Army vehicle falls into 200-foot ditch: ୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି: ୧୦ ଯବାନ ମୃତ

Advertisment

ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଭଦେରବାହ ଅଞ୍ଚଳରେ ଆଜି ଏକ ବଡ଼ ଅଘଟଣ ଘଟିଛି। ସେନାର ଏକ ଗାଡ଼ି ଏଠା‌ରେ ଗଭୀର ଖାଇକୁ ଖସିପଡ଼ିବା ଫଳରେ ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।

ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଭଦେରବାହ ଅଞ୍ଚଳରେ ଆଜି ଏକ ବଡ଼ ଅଘଟଣ ଘଟିଛି। ସେନାର ଏକ ଗାଡ଼ି ଏଠା‌ରେ ଗଭୀର ଖାଇକୁ ଖସିପଡ଼ିବା ଫଳରେ ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।

accident

ଶ୍ରୀନଗର: ଜମ୍ମୁ-କାଶ୍ମୀର ଡୋଡା ଜିଲ୍ଲାର ଭଦେରବାହ ଅଞ୍ଚଳରେ ଆଜି ଏକ ବଡ଼ ଅଘଟଣ ଘଟିଛି। ସେନାର ଏକ ଗାଡ଼ି ଏଠା‌ରେ ଗଭୀର ଖାଇକୁ ଖସିପଡ଼ିବା ଫଳରେ ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି। ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଦୁର୍ଘଟଣାରେ ୧୦ ଯବାନଙ୍କ  ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମ‌ବେଦନା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ସିହ୍ନା କହିଛନ୍ତି, ଡୋଡାରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣାରେ ଆମର ୧୦ ଜଣ ବୀର ଯବାନଙ୍କ ମୃତ୍ୟୁ ଘଟଣାରେ ମୁଁ ଗଭୀର ମର୍ମାହତ। ଆମର ସାହସୀ ଯବାନମାନଙ୍କର ତ୍ୟାଗ ଓ ସେବା ସର୍ବଦା ମନେ ରହିବ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା। ଏଭଳି ଏକ ଗମ୍ଭୀର ଦୁଃଖଦାୟକ ସ୍ଥିତିରେ ସମଗ୍ର ଦେଶ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ସହ ରହିଛି ବୋଲି ସେ କହିଛନ୍ତି। 

Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ

ମିଳିଥିବା ସୂଚନାନୁଯାୟୀ ଭଦେରବାହ-ଚାମ୍ବା ଇଣ୍ଟର‌ଷ୍ଟେଟ୍‌ ରାସ୍ତାର ଖାନ୍ନି ଟପ୍‌ରେ ପାଖାପାଖି ୯ ହଜାର ଫୁଟ ଉଚ୍ଚତାରେ ଆଜି ଏହି ଦୁର୍ଘଟଣା ହୋଇଛି। ବୁଲେଟପ୍ରୁଫ୍‌ ସେନା ଗାଡ଼ି କାସ୍ପିର୍‌ର ଡ୍ରାଇଭର ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ୨୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିଲା। ଖବର ପାଇ ସେନା ଓ ପୁଲିସ ଦ୍ବାରା ମିଳିତ ଉଦ୍ଧାର ଅପରେସନ୍‌ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ୪ ଯବାନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଅନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତ ଯବାନମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ଉଧମପୁର କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିବା ବେଳେ ଅନ୍ୟ ଜଣେ ଯବାନଙ୍କୁ ଭଦେରବାହ ଉପ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି।  

Editorial: ଏକ ଟ୍ରାଜେଡିର ବ୍ୟବଚ୍ଛେଦ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ରାଜନାଥ କହିଛନ୍ତି, ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ହୃଦୟରୁ ସମବେଦନା।  ଆହତ ସୈନିକମାନଙ୍କର ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଥିବା ରାଜନାଥ କହିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe