ନୂଆଦିଲ୍ଲୀ: ଆରାବଳୀ ପାହାଡ଼ ଓ ପର୍ବତମାଳାର ସଂଶୋଧିତ ସଂଜ୍ଞାକୁ ନେଇ ବିଭିନ୍ନ ମହଲର ଉଦ୍‌ବେଗ ପରେ ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ଦାୟର କରିଥିଲେ। ସୁପ୍ରିମକୋର୍ଟ ସୋମବାର ଏହାର ଶୁଣାଣି କରି ନଭେମ୍ବର ୨୦ରେ ଦେଇଥିବା ନିଜର ପୂର୍ବ ରାୟକୁ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ବିଚାରପତି ଜେକେ ମାହେଶ୍ୱରୀ ଓ ବିଚାରପତି ଏଜି ମସିହଙ୍କୁ ନେଇ ଗଠିତ ତିନି ଜଣିଆ ଅବସରକାଳୀନ ଖଣ୍ଡପୀଠ ବିଶେଷଜ୍ଞ କମିଟିର ରିପୋର୍ଟ ଏବଂ ଅଦାଲତଙ୍କ ମନ୍ତବ୍ୟର ଭୁଲ ବ୍ୟାଖ୍ୟା ନେଇ ଚିନ୍ତା ପ୍ରକଟ କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ଖଣ୍ଡପୀଠ ଦର୍ଶାଇଥିଲେ। 

Advertisment

DRDO : ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ

ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ସରକାରଙ୍କୁ ସ୍ପଷ୍ଟ ଭାବେ ପଚାରିଥିଲେ ‘ନୂତନ ଢାଞ୍ଚାରେ ଖଣି ଖନନ ବନ୍ଦ କରାଯିବ ନା ଏହାକୁ ଜାରି ରଖିବାକୁ ଅନୁମତି ଦିଆଯିବ? ସରକାରଙ୍କ ଯୁକ୍ତିର ବ୍ୟାଖ୍ୟା କରିବାକୁ କହିଥିଲେ’। ଏଥିସହିତ ଏକ ବିଶେଷଜ୍ଞ କମିଟି ଗଠନ କରି କୋର୍ଟକୁ ସହାୟତା ଲାଗି ଆଟର୍ଣ୍ଣି ଜେନେରାଲ୍ ଆର୍‌ ଭେଙ୍କଟରମଣି ଓ ବରିଷ୍ଠ ଓକିଲ ପିଏସ୍‌ ପରମେଶ୍ୱରଙ୍କୁ ଅନୁରୋଧ କରି ନୋଟିସ୍‌ ଜାରି କରିଥିଲେ। ସଲିସିଟର ଜେନେରାଲ୍‌ ତୁଷାର ମେହଟା ଖଣ୍ଡପୀଠଙ୍କୁ ଅବଗତ କରାଇ କହିଥିଲେ, ବର୍ତ୍ତମାନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ନୋଟିସ୍ ଜାରି କରାଯାଇଛି ଏବଂ ଆଉ କୌଣସି ଖଣି ଖନନ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷଜ୍ଞ କମିଟି ଗଠନ ପାଇଁ କହିଲେ, ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

Story Of Jagannath: ‘କଳା ବାନ୍ଧବ’: ମନ ଜିଣୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କୁନି ମୀରାର ଅଭିମାନ ଭରା କାହାଣୀ…

ଆରାବଳୀ ପାହାଡ଼ର ୫୦୦ ମିଟର ବ୍ୟବଧାନ ମଧ୍ୟରେ ନିୟନ୍ତ୍ରିତ ଖନନକୁ ଅନୁମତି ଦିଆଯିବ କି ନାହିଁ, ଏବଂ ଯଦି ହଁ, ପରିବେଶଗତ ନିରନ୍ତରତା ସୁନିଶ୍ଚିତ ପାଇଁ କେଉଁ ସଠିକ୍ ପରିସଂସ୍ଥାନ ସୁରକ୍ଷା ପରିମାପକ ବ୍ୟବହାର କରାଯିବ ତାହା ଉପରେ ବିଚାରବିମର୍ଶ ଜରୁରି ବୋଲି ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ଆହୁରି କହିଛନ୍ତି, ସ୍ଥିର କରିବାକୁ ପଡ଼ିବ ଯେ, ୧୨,୦୮୧ଟି ପାହାଡ଼ ମଧ୍ୟରୁ କେବଳ ୧,୦୪୮ଟି ପାହାଡ଼ ୧୦୦ ମିଟର ଉଚ୍ଚତା ସୀମା ପୂରଣ କରୁଛି କିମ୍ବା କରୁନାହିଁ। ସେଠାରେ ଭୂତାତ୍ତ୍ୱିକ ଅନୁସନ୍ଧାନ ଆବଶ୍ୟକ କି ନାହିଁ? ଆରାବଳୀ ଅଞ୍ଚଳରୁ ବାଦ୍‌ ବିସ୍ତୃତ ଅଞ୍ଚଳକୁ ଚିହ୍ନଟ କରି ଏହାକୁ ସମସ୍ତ ଦିଗରୁ ଅନୁଧ୍ୟାନ କରାଯିବ ଏବଂ ପର୍ବତମାଳାର ପରିବେଶଗତ ଅଖଣ୍ଡତାର ସୁରକ୍ଷା ମୂଲ୍ୟାୟନକୁ ସୁନିଶ୍ଚିତ କାର୍ଯ୍ୟ ଅନ୍ତର୍ଭୁକ୍ତ ହେବ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଦର୍ଶାଇଛନ୍ତି। ଏହି ନିର୍ଦ୍ଦେଶକୁ ଅନୁଧ୍ୟାନ କଲେ ଆଗାମୀ ଦିନରେ ଓଡ଼ିଶାର ପୂର୍ବଘାଟ ପର୍ବତମାଳାରେ ଖଣି ଖନନ ବିପଦରୁ ସୁରକ୍ଷା ମିଳିବାର ଆଇନଗତ ମାର୍ଗ ଆସିବ ବୋଲି ଆଇନଜୀବୀ ବିଶ୍ୱଜିତ୍ ଦାସ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ସିଂ ଯାଦବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି। ଜାନୁଆରି ୨୧ରେ ମାମଲାର 
ପରବର୍ତ୍ତୀ ଶୁଣାଣି ହେବ।