ଇସ୍ରାଏଲ ଉପରେ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ: ଇରାନକୁ ଆମେରିକାର ଧମକ

ଇରାନର ସର୍ବୋଚ୍ଚ ନେତା ଖାମେନି ଇସ୍ରାଏଲ ବିରୋଧରେ ପ୍ରତିଶୋଧ ନେବେ ବୋଲି ଧମକ ଦେଇଥିଲେ। ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆଘାତ ଦେଉଥିବା ଦେଶଙ୍କ ବିରୋଧରେ ପ୍ରତିଶୋଧ ନିଆଯିବ ବୋଲି ସେ କହିଥିଲେ। ବର୍ତ୍ତମାନ ଆମେରିକା ଇରାନକୁ ଧମକ ଦେଇ କହିଛି ଇସ୍ରାଏଲ ଉପରେ ଆଉ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ...

1aammznaa

ୱାଶିଂଟନ୍: ଇସ୍ରାଏଲ ଉପରେ ଆଉ ଆକ୍ରମଣ ନ କରିବାକୁ ଆମେରିକା ଇରାନକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଇରାନକୁ ଧମକ ଦେଇ କହିଛି ଯେ ଯଦି ଆୟୋତୋଲ୍ଲା ଅଲି ଖାମେନି ପ୍ରଶାସନ ପୁନର୍ବାର ଉତ୍ତେଜିତ ହୁଅନ୍ତି ତେବେ ଇସ୍ରାଏଲର କଡ଼ା ପ୍ରତିକ୍ରିୟାକୁ ବନ୍ଦ କରିହେବ ନାହିଁ।

ଇରାନ ଉପରେ ଇସ୍ରାଏଲର ପ୍ରତିଶୋଧ ଆକ୍ରମଣ ପରେ ତେହେରାନର ସାମରିକ ବେସ୍ ଏବଂ କ୍ଷେପଣାସ୍ତ୍ର ସୁବିଧା କ୍ଷତିଗ୍ରସ୍ତ ହୋଇଥିଲା। ଏହା ପରେ ଇରାନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଶନିବାର  ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ପୁଣି ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ପ୍ରତିଶୋଧ ପରାୟଣ କାର୍ଯ୍ୟ ବିଷୟରେ ଇରାନ ସେନା ମଧ୍ୟ କହିଥିଲା।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୱାଶିଂଟନ୍ ତେହେରାନକୁ କହିଛି ଯେ ଯଦି ଇରାନ ପୁଣି ଆକ୍ରମଣ କରେ ତେବେ ଆମେରିକା ଇସ୍ରାଏଲର ପ୍ରତିକ୍ରିୟାକୁ ବନ୍ଦ କରି ପାରିବ ନାହିଁ। ଯେକୌଣସି ପ୍ରତିକ୍ରିୟା ପୂର୍ବ ପରି ସୀମିତ ରହିବ ନାହିଁ। 

ଇସ୍ରାଏଲର ଜଣେ ପୂର୍ବତନ ଅଧିକାରୀଙ୍କ କହିବାନୁସାରେ, ସ୍ୱିସ୍ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ବାର୍ତ୍ତା ପଠାଯାଇଥିଲା। ଏନେଇ ମିଳିତ ଜାତିସଂଘରେ ଇରାନର ମିଶନ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ହ୍ବାଇଟ ହାଉସ କିଛି କହିବାକୁ ମନା କରି ଦେଇଛି।

ହ୍ବାଇଟ ହାଉସର ମୁଖପାତ୍ର କରାଇନ୍ ଜାନ-ପିଆର କହିଥିଲେ ଯେ ଇରାନ କୌଣସି ପ୍ରତିକ୍ରିୟାକୁ ଏଡାଇବା ଉଚିତ୍। ଏପରି ହେଲେ ଇସ୍ରାଏଲକୁ ଆମେରିକାର ସମର୍ଥନକୁ ଜାରି ରହିବ। ଏହି ସମୟରେ, ପେଣ୍ଟାଗନ୍ ମୁଖପାତ୍ର ଜେନେରାଲ୍ ପ୍ୟାଟ୍ ରାଇଡର୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପାଇଁ ବିନାଶକାରୀ ଜାହାଜ, ଯୁଦ୍ଧ ବିମାନ ସ୍କ୍ବାଡ୍ରନ୍, ରିଫିଲିଂ ବିମାନ ଏବଂ ଦୂରଗାମୀ ବି-୫୨ ବୋମାବର୍ଷଣକାରୀ ସହିତ ଅତିରିକ୍ତ ସାମରିକ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ: ଇସ୍ରାଏଲ-ଆମେରିକାକୁ ଇରାନର ଖୋଲା ଧମକ

ରାଇଡର୍ ଜୋର ଦେଇଛନ୍ତି ଯେ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ସ୍ପଷ୍ଟ କରିଛନ୍ତି  ଇରାନ କିମ୍ବା ଏହାର ପ୍ରକ୍ସିଙ୍କ  ଦ୍ବାରା ଆକ୍ରମଣ ହେଲେ ଆମେରିକା ନିଜର ଶକ୍ତି ଏବଂ ସ୍ୱାର୍ଥ ରକ୍ଷା ପାଇଁ ନିର୍ଣ୍ଣାୟକ କାର୍ଯ୍ୟ କରିବ। ଅକ୍ଟୋବର ୨୬ ସକାଳେ ଇରାନର ବାଲିଷ୍ଟିକ୍ ଆକ୍ରମଣର ଜବାବରେ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା। ଯେଉଁଥିରେ ବିପଜ୍ଜନକ ଏଫ-୩୫ ସାମିଲ ଥିଲା। ଇସ୍ରାଏଲର ଆକ୍ରମଣରେ ଇରାନରେ  ୫ଜଣ ପ୍ରାଣ ହରାଇଥିଲେ।

ଗୋଟିଏ ସପ୍ତାହ ଚୁପ୍ ରହିବା ପରେ ଶନିବାର ଦିନ ଇରାନର ସର୍ବୋଚ୍ଚ ନେତା ଖାମେନି ପୁଣିଥରେ ଇସ୍ରାଏଲ ବିରୋଧରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଖାମେନି କହିଥିଲେ ଯେଉଁମାନେ ଇରାନ ଏବଂ ଏହାର ସହଯୋଗୀ ଦଳ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କୁ କଡ଼ା ଜବାବ୍ ଦିଆଯିବ। ଖାମେନି ଇସ୍ରାଏଲ ସହିତ ଆମେରିକାର ନାମ ମଧ୍ୟ ନେଇଥିଲେ। ସେ କହିଥିଲେ, ଶତ୍ରୁ ଇସ୍ରାଏଲ ହେଉ କି ଆମେରିକା, ଯିଏ ଇରାନକୁ ଆଘାତ ଦେଉଛି ଏବଂ ପ୍ରତିରୋଧ କରୁଛି ତାକୁ ନିଶ୍ଚିତ ଭାବରେ ଉପଯୁକ୍ତ ଉତ୍ତର ମିଳିବ।

ଅଧିକ ପଢ଼ନ୍ତୁ: ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ପାଇଁ ସେନାକୁ ସବୁଜ ସଙ୍କେତ ଦେଲେ ଖାମେନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe