Arijit Singh Photograph: (sambad.in)
କୋଲକାତା: ସିନେମାରେ ଶୁଭିବନି ଅରିଜିତଙ୍କ ସ୍ବର । ଆଉ ସିନେମାରେ ଗୀତ ଗାଇବେନି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂ । ବଲିଉଡର ଅନେକ ହିଟ ସିନେମାରେ ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିଥିବା ଅରିଜିତ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କୌଣସି ସିନେମାରେ ଆଉ କାମ କରିବେନି । ଏଭଳି ଘୋଷଣା କରି ଚମକାଇ ଦେଇଛନ୍ତି ଅରିଜିତ । ନିଜ ସୋସିଆଲ ମିଡିଆରେ ଏପରି ଘୋଷଣା କରିଛନ୍ତି ଅରିଜିତ । ତେବେ ସିନେ ସଙ୍ଗୀତରେ ବ୍ରେକ୍ ନେଇ ଅରିଜିତଙ୍କ ଘୋଷଣା ପରେ ଭାବୁକ ହୋଇଛନ୍ତି ତାଙ୍କ ପ୍ରଶଂସକ ।
ଆହୁରି ପଢନ୍ତୁ- Census: ଜନଗଣନା ନେଇ ଭୁଲ ପ୍ରଚାରକୁ ଖଣ୍ଡନ କଲା ଗୃହ ମନ୍ତ୍ରଣାଳୟ, ଦ୍ୱିତୀୟ ପର୍ଯ୍ୟାୟରେ ହେବ ଜାତିଗତ ଜନଗଣନା
ନୂଆବର୍ଷରେ ନିରାଶାର ଖବର ଦେଇ ତାଙ୍କର କୋଟି କୋଟି ପ୍ରଶଂସକଙ୍କୁ ଅରିଜିତ ଦୁଃଖିତ କରିଥିବା ବେଳେ ଶ୍ରୋତାଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ ଧନ୍ୟବାଦ ଦେଇଛନ୍ତି । ଆଉ ଲେଖିଛନ୍ତି- ଏବେଠାରୁ ଆଉ କୌଣସି ନୂଆ କାମ କରିବି ନାହିଁ । କଣ୍ଠଶିଳ୍ପୀ ଯାତ୍ରାକୁ ଏହି ଠାରେ ହିଁ ବିରାମ ଦେଉଛି । ଏହା ମୋ ପାଇଁ ଏକ ଚମତ୍କାର ଯାତ୍ରା ଥିଲା । ତେବେ ଅରିଜିତ ସ୍ପଷ୍ଚ କରିଦେଇଛନ୍ତି କି ସେ ପୁରୁଣା ଚୁକ୍ତି ସବୁ ପୂରା କରିବେ ମାତ୍ର ଗୀତ ଗାଇବା ଛାଡ଼ିବେ ନାହିଁ ।
ଆହୁରି ପଢନ୍ତୁ- Jacob Martin: ନିଶା ସେବନ କରି ଗାଡ଼ି ଚଲାଇ ଗିରଫ ହେଲେ ପୂର୍ବତନ ଭାରତୀୟ କ୍ରିକେଟର୍ ଜାକବ ମାର୍ଟିନ
Follow Us