IndiGo Crisis, Air Fare Hike: ଆକାଶଛୁଆଁ ଆକାଶ ପଥରେ ଯାତ୍ରା: ଏକାଥରେ ୧୦ ଗୁଣା ବଢିଗଲା ବିମାନ ଟିକେଟ୍ ଦର, ଶୁଣିଲେ ଲାଗୁଛି ଡର…

Advertisment

ବୋଝ ଉପରେ ନଳିତା ବିଡ଼ା କୁହନ୍ତୁ କି ନଇଁ ପଡିଥିବୁ ଯେତିକି ବେଳେ ବିଧାଟେ ମାରିବୁ ସେତିକି ବେଳେ ନ୍ୟାୟରେ ଇଣ୍ଡିଗୋରେ ସଙ୍କଟ ପରେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ବିମାନ ଯାତ୍ରୀ । ଗୋଟେପଟେ ଇଣ୍ଡିଗୋ ସଙ୍କଟ ଏବଂ ଅନ୍ୟପଟେ ଟିକେଟର ଚଢା ଦର । ହଠାତ୍ ବଢିଗଲା ଆକାଶ ପଥର ଭଡ଼ା

ବୋଝ ଉପରେ ନଳିତା ବିଡ଼ା କୁହନ୍ତୁ କି ନଇଁ ପଡିଥିବୁ ଯେତିକି ବେଳେ ବିଧାଟେ ମାରିବୁ ସେତିକି ବେଳେ ନ୍ୟାୟରେ ଇଣ୍ଡିଗୋରେ ସଙ୍କଟ ପରେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ବିମାନ ଯାତ୍ରୀ । ଗୋଟେପଟେ ଇଣ୍ଡିଗୋ ସଙ୍କଟ ଏବଂ ଅନ୍ୟପଟେ ଟିକେଟର ଚଢା ଦର । ହଠାତ୍ ବଢିଗଲା ଆକାଶ ପଥର ଭଡ଼ା

air fare

air fare Photograph: (sambad.in)

ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡ଼ା କୁହନ୍ତୁ କି ନଇଁ ପଡିଥିବୁ ଯେତିକି ବେଳେ ବିଧାଟେ ମାରିବୁ ସେତିକି ବେଳେ ନ୍ୟାୟରେ ଇଣ୍ଡିଗୋରେ ସଙ୍କଟ ପରେ ଏବେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ବିମାନ ଯାତ୍ରୀ । ଘଣ୍ଟା ଘଣ୍ଟା ଅପେକ୍ଷାକୁ ବଳିଯାଇଛି ମହଙ୍ଗା ଟିକେଟର ଯନ୍ତ୍ରଣା । ଗୋଟେପଟେ ଇଣ୍ଡିଗୋ ସଙ୍କଟ ଏବଂ ଅନ୍ୟପଟେ ଟିକେଟର ଚଢା ଦର । ହଠାତ୍ ବଢିଗଲା ଆକାଶ ପଥର ଭଡ଼ା । ଦୁଇ ଗୁଣା କି ୩ ଗୁଣା ନୁହେଁ ବରଂ ଏକାଥରେ ୧୦ ଗୁଣା ବଢିଲା ଟିକେଟର ଦର । ଯାହା ସିଧାସଳଖ ଯାତ୍ରୀଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି । ଆଉ ଯାତ୍ରୀଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି ।

ଜାତୀୟ ଗଣମାଧ୍ଯମରେ ପ୍ରକାଶିତ ତଥ୍ୟ ଅନୁସାରେ । ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋର ୨୩୫ଟି ବିମାନ ବାତିଲ କରାଯାଇଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ୫୮୦ ଅତିକ୍ରମ କରିଛି । ଏଭଳି ପରିସ୍ଥିତି ଯୋଗୁଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ଏବଂ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏତିକି ବେଳେ ମହଙ୍ଗା ହୋଇଛି ଟିକେଟ୍ ଦର । ଆଜି ପାଇଁ ବିଭିନ୍ନ ବିମାନ ସେବାର ଭଡା ବଢିଛି ।

ଆହୁରି ପଢନ୍ତୁ- Presidential Diner :  ନୈଶ୍ୟଭୋଜି ପାଇଁ ରାହୁଲଙ୍କୁ ମିଳିଲାନି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ଆକାଶ ପଥରେ ଆକାଶଛୁଆଁ ଦର 

ଦିଲ୍ଲୀ-ଚେନ୍ନାଇ- ୬୮, ୯୩୨ ଟଙ୍କା
ଦିଲ୍ଲୀ-ବେଙ୍ଗାଲୁରୁ- ୩୯, ୧୦୧ ଟଙ୍କା
ଅହମଦାବାଦ-ମୁମ୍ବାଇ- ୨୦, ୩୫୯ ଟଙ୍କା
କୋଲକାତା-ମୁମ୍ବାଇ- ୩୧, ୪୪୪ ଟଙ୍କା
କୋଲକାତା-ବେଙ୍ଗାଲୁରୁ- ୨୪, ୧୭୬ ଟଙ୍କା
ପୁଣେ-କୋଲକାତା- ୨୪, ୯୪୮ ଟଙ୍କା
ପୁଣେ-ହାଇଦ୍ରାବାଦ- ୧୭, ୫୦୧ ଟଙ୍କା

ଏୟାର ଇଣ୍ଡିଆର ଦର, ଶୁଣିଲେ ଲାଗୁଛି ଡର

ସେହିପରି ଦିଲ୍ଲୀରୁ ମୁମ୍ବାଇ ପାଇଁ ଏୟାର ଇଣ୍ଡିଆର ଟିକେଟ ଦର ୭ ତାରିଖ ପାଇଁ ବୃଦ୍ଧି ପାଇ ୨୫ ହଜାର ହୋଇଛି । ଶନିବାର ପାଇଁ ପୁଣେରୁ କୋଲକାତା ପାଇଁ ବି ଏୟାର ଇଣ୍ଡିଆର ଦର ୬୯, ୦୦୦ ହୋଇଯାଇଛି । ସେହିପରି ଦିଲ୍ଲୀ-ପାଟଣା ପାଇଁ ୨୯ ହଜାର ଟଙ୍କା ଛୁଇଁଛି । ଦିଲ୍ଲୀରୁ ବେଙ୍ଗାଲୁରୁ ଟିକଟ ଦର ବଢି ୩୩ ହଜାର ୨୨୯ ହୋଇଛି ।

ଆହୁରି ପଢନ୍ତୁ- Bhagavad Gita: ମୋଦୀଙ୍କ ଗୀତା ଉପହାର: ଜାଣନ୍ତୁ ବିଶ୍ବର କେଉଁ ବଡ଼ ନେତାଙ୍କୁ ପୂର୍ବରୁ ଗୀତା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ?

ବିଦେଶ ଦରଠୁ ଟପିଗଲା ଦେଶ ଭିତର ଭଡ଼ା

ହୁହୁ ହୋଇ ବଢୁଥିବା ବିମାନର ଟିକଟ ଦର ଭିତରେ ସବୁଠାରୁ ଚକିତ କରିଦେବା ଭଳି ଘଟଣାଟି ହେଉଛି ଆକାଶପଥରେ ବିଦେଶ ଯାତ୍ରାର ଭଡା ଠାରୁ ଦେଶ ଭିତରର ଭଡା ମହଙ୍ଗା ହୋଇଛି । ଦିଲ୍ଲୀରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୨୩ ହଜାର ଏବଂ ବେଙ୍ଗାଲୁରୁରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୧୮ ହଜାର ଥିବା ବେଳେ ଦେଶର ପ୍ରମୁଖ ସହରରୁ ଅନ୍ୟ ସହରକୁ ଯାତ୍ରା ପାଇଁ ବିମାନ ଦର ୧୦ ଗୁଣା ବୃଦ୍ଧି ପାଇଛି ।

ବିମାନ ଯାତ୍ରୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ କଷ୍ଟଦାୟକ ସାବ୍ୟସ୍ତ ହୋଇଛି । ଦେଶର ସବୁଠାରୁ ବଡ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଆଜି ଏକକାଳୀନ ଶହ ଶହ ବିମାନ ବାତିଲ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ ସାରା ଦେଶରେ ମୋଟ ୫୮୦ ବିମାନ ରଦ୍ଦ ହୋଇଛି । ଦିଲ୍ଲୀରୁ ୨୨୦ ବିମାନ, ବେଙ୍ଗାଲୁରୁରୁ ୧୦୦, ହାଇଦ୍ରାବାଦରୁ ଏବଂ ଅନ୍ୟ ବଡ଼ ବଡ଼ ବିମାନବନ୍ଦରରୁ ବିମାନ ରଦ୍ଦ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe