ନୂଆଦିଲ୍ଲୀ: ଆସାମ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଭୂପେନ ବୋରା ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗୁଆହାଟୀସ୍ଥିତ ବିଜେପି ମୁଖ୍ୟାଳୟ ‘ବାଜପେୟୀ ଭବନ’ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ବୋରା ରାଜ୍ୟ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ସାଇକିଆଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
Paddy: ମଣ୍ଡି ଉପରେ ଭରସା ନାହିଁ! ଆନ୍ଧ୍ର ବେପାରୀଙ୍କୁ ଧାନ ଟେକିଦେଲେଣି ଚାଷୀ
ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, ଆମେ ଆସାମ କଂଗ୍ରେସର ପୂର୍ବତନ ସଭାପତି ବୋରାଙ୍କୁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳରେ ସ୍ୱାଗତ କରୁଛୁ। ତାଙ୍କର ନିଷ୍ପତ୍ତି ଏକ ବୃହତ ରାଜନୈତିକ ପରିବର୍ତ୍ତନକୁ ସୂଚିତ କରୁଛି ବୋଲି ସେ କହିଛନ୍ତି। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ବୋରାଙ୍କ ଏହି ଦଳବଦଳ କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଦୀର୍ଘ ୩୨ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ବୋରା କିଛି ଦିନ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ଦଳ ମଧ୍ୟରେ ଅଣଦେଖା ଓ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ସେ ଅତିଷ୍ଠ ହୋଇ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବୋରାଙ୍କ ସହ ପ୍ରାୟ ୧୦୦ରୁ ଅଧିକ କଂଗ୍ରେସ କର୍ମକର୍ତ୍ତା ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/23/dgjdgjjdgbcnbn-2026-02-23-01-01-48.jpg)