ଅହମଦାବାଦ: ରୋଗୀଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ। ଜିଅନ୍ତା ଜଳିଗଲେ ଭିତରେ ଥିବା ଲୋକେ। ସୋମବାର ସନ୍ଧ୍ୟାରେ ଗୁଜରାଟର ଅରବଲ୍ଲୀ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ମୋଡାସାର ରାଣାସାୟଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଆମ୍ବୁଲାନ୍ସରେ ଥିବା ଡାକ୍ତର, ନର୍ସ, ଶିଶୁର ବାପା ଏବଂ ନବଜାତ ଶିଶୁଟି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି। ସେମାନେ ଗାଡ଼ିରୁ ଖସି ପଳାଇ ପାରିଲେ ନାହିଁ ଏବଂ ସେମାନଙ୍କୁ ରକ୍ଷା କରାଯାଇ ପାରିଲା ନାହିଁ।
ପ୍ରସବ ପରେ ଅଧିକ ଚିକିତ୍ସା ପାଇଁ ଶିଶୁକୁ ଅନ୍ୟ ସ୍ଥାନକୁ ନିଆଯାଉଥିଲା
ସୂଚନା ମୁତାବକ, ଅହମଦାବାଦର ଅରେଞ୍ଜ ହସ୍ପିଟାଲରେ ପ୍ରସବ ପରେ ଅଧିକ ଚିକିତ୍ସା ପାଇଁ ଦିନକର ନବଜାତ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ଅହମଦାବାଦକୁ ନିଆଯାଉଥିଲା। ଆମ୍ବୁଲାନ୍ସଟି ମୋଡାସା ଦେଇ ଯାଉଥିବା ସମୟରେ ହଠାତ୍ ଗାଡ଼ି ଭିତରେ ଏକ ଭୟଙ୍କର ନିଆଁ ଲାଗିଥିଲା। ଡ୍ରାଇଭର ଏବଂ ଆଗ ସିଟରେ ବସିଥିବା ଶିଶୁର ଜଣେ ସମ୍ପର୍କୀୟଙ୍କୁ ଉଦ୍ଧାର କରାଯାଇଥିଲେ ବି ପଛ ଭାଗ ନିଆଁରେ ପୋଡ଼ି ଯାଇଥିଲା, ଯାହା ଫଳରେ ପଛରେ ବସିଥିବା ଡାକ୍ତର, ନର୍ସ, ଶିଶୁର ବାପା ଏବଂ ନବଜାତ ଶିଶୁଟି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ବହୁତ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ
ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣା ବିଷୟରେ ମୋଡାସା ମ୍ୟୁନିସିପାଲିଟି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ଏବେ, ସ୍ଥାନୀୟ ପୁଲିସ ଅନ୍ୟ ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଭୟଙ୍କର ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପେଟ୍ରୋଲ ପମ୍ପ ନିକଟରେ ଆମ୍ବୁଲାନ୍ସଟି ଜଳୁଥିବାର ଦେଖାଯାଉଛି।
ଆହୁରି ପଢ଼ନ୍ତୁ: Terrorist Umar Nabi: ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣକୁ ସମର୍ଥନ କରି ଜିହାଦୀ ଭିଡିଓ କରିଥିଲେ ଡାକ୍ତର ଉମର
ଆହୁରି ପଢ଼ନ୍ତୁ: Hamas Rejects Gaza Peace Plan: ଟ୍ରମ୍ପ୍ଙ୍କୁ ହମାସର ଝଟକା: ଗାଜା ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/18/ambulance-2025-11-18-11-19-25.jpg)