Advertisment

Children Under 16:କର୍ଣ୍ଣାଟକରେ ୧୬ ବର୍ଷ ତଳର ପିଲାଙ୍କୁ ସାମାଜିକ ଗଣମାଧ୍ୟମ ମନା

Advertisment

କର୍ଣ୍ଣାଟକ ସରକାର ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବାକୁ ଯାଉଛନ୍ତି। ଛୋଟ ପିଲାଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି, ଅନଲାଇନ ନିରାପତ୍ତା ଓ ଅଧିକ ସମୟ ଫୋନରେ ସମୟ ଦେବା ଉପରେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି।

Untitled-11.jpg

Photograph: (google)

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବାକୁ ଯାଉଛନ୍ତି। ଛୋଟ ପିଲାଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି, ଅନଲାଇନ ନିରାପତ୍ତା ଓ ଅଧିକ ସମୟ ଫୋନରେ ସମୟ ଦେବା ଉପରେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୨୦୨୬-୨୭ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବା ଅବସରରେ ଶୁକ୍ରବାର ଏହି ଘୋଷଣା କରିଛନ୍ତି। କର୍ଣ୍ଣାଟକ ସରକାର ଏପରି ପଦକ୍ଷେପ ନେବାରେ ପ୍ରଥମ ରାଜ୍ୟ ହେବ। ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ଓ ଗୋଆ ସରକାର ମଧ୍ୟ ଛୋଟ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଲଗାଇବା ଉପରେ ଚିନ୍ତା କରୁଥିଲେ। କର୍ଣ୍ଣାଟକ ସରକାର ଏନେଇ ଅନେକ ଦିନ ହେଲା ଚିନ୍ତା କରି ଆସୁଥିଲେ। ରାଜ୍ୟ ଆଇଟି ଓ ବାୟୋଟେକ୍ନଲୋଜି ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: କୋରାପୁଟ ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe