ବିଶ୍ବ ମଞ୍ଚରେ ପାକିସ୍ତାନର ପୋଲ୍ ଖୋଲୁଛନ୍ତି ଭାରତର ସାଂସଦ, ଜାପାନ ଗସ୍ତରେ ଅଛନ୍ତି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ...

ଜାପାନରେ ବଦମାସ୍ ପାକିସ୍ତାନର ମୁଖା ଖୋଲୁଛି ଭାରତ । ପାକିସ୍ତାନର ଆତଙ୍କୀ ଲିଙ୍କ ଏବଂ କେମିତି ପାକିସ୍ତାନ ଆତଙ୍କବାଦୀଙ୍କୁ ଖାଦ୍ୟ ପାଣି ଦେଇ ନିଜ ମାଟିରେ ପାଳିଛି ସେନେଇ ପୂରା ତଥ୍ୟ ଜାପାନ ସରକାର ସମେତ ନେତାମନ୍ତ୍ରୀଙ୍କୁ ଅବଗତ କରୁଛନ୍ତି ଭାରତୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ।

ିୈୀଲୀବଲୀବସ

Photograph: (Sambad.in)

ଟୋକିଓ: ଜାପାନରେ ବଦମାସ୍ ପାକିସ୍ତାନର ମୁଖା ଖୋଲୁଛି ଭାରତ । ପାକିସ୍ତାନର ଆତଙ୍କୀ ଲିଙ୍କ ଏବଂ କେମିତି ପାକିସ୍ତାନ ଆତଙ୍କବାଦୀଙ୍କୁ ଖାଦ୍ୟ ପାଣି ଦେଇ ନିଜ ମାଟିରେ ପାଳିଛି ସେନେଇ ପୂରା ତଥ୍ୟ ଜାପାନ ସରକାର ସମେତ ନେତାମନ୍ତ୍ରୀଙ୍କୁ ଅବଗତ କରୁଛନ୍ତି ଭାରତୀୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ । ଦୁଇ ଦିନ ହେବ ଜାପାନରେ ଆତଙ୍କବାଦ ବିରୋଧରେ ଆଲୋଚନା ଚାଲିଥିବା ବେଳେ ଅପରେସନ ସିନ୍ଦୂରର ସଫଳତା ଏବଂ ସେନାର ସାହସ କଥା ବଖାଣୁଛନ୍ତି ଭାରତୀୟ ସାଂସଦ ମାନେ ।

ଆଜି ଟୋକିଓରେ ଜେଡିୟୁ ସାଂସଦ ସଞ୍ଜୟ ଝା’ଙ୍କ ନେତୃତ୍ବରେ ଜାପାନ ଗସ୍ତରେ ଥିବା ପ୍ରତିନିଧି ମଣ୍ଡଳୀ ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଆତଙ୍କବାଦ ବିରୋଧରେ ସ୍ବର ଉଠାଇବାକୁ ଏବେ ସମୟ ଆସି ଯାଇଛି ବୋଲି କହିଛନ୍ତି । ପାକିସ୍ତାନକୁ କୂଟନୈତିକ ସ୍ତରରେ ଘେରିବାକୁ ବିଦେଶ ବୁଲୁଥିବା ଏହି ଟିମରେ ଅଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଟୋକିଏରେ ହେଉଥିବା ଆଲୋଚନାରେ ସେ ଥିବାର ଦେଖାଯାଇଛି ।

ଅଧିକ ପଢନ୍ତୁ-

ସୈତାନ ସବୁବେଳେ ସୈତାନ: ପାକିସ୍ତାନର ପୁଣି ଏକ ନିଷ୍ଠୁର କାଣ୍ଡ, ମଝି ଆକାଶରେ ଅଘଟଣରୁ ବର୍ତ୍ତିବାକୁ ଇଣ୍ଡିଗୋ ବିମାନକୁ ଏୟାରସ୍ପେସ୍ ଦେଲାନି ପାକିସ୍ତାନ...

ତେବେ ଗତ ୨୧ ତାରିଖରୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ବ ମଞ୍ଚରେ ପାକିସ୍ତାନର ପୋଲ୍ ଖୋଲିବାକୁ ବିଦେଶଗସ୍ତ କରିଛନ୍ତି । ଜେଡିୟୁ ସାଂସଦ ସଞ୍ଜୟ ଝା ଓ ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳୀ ବୁଧବାର ବିଦେଶ ଗସ୍ତ କରିଥିଲେ । ସଞ୍ଜୟ ଝାଙ୍କ ନେତୃତ୍ବରେ ଟିମ୍ ଜାପାନ, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଯାଇଛି  । ଏହି ଟିମରେ ସାଂସଦ ଅପରାଜିତା ଷଡଙ୍ଗୀ, ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପରି ସାଂସଦ ରହିଛନ୍ତି । କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏକ ପ୍ରତିନିଧି ଦଳର ନେତୃତ୍ବ ନେଉଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe