Advertisment

War Updates: ଲେବାନନ୍ ଉପରେ ଭୀଷଣ ଆକ୍ରମଣ: ୩୧ ମୃତ, ୧୪୯ ଜଣ ଆହତ

Advertisment

ଇସ୍ରାଏଲ ଉପରେ ହେଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ପରେ ତେଲ୍ ଅଭିଭ୍‌ ଏହାର କଡ଼ା ଜବାବ ଦେଇଛି। ଇସ୍ରାଏଲ ସୋମବାର ଲେବାନନ୍ ଉପରେ ଭୀଷଣ ଆକ୍ରମଣ କରିଥିବାବେଳେ ଏଥିରେ ‌ଲେବାନନ୍‌ରେ ୩୧ ଜଣଙ୍କ ମୃତ୍ୟୁ ହେବା ସହ ୧୪୯ ଜଣ ଆହତ ହୋଇଛନ୍ତି

ଇସ୍ରାଏଲ ଉପରେ ହେଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ପରେ ତେଲ୍ ଅଭିଭ୍‌ ଏହାର କଡ଼ା ଜବାବ ଦେଇଛି। ଇସ୍ରାଏଲ ସୋମବାର ଲେବାନନ୍ ଉପରେ ଭୀଷଣ ଆକ୍ରମଣ କରିଥିବାବେଳେ ଏଥିରେ ‌ଲେବାନନ୍‌ରେ ୩୧ ଜଣଙ୍କ ମୃତ୍ୟୁ ହେବା ସହ ୧୪୯ ଜଣ ଆହତ ହୋଇଛନ୍ତି

war breaking

war breaking Photograph: (sambad.in)

ବେରୁଟ୍‌: ଇସ୍ରାଏଲ ଉପରେ ହେଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ପରେ ତେଲ୍ ଅଭିଭ୍‌ ଏହାର କଡ଼ା ଜବାବ ଦେଇଛି। ଇସ୍ରାଏଲ ସୋମବାର ଲେବାନନ୍ ଉପରେ ଭୀଷଣ ଆକ୍ରମଣ କରିଥିବାବେଳେ ଏଥିରେ ‌ଲେବାନନ୍‌ରେ ୩୧ ଜଣଙ୍କ ମୃତ୍ୟୁ ହେବା ସହ ୧୪୯ ଜଣ ଆହତ ହୋଇଛନ୍ତି। ଲେବାନନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ହେଜବୁଲ୍ଲାର ରକେଟ୍ ମାଡ଼ ପରେ ଇସ୍ରାଏଲ ଦକ୍ଷିଣ ଲେବାନନ୍‌‌ ଓ ରାଜଧାନୀ ବେରୁଟ୍‌ର ଦକ୍ଷିଣରେ ଭୀଷଣ ଆକ୍ରମଣ କରିଥିଲା। ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ମୃତ୍ୟୁ ପରେ ତେହେରାନ୍‌-ସମର୍ଥିତ ହେଜବୁଲ୍ଲା ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଥିଲା। 

ଆହୁରି ପଢନ୍ତୁ- 200 turtles: ୨୦୦ ଜୀବନ୍ତ କଇଁଛ ସହ ବୋଲେରୋ ଗାଡି ଜବତ, ମାଫିଆ ଫେରାର

୨୦୨୪ ନେଭେମ୍ବର ପରେ ହେଜବୁଲ୍ଲା ପ୍ରଥମ ଥର ପାଇଁ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଆକ୍ରମଣକୁ ଲେବାନନ ପ୍ରଧାନମନ୍ତ୍ରୀ ନୱାଫ ସଲାମ ଦାୟିତ୍ବହୀନ କହି ନିନ୍ଦା କରିଛନ୍ତି। ହେଜବୁଲ୍ଲାର ନାଁ ନ ନେଇ ସଲାମ କହିଥିଲେ, ଲେବାନନ୍‌ ନାଗରିକଙ୍କ ସୁରକ୍ଷା ପାଇଁ ତାଙ୍କ ଦେଶ ସମସ୍ତ ପ୍ରକାର ପଦକ୍ଷେପ ନେବ। ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ‌ଯେଉଁ ସ୍ଥିତି ସୃ‌ଷ୍ଟି ହୋଇଛି ସେମାନଙ୍କ ଦେଶ ସେଥିରେ ସାମିଲ ହେବ ନାହିଁ ବୋଲି ଲେବାନନ୍ କର୍ତ୍ତୃପକ୍ଷ କହିଛନ୍ତି। ଇରାନ ଉପରେ ଆକ୍ରମଣ ପରେ ଇରାନ୍‌ ଇସ୍ରାଏଲ ଓ ଆମେରିକାର ସାମରିକ ଘାଟି ଥିବା ଉପସାଗରୀୟ ଦେଶଗୁଡ଼ିକ ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି।

ଆହୁରି ପଢନ୍ତୁ- Baba Vanga Predictions 2026: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଚର୍ଚ୍ଚା: ୨୦୨୬ରେ ଯୁଦ୍ଧ ନେଇ ଥିଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe