାଇଯାଇଥିଲେ।

Advertisment

Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ

ଆମେରିକୀୟ ସଂସ୍ଥାର ଯାଞ୍ଚ ରିପୋର୍ଟ
ବୈଦ୍ୟୁତିକ ଓ ସଫ୍‌ଟୱେର ତ୍ରୁଟି ପାଇଁ ସବୁ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା

ଆମେରିକାର ଏଭିଏସନ୍ ସେଫ୍ଟି ଫାଉଣ୍ଡେସନ୍ (ଏଫ୍ଏଏସ୍) ନାମକ ଏକ ସଂଗଠନ ପ୍ରକାଶ କରିଥିବା ଏକ ବିସ୍ତୃତ ରିପୋର୍ଟରେ ଦୁର୍ଘଟଣାଗ୍ରସ୍ତ ବିମାନର ପୂର୍ବରୁ ଥିବା ଗମ୍ଭୀର ବୈଷୟିକ ତ୍ରୁଟିଗୁଡ଼ିକୁ ଉଲ୍ଲେଖ କରାଯାଇଛି। ଏହି ବିମାନ  ୨୦୧୪ ମସିହାରୁ ଏୟାର ଇଣ୍ଡିଆରେ ସେବାରେ ରହିଥିଲା ଏବଂ ସେବା ଆରମ୍ଭରୁ ହିଁ ବିଭିନ୍ନ ବ୍ୟବସ୍ଥାଗତ ବିଫଳତାର ସମ୍ମୁଖୀନ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ବିମାନଟି ନିର୍ମାଣ, ଗୁଣବତ୍ତା ନିୟନ୍ତ୍ରଣ, ରକ୍ଷଣାବେକ୍ଷଣ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅନେକ ଗମ୍ଭୀର ସମସ୍ୟାର ଶିକାର ହୋଇଥିଲା। ଏଥିରେ ବିଦ୍ୟୁତ୍ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଅନ୍ତର୍ଭୁକ୍ତ ଥିଲା। ଇଲେକ୍ଟ୍ରୋନିକ୍ସ ଓ ସଫ୍ଟୱେର୍ ତ୍ରୁଟି ଯୋଗୁଁ ସର୍କିଟ୍ ବ୍ରେକ୍‌ ବାରମ୍ବାର ଟ୍ରିପ୍ ହେବା ସହ  ବିଦ୍ୟୁତ୍ ପ୍ରବାହ ହ୍ରାସ ପାଇଥିଲା।  ଏହା ବ୍ୟତୀତ ୨୦୨୨ ମସିହାରେ ମଧ୍ୟ ଏହି ବିମାନରେ ଏକ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଅନ୍ତର୍ନିହିତ ବ୍ୟବସ୍ଥାଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା ବୋଲି କୁହାଯାଉଛି।

Accident: ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ଏଫ୍ଏଏସ୍ ରିପୋର୍ଟରେ ସନ୍ଦେହ ପ୍ରକାଶ କରାଯାଇଛି ଯେ   ବିଦ୍ୟୁତ ବିଫଳତା ହିଁ ଦୁର୍ଘଟଣାର ପ୍ରାଥମିକ କାରଣ ହୋଇପାରେ। ଏହି ବିଫଳତା ବିମାନରେ ଏକାଧିକ ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲା। ଆଧୁନିକ ବୋଇଂ ୭୮୭ ବିମାନ ବିଦ୍ୟୁତ୍ ଓ ସଫ୍ଟୱେର୍ ଉପରେ ବହୁଳ ନିର୍ଭରଶୀଳ ହୋଇଥିବାରୁ ବିଦ୍ୟୁତ୍ ଯୋଗାଣରେ ବାଧା ଘଟିଲେ ଅନେକ ମୁଖ୍ୟ ବ୍ୟବସ୍ଥାକୁ ଏକସଂଗରେ ବିଫଳ କରିଦେଇପାରେ।  ଏଫ୍ଏଏସ୍ ଆହୁରି ମଧ୍ୟ କହିଛି ଯେ ବିଶ୍ୱବ୍ୟାପୀ ବୋଇଂ ୭୮୭ ବିମାନରେ ପ୍ରାୟ ୨,୦୦୦ ବିଫଳତା ସମ୍ବନ୍ଧୀୟ ରିପୋର୍ଟ ନଥିଭୁକ୍ତ ହୋଇଛି।