Army has acted as per its preparations: PM's first remarks on Operation Sindoor Photograph: (sambad.in)
ନୂଆଦିଲ୍ଲୀ: ମଙ୍ଗଳବାର-ବୁଧବାର ରାତି ୧:୦୫ ଟାରୁ ୧:୩୦ ମଧ୍ୟରେ ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବା ପରେ ଭାରତୀୟ ସେନା ପ୍ରତି ଏକ ସମ୍ମାନ ଭାବନା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଏକ କ୍ୟାବିନେଟ ବୈଠକ କରିଛନ୍ତି। ବୈଠକରେ ମୋଦୀ ତାଙ୍କ କ୍ୟାବିନେଟ୍ ବୈଠକରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ଅପରେସନ୍ ବିଷୟରେ ଅବଗତ କରାଇଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ପାଲଟା ଆକ୍ରମଣ କଲେ ତାର ଚିହ୍ନବର୍ଣ୍ଣ ରହିବନି: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ରାଜନାଥ ସିଂହ କ୍ୟାବିନେଟ ବୈଠକରେ ସମସ୍ତଙ୍କୁ ଅପରେସନ ସିନ୍ଦୂର ବିଷୟରେ ଜଣାଇଥିଲେ। ସମସ୍ତ କ୍ୟାବିନେଟ ସଦସ୍ୟ ଟେବୁଲ ବାଡ଼େଇ ତାଙ୍କର ମନ୍ତବ୍ୟ ପ୍ରତି ସମର୍ଥନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ବୈଠକରେ କହିଥିଲେ ଯେ, ଏହା କରିବାକୁ ଥିଲା। ସାରା ଦେଶ ଆମ ଆଡ଼କୁ ଚାହିଁ ରହିଥିଲା। ଆମ ସେନା ଉପରେ ଆମେ ଗର୍ବିତ।
ଅଧିକ ପଢ଼ନ୍ତୁ: ଏୟାର ଷ୍ଟ୍ରାଇକ୍ର ୪ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ...
operation-sindoor | pm-narendra-modi
Follow Us