Asia Manufacturing Index: ଏସିଆ ଉତ୍ପାଦନ ସୂଚୀରେ ଭାରତ ଷଷ୍ଠ, ଶୀର୍ଷରେ ଚୀନ...

Advertisment

ଏସିଆ ଉତ୍ପାଦନ (ମାନୁଫାକ୍‌ଚରିଂ) ସୂଚୀ ୨୦୨୬ରେ ଭାରତ ୨୦୨୫ ମସିହା ଭଳି ଷଷ୍ଠ ସ୍ଥାନରେ ରହିଛି । ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଲାଗି ସରକାର ଲକ୍ଷ୍ୟ ରଖିଥିବାବେଳେ ଏହି ସୂଚୀରେ ଉନ୍ନତି ନଆସିବା ଚିନ୍ତା ବଢ଼ାଇଛି

ଏସିଆ ଉତ୍ପାଦନ (ମାନୁଫାକ୍‌ଚରିଂ) ସୂଚୀ ୨୦୨୬ରେ ଭାରତ ୨୦୨୫ ମସିହା ଭଳି ଷଷ୍ଠ ସ୍ଥାନରେ ରହିଛି । ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଲାଗି ସରକାର ଲକ୍ଷ୍ୟ ରଖିଥିବାବେଳେ ଏହି ସୂଚୀରେ ଉନ୍ନତି ନଆସିବା ଚିନ୍ତା ବଢ଼ାଇଛି

New Project (4)

india Photograph: (sambad.in)

ନୂଆଦିଲ୍ଲୀ: ଏସିଆ ଉତ୍ପାଦନ (ମାନୁଫାକ୍‌ଚରିଂ) ସୂଚୀ ୨୦୨୬ରେ ଭାରତ ୨୦୨୫ ମସିହା ଭଳି ଷଷ୍ଠ ସ୍ଥାନରେ ରହିଛି । ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଲାଗି ସରକାର ଲକ୍ଷ୍ୟ ରଖିଥିବାବେଳେ ଏହି ସୂଚୀରେ ଉନ୍ନତି ନଆସିବା ଚିନ୍ତା ବଢ଼ାଇଛି। ୨୦୨୬ ଏବଂ ୨୦୨୫ରେ ଭାରତ ୧୧ଟି ଦେଶ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛି। କିନ୍ତୁ ୨୦୨୪ରେ ରିପୋର୍ଟରେ ଭାରତ ୮ଟି ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଥିଲା। ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ବ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ହେଲେ ନିଜର ଭିତ୍ତିଭୂମି ଓ ଟିକସ ନିୟମରେ ଅଧିକ ସଂସ୍କାର ଆଣିବାକୁ ହେବ।

ଆହୁରି ପଢନ୍ତୁ- Toll Rule for Vehicle: ଟୋଲ ବାକିଥିଲେ ଗାଡ଼ିର ମାଲିକାନା ହସ୍ତାନ୍ତର ହେବନି: ଫିଟ୍‌ନେସ୍‌ ନବୀକରଣ, ପରମିଟ୍‌ ପାଇଁ ଏନ୍‌ଓସି ମିଳିବନି

ସୂଚନା ଅନୁଯାୟୀ, ଏସିଆ ଉତ୍ପାଦନ ସୂଚୀରେ ଚୀନ ଚଳିତବର୍ଷ ମଧ୍ୟ ପ୍ରଥମ ସ୍ଥାନରେ ରହିଛି। ଚଳିତଥର ଭିଏତନାମକୁ ପଛରେ ପକାଇ ମାଲେସିଆ ଦ୍ବିତୀୟ ସ୍ଥାନ ହାସଲ କରିଛି। ଭିଏତନାମ ତୃତୀୟ, ସିଙ୍ଗାପୁର ଚତୁର୍ଥ, ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତ ଷଷ୍ଠ ସ୍ଥାନରେ ଥିବାବେଳେ ଇଣ୍ଡୋନେସିଆ ସପ୍ତମ ଏବଂ ଥାଇଲାଣ୍ଡ ଅଷ୍ଟମ ସ୍ଥାନ‌ରେ ରହିଛି। ଜାପାନ ନବମ, ଫିଲିପାଇନ୍ସ ଦଶମ ଏବଂ ବାଂଲାଦେଶ ଏକାଦଶ ସ୍ଥାନରେ ରହିଥିବା ଜଣାଯାଇଛି।

ଆହୁରି ପଢନ୍ତୁ-  Home Insurance: ବ୍ୟାପକ ହୋମ୍ ଇନ୍‌ସ୍ୟୁରାନ୍ସ ସହିତ ସୁରକ୍ଷିତ କରନ୍ତୁ ଆପଣଙ୍କ ସ୍ୱପ୍ନର ଘର

ଡିଜନ୍‌ ସିରା ଆଣ୍ଡ୍‌ ଆସୋସିଏଟ୍‌ସ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ଦେଶଗୁଡ଼ିକର ଉତ୍ପାଦନ କ୍ଷମତାକୁ ୮ଟି ପ୍ରମୁଖ ଆଧାର ଅନୁସାରେ ଅନୁଧ୍ୟାନ କରାଯାଇଛି। ସେଗୁଡ଼ିକ ହେଉଛି ଅର୍ଥନୀତି, ରାଜନୈତିକ ଅନିଶ୍ଚିତତା, ବ୍ୟାବସାୟିକ ପରିବେଶ, ଅନ୍ତର୍ଜାତୀୟ ବାଣିଜ୍ୟ, ଟିକସ ନୀତି, ଭିତ୍ତିଭୂମି, ଶ୍ରମବଳ ଏବଂ ପରିବେଶ-ସାମାଜିକ-ଗଭର୍ଣ୍ଣାନ୍ସ (ଇଏସ୍‌ଜି)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe