Anant Ambani Gifts Lionel Messi: ଚର୍ଚ୍ଚାରେ ମେସିଙ୍କୁ ଅନନ୍ତ ଦେଇଥିବା ୧୦କୋଟିର ଘଣ୍ଟା

Advertisment

ଚର୍ଚ୍ଚାରେ ମେସିଙ୍କୁ ଅନନ୍ତ ଦେଇଥିବା ୧୦କୋଟିର ଘଣ୍ଟା। ଘଣ୍ଟାର ଦାମ୍ ସହିତ ଏହାର ଲୁକ୍ ଏବେ ଲୋକପ୍ରିୟ ହୋଇଛି। ଘଣ୍ଟାଟି ହେଉଛି Richard Mille RM 003-V2 GMT Tourbillon “Asia Edition”।

ଚର୍ଚ୍ଚାରେ ମେସିଙ୍କୁ ଅନନ୍ତ ଦେଇଥିବା ୧୦କୋଟିର ଘଣ୍ଟା। ଘଣ୍ଟାର ଦାମ୍ ସହିତ ଏହାର ଲୁକ୍ ଏବେ ଲୋକପ୍ରିୟ ହୋଇଛି। ଘଣ୍ଟାଟି ହେଉଛି Richard Mille RM 003-V2 GMT Tourbillon “Asia Edition”।

Anant Ambani

Anant Ambani Gifts Lionel Messi Photograph: (sambad.in)

ଜାମନଗର: ଭାରତ ଗସ୍ତ ବେଳେ ମେସିଙ୍କୁ ମିଳିଲା ଦାମୀ ଉପହାର। ୧୦.୯ କୋଟିର ଘଣ୍ଟା ଦେଲେ ଅନନ୍ତ ଅମ୍ବାନୀଫୁଟବଲ କିଂବଦନ୍ତି ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଅନନ୍ତ ଅମ୍ବାନୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବନ୍ୟଜନ୍ତୁ ଉଦ୍ଧାର, ଥଇଥାନ ଓ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ବତନ୍ତ୍ର ପରିଦର୍ଶନ କରିିଥିଲେ। ସନାତନ ଧର୍ମ ଅନୁସାରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଭାଗ ନେଇଥିଲେ, ବନ୍ୟଜନ୍ତୁମାନଙ୍କ ସହ ସମୟ କାଟିଥିଲେ, ସଂରକ୍ଷଣ ଟିମ୍ ଓ ବନ୍ୟଜନ୍ତୁଙ୍କ ଯତ୍ନରେ ନିୟୋଜିତ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ। ମେସିଙ୍କ ଏହି ପରିଦର୍ଶନ ମାନବିକତା ମୂଲ୍ୟବୋଧ ଓ ଅନନ୍ତଙ୍କ ସହିତ ତାଙ୍କ ଗଭୀର ବନ୍ଧୁତାକୁ ଦର୍ଶାଇଥିଲା। ଏହି ସମୟରେ ଅନନ୍ତ ତାଙ୍କୁ ଏକ ଦାମୀ ଘଣ୍ଟା ଦେଇଥିବା ଜଣାଯାଇଛି।

ଘଣ୍ଟାକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ଏବେ ଅନନ୍ତ ଦେଇଥିବା ଘଣ୍ଟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଘଣ୍ଟାର ଦାମ୍ ସହିତ ଏହାର ଲୁକ୍ ଏବେ ଲୋକପ୍ରିୟ ହୋଇଛି। ଘଣ୍ଟାଟି ହେଉଛି Richard Mille RM 003-V2 GMT Tourbillon “Asia Edition”। ମାର୍କେଟରେ ଏହାର ଦାମ୍ ୧୦.୯କୋଟି ହେବ ବୋଲି ଜଣାପଡ଼ିଛି। ବିନା ଘଣ୍ଟାରେ ‘ବନତାରା’କୁ ଯାଇଥିବା ମେସି ସେଠାରୁ ବାହାରିବା ପରେ ତାଙ୍କ ହାତରେ RM 003-V2 ଘଣ୍ଟା ଥିବା ଦେଖାଯାଇଥିଲା। ମେସିଙ୍କ ହାତରେ ଏହି ଦାମୀ ଘଣ୍ଟା ‌ଦେଖିବା ପରେ ଏହାର ଦାମ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଇନ୍‌ଷ୍ଟାଗ୍ରାମରେ ବ୍ୟକ୍ତ କଲେ ଖୁସି

ଭାରତ ଗସ୍ତ ପରେ ‌ସେ ଇନଷ୍ଟାଗ୍ରାମରେ କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଭାରତରେ ଫୁଟବଲର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆଶା ପ୍ରକଟ କରିଛନ୍ତି। ଭାରତ ଗସ୍ତ ସମୟର ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ନମସ୍ତେ ଇଣ୍ଡିଆ! ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ କୋଲକାତା ଗସ୍ତ ଅବିଶ୍ୱସନୀୟ ଥିଲା। ମୋତେ ଏତେ ଭଲ ଭାବରେ ସ୍ୱାଗତ କରିବା ସହ ଏତେ ଭଲ ଆତିଥ୍ୟ ଏବଂ ଭଲପାଇବା ଦେବା ପାଇଁ ଧନ୍ୟବାଦ। ମୁଁ ଆଶା କରୁଛି ଭାରତରେ ଫୁଟବଲର ଭବିଷ୍ୟତ ଉଜ୍ଜ୍ୱଳ ହେବ।"

 ଆହୁରି ପଢ଼ନ୍ତୁ: Old Man Death Wall ବ୍ରହ୍ମଗିରିରେ ଅଭାବନୀୟ, କାନ୍ଥ ପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୁଣି ଭାରତ ଫେରିବି: ମେସି

ଭିଡିଓ‌ରେ ସେ କହିଛନ୍ତି ଯେ, "ଏହି ଗସ୍ତ ବହୁତ ଭଲ ଏବଂ ଛୋଟ ଥିଲା। କିନ୍ତୁ ଏତେ ଭଲପାଇବା ପାଇ ବହୁତ ଖୁସି ଲାଗିଲା। ମୁଁ ପୂର୍ବରୁ ଜାଣିଥିଲି ମୋତେ ଭଲପାଇବା ମିଳିବ। କିନ୍ତୁ ଏତେ ଶୀଘ୍ର ଏତେ ଅଧିକ ଭଲପାଇବା ମିଳିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ଆମେ ସମସ୍ତ ଭଲପାଇବା ନେଇ ଯାଉଛୁ ଏବଂ ଶୀଘ୍ର ଫେରିବୁ। ଆଶା କରୁଛି, ଗୋଟିଏ ଦିନ ଆମେ ଏଠାରେ ଖେଳ ଖେଳିପାରିବୁ। କିନ୍ତୁ ଆମେ ଭାରତ ଗସ୍ତ କରିବାକୁ ଫେରିବୁ।" 

ଆହୁରି ପଢ଼ନ୍ତୁ: Illegal Mobile Tower Construction Odisha High Court ଆବାସିକ ଅଞ୍ଚଳରେ ବେଆଇନ ଭାବେ ମୋବାଇଲ ଟାୱାର ନିର୍ମାଣ ଅଭିଯୋଗ, ହାଇକୋର୍ଟଙ୍କ ଜବାବ ତଲବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe