ତିରୁପତି ଲଡୁ ବିବାଦ: ୪ଦିନରେ ବିକ୍ରି ହେଲାଣି ୧୪ଲକ୍ଷ ଲଡ଼ୁ

Advertisment

ଦିନକୁ ଦିନ ବଢ଼ିଚାଲିଛି ତିରୁପତି ଲଡୁ ବିବାଦ । ଏ ବିବାଦର ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ବିବାଦ ବଢ଼ୁଥିଲେ ବି ୪ଦିନରେ ୧୪ଲକ୍ଷ ଲଡ଼ୁ ବିକ୍ରି ହୋଇଥିବା ସାମ୍ନାକୁ ଆସିଛି ।

ଦିନକୁ ଦିନ ବଢ଼ିଚାଲିଛି ତିରୁପତି ଲଡୁ ବିବାଦ । ଏ ବିବାଦର ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ବିବାଦ ବଢ଼ୁଥିଲେ ବି ୪ଦିନରେ ୧୪ଲକ୍ଷ ଲଡ଼ୁ ବିକ୍ରି ହୋଇଥିବା ସାମ୍ନାକୁ ଆସିଛି ।

rwerwe

ହାଇଦ୍ରାବାଦ: ଦିନକୁ ଦିନ ବଢ଼ିଚାଲିଛି ତିରୁପତି ମନ୍ଦିରର ଲଡୁ ବିବାଦ। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁ ଚର୍ବି ଏବଂ ଖରାପ ସାମଗ୍ରୀ ମିଶୁଥିବା ତଥ୍ୟ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହି ମାମଲାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ମନ୍ଦିରର ଶୁଦ୍ଧିକରଣ କରିବା ପାଇଁ ମହାଶାନ୍ତି ହୋମୋ ଯଜ୍ଞ ମଧ୍ୟ କରାଯାଇସାରିଛି।

ତେବେ ଲଡୁକୁ ନେଇ ସାରା ଭାରତରେ ବିବାଦ ଦେଖା ଦେଉଥିଲେ ବି ଏହାର ବିକ୍ରି ଉପରେ କୌଣସି ପ୍ରଭାବ ପଡ଼ିନଥିବା ଜଣାଯାଇଛି। ମନ୍ଦିର ପ୍ରଶାସନ ଅନୁଯାୟୀ, ଚାରି ଦିନ ମଧ୍ୟରେ ୧୪ ଲକ୍ଷରୁ ଅଧିକ ତିରୁପତି ଲଡୁ ବିକ୍ରି ହୋଇସାରିଛି। ସେପ୍ଟେମ୍ବର ୧୯ରେ ମୋଟ ୩.୫୯ ଲକ୍ଷ ଲଡୁ, ସେପ୍ଟେମ୍ବର ୨୦ରେ ୩.୧ ଲକ୍ଷ, ସେପ୍ଟେମ୍ବର ୨୧ରେ ୩.୬୭ଲକ୍ଷ ଏବଂ ସେପ୍ଟେମ୍ବର ୨୨ରେ ୩.୬୦ଲକ୍ଷ ଲଡୁ ବିକ୍ରି ହୋଇସାରିଛି। ବିବାଦ ପୂର୍ବରୁ ବି ୩ଲକ୍ଷ ଉପରେ ଲଡୁ ବିକ୍ରି ହେଉଥିବା ବେଳେ ଏବେ ବି ସେହି ଧାରା ଜାରି ରହିଛି।

ଚାଲିଥିବା ତିରୁପତି ଲଡୁ ବିବାଦକୁ ନେଇ ଜଣେ ଭକ୍ତଙ୍କୁ ପଚରାଯିବାରୁ ସେ କହିଛନ୍ତି, "ଆମର ବିଶ୍ବାସ ବହୁତ ଦୃଢ଼। ଏହାକୁ ଏ ଛୋଟ ମୋଟ ଘଟଣା ଦୋହଲାଇ ପାରିବ ନାହିଁ।"

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରି ପାଇଁ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ଏହା ପରେ ଲଡୁ ବିବାଦ ଆରମ୍ଭ ହୋଇଥିଲା। 

ଏ ଖବର ପଢ଼ନ୍ତୁ- https://sambad.in/entertainment/when-aamir-khan-auditioned-for-ravi-kishans-role-in-laapataa-ladies-got-rejected-7090022

ଏ ଖବର ପଢ଼ନ୍ତୁ- https://sambad.in/india-and-beyond/bengaluru-womans-husband-suspects-lovers-role-after-her-body-parts-found-in-fridge-7089775

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe