କାଙ୍ଗଡ଼ା: ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ପାରାଗ୍ଲାଇଡିଂ ଉପତ୍ୟକା ବୀର ବିଲିଂରେ ଅନେକ ବିଦେଶୀ ପାଇଲଟ୍ ଶିବିର ସ୍ଥାପନ କରିଛନ୍ତି। ଏଠାରେ ପାଇଲଟମାନେ ଉଡୁଥିବା ସମୟରେ ରାସ୍ତା ଭୁଲିଯିବା ସହିତ କ୍ରାସ ଲ୍ୟାଣ୍ଡିଂ ହେଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଛି।। ସମ୍ପ୍ରତି କ୍ରାସ ଲ୍ୟାଣ୍ଡିଂ ହେବାରୁ ଅଷ୍ଟ୍ରିଆର ଜ‌ଣେ ପାଇଲଟ ୧୪ହଜାର ଫୁଟ ଉଚ୍ଚରେ ଫସି ଯାଇଥିଲେ। ସୌଭାଗ୍ୟବଶତଃ ଉଦ୍ଧାରକାରୀ ଦଳ ଉକ୍ତ ପ‌ାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। 

Advertisment

ସୂଚନାଯୋଗ୍ୟ, ଅଷ୍ଟ୍ରିଆର ପାଇଲଟ୍ ଜାକବ୍ କ୍ରେମର ଅକ୍ଟୋବର ୨୦ ସକାଳ ୯:୩୦ ରେ ବିଲିଂ ଭ୍ୟାଲିରୁ ଉଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କର ପାରାଗ୍ଲାଇଡର ପବନରେ ଫସି ଯାଇଥିଲା। ଯାହା ଫଳରେ ସେ ରାସ୍ତା ଭୁଲି ଯାଇ ବରଫ ଆଚ୍ଛାଦିତ ପର୍ବତରେ ୧୪ହଜାର ଫୁଟ ଉଚ୍ଚରେ ଫସି ଯାଇଥିଲେ।  ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ପାଇଲଟ୍ ଜାକବ୍ କ୍ରେମରଙ୍କୁ ବିଶେଷ କିଛି  ଆଘାତ ଲାଗି ନଥିଲା। ତେଣୁ ସେ ସଙ୍ଗେସଙ୍ଗେ ଏସଓଏସ ଜରିଆରେ ୧୧.୧୨ଟା ସମୟରେ ଏକ ବାର୍ତ୍ତା ପଠାଇ ଦିଲ୍ଲୀ ଏଟିସିଙ୍କୁ ସହାୟତା୍ ମାଗିଥିଲେ।

ଅଧିକପଢ଼ନ୍ତୁ:ବାୟୁ ପ୍ରଦୂଷଣର ପ୍ରଭାବ ଗର୍ଭାଶୟରୁ ହିଁ ଆରମ୍ଭ ହୋଇଗଲାଣି: ଗବେଷଣା

କ୍ରେମରଙ୍କ ବାର୍ତ୍ତା ପାଇବା ପରେ ଏଟିସି ଦିଲ୍ଲୀର ବୀର ବିଲିଂ ପାରାଗ୍ଲାଇଡିଂ ଆସୋସିଏସନ ସହିତ ଯୋଗାଯୋଗ କରିଥିଲା। ବିପିଏ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ମାଉଣ୍ଟେନ୍ ପାରା ରେସ୍କ୍ୟୁ ଦଳକୁ ଘଟଣା ବିଷୟରେ ସତର୍କ କରାଇଥିଲା। ସୁରେଶ ଠାକୁରଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ମାଉଣ୍ଟେନ୍ ପାରା ରେସ୍କ୍ୟୁ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳିନଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛିଘଣ୍ଟାର କଠିନ ପରିଶ୍ରମ ପରେ  ଅକ୍ଟୋବର୨୧ ସକାଳ ୮ଟାରେ ପାଇଲଟ କ୍ରେମରଙ୍କୁ  ୧୪,୦୦୦ ଫୁଟ ଉଚ୍ଚତାରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ମୃତ୍ୟୁମୁଖରୁ ଫେରି ଆସିବାପରେ କ୍ରେମର ତାଙ୍କୁ ଉଦ୍ଧାର କରିବା ପାଇଁ ଯେଉଁମାନେ ବି ଉଦ୍ୟମ କରିଥି‌ଲେ ସମସ୍ତଙ୍କୁ ସେ ଧନ୍ୟବାଦ ‌ଜଣାଇଛନ୍ତି। 

ଅଧିକପଢ଼ନ୍ତୁ:"କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨" ରେ ଅଭିନୟ କରିବେ ବିଲ୍ ଗେଟ୍ସ

paragliding-valley Crash Landing