ସେନା ନିଜର ପ୍ରସ୍ତୁତି ଅନୁସାରେ କାର୍ଯ୍ୟ କରିଛି: ଅପରେସନ ସିନ୍ଦୂର ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ମନ୍ତବ୍ୟ

ପ୍ରଧାନମନ୍ତ୍ରୀ ପାକିସ୍ତାନରେ ଭାରତ ଦ୍ୱାରା ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣକୁ ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ସେ ସମସ୍ତ କ୍ୟାବିନେଟ ସଦସ୍ୟଙ୍କୁ 'ଅପରେସନ୍ ସିନ୍ଦୂର' ବିଷୟରେ ସୂଚନା ଦେଇଛନ୍ତି। କ୍ୟାବିନେଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛି...

Army has acted as per its preparations: PM's first remarks on Operation Sindoor

Army has acted as per its preparations: PM's first remarks on Operation Sindoor Photograph: (sambad.in)

ନୂଆଦିଲ୍ଲୀ: ମଙ୍ଗଳବାର-ବୁଧବାର ରାତି ୧:୦୫ ଟାରୁ ୧:୩୦ ମଧ୍ୟରେ ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବା ପରେ ଭାରତୀୟ ସେନା ପ୍ରତି ଏକ ସମ୍ମାନ ଭାବନା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଏକ କ୍ୟାବିନେଟ ବୈଠକ କରିଛନ୍ତି। ବୈଠକରେ ମୋଦୀ ତାଙ୍କ କ୍ୟାବିନେଟ୍ ବୈଠକରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ଅପରେସନ୍ ବିଷୟରେ ଅବଗତ କରାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସେନା ପ୍ରସ୍ତୁତି ଅନୁଯାୟୀ ଏବଂ କୌଣସି ତ୍ରୁଟି ବିନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସେନାବାହିନୀକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର କ୍ୟାବିନେଟର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ କହିଛନ୍ତି ଯେ, ସମଗ୍ର ଦେଶ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ପାଲଟା ଆକ୍ରମଣ କଲେ ତାର ଚିହ୍ନବର୍ଣ୍ଣ ରହିବନି: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ରାଜନାଥ ସିଂହ କ୍ୟାବିନେଟ ବୈଠକରେ ସମସ୍ତଙ୍କୁ ଅପରେସନ ସିନ୍ଦୂର ବିଷୟରେ ଜଣାଇଥିଲେ। ସମସ୍ତ କ୍ୟାବିନେଟ ସଦସ୍ୟ ଟେବୁଲ ବାଡ଼େଇ ତାଙ୍କର ମନ୍ତବ୍ୟ ପ୍ରତି  ସମର୍ଥନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ବୈଠକରେ କହିଥିଲେ ଯେ, ଏହା କରିବାକୁ ଥିଲା। ସାରା ଦେଶ ଆମ ଆଡ଼କୁ ଚାହିଁ ରହିଥିଲା। ଆମ ସେନା ଉପରେ ଆମେ ଗର୍ବିତ।

ଅଧିକ ପଢ଼ନ୍ତୁ: ଏୟାର ଷ୍ଟ୍ରାଇକ୍‌ର ୪ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ...

 operation-sindoor | pm-narendra-modi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe