Badal Babu Love Story: ସୀମା ଡିଆଁ ପ୍ରେମର ସାଙ୍ଘାତିକ ପରିଣତି: ପାକିସ୍ତାନରେ ଫସେଇଦେଲା ଫେସବୁକ ପ୍ରେମ, ଜେଲର କଳା କୋଠରୀରେ କଟିଲା ୟୁପି ଯୁବକଙ୍କ ଜୀବନ

Advertisment

ଆପଣ ଓଡିଆରେ ଗୋଟେ ଲୋକପ୍ରିୟ ଗୀତ 'ଅଖା ଡିଆଁ ପ୍ରେମ' ବୋଲି ଶୁଣିଥିବେ । ସୀମା ଡିଆଁ ପ୍ରେମର କାହାଣୀ ବି ଆପଣ ଅନେକ ଶୁଣିଥିବେ । ସେ ସୀମା ହାଇଦର କଥା କୁହନ୍ତୁ କି ଅନ୍ୟ ପ୍ରେମ କାହାଣୀ...

ଆପଣ ଓଡିଆରେ ଗୋଟେ ଲୋକପ୍ରିୟ ଗୀତ 'ଅଖା ଡିଆଁ ପ୍ରେମ' ବୋଲି ଶୁଣିଥିବେ । ସୀମା ଡିଆଁ ପ୍ରେମର କାହାଣୀ ବି ଆପଣ ଅନେକ ଶୁଣିଥିବେ । ସେ ସୀମା ହାଇଦର କଥା କୁହନ୍ତୁ କି ଅନ୍ୟ ପ୍ରେମ କାହାଣୀ...

pakistan

pakistan Photograph: (sambad.in)

ନୂଆଦିଲ୍ଲୀ: ଆପଣ ଓଡିଆରେ ଗୋଟେ ଲୋକପ୍ରିୟ ଗୀତ 'ଅଖା ଡିଆଁ ପ୍ରେମ' ବୋଲି ଶୁଣିଥିବେ । ସୀମା ଡିଆଁ ପ୍ରେମର କାହାଣୀ ବି ଆପଣ ଅନେକ ଶୁଣିଥିବେ । ସେ ସୀମା ହାଇଭର କଥା କୁହନ୍ତୁ କି ଅନ୍ୟ ପ୍ରେମ କାହାଣୀ । ପ୍ରେମ ପାଇଁ ଯୁବକ ଯୁବତୀ ସୀମା ପାର୍ ହେବା କଥାର ଅନେକ ଉଦାହରଣ ରହିଛି । ଆଉ ସୀମା ଡିଆଁ ପ୍ରେମର କରୁଣ ପରିଣତିର ଖବର ଆସିଛି ।

ଆହୁରି ପଢନ୍ତୁ- Farmers Warn Against Agitation:ଝରିଗାଁ ଧାନ ମଣ୍ଡିରେ ଉଠୁନି ଧାନ,ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଚାଷୀ

ଉତ୍ତରପ୍ରଦେଶର ବାଦଲଙ୍କ ପ୍ରେମ କାହାଣୀ କୌଣସି ବଲିଉଡ୍ ସିନେମାଠାରୁ କମ୍ ନୁହେଁ। ଫେସବୁକ୍ ବନ୍ଧୁତା ପାଇଁ ପାକିସ୍ତାନରେ ଜେଲ୍ ଭୋଗି ସ୍ୱଦେଶ ଫେରୁଛନ୍ତି ପ୍ରେମିକ ବାଦଲ । ଭାଷା, ଧର୍ମ ଏବଂ ସୀମାର ପ୍ରାଚୀରକୁ ଡେଇଁ ପ୍ରେମ ପାଇଁ ସର୍ବସ୍ୱ ତ୍ୟାଗ କରିବା କଥା ଆମେ ଚଳଚ୍ଚିତ୍ରରେ ଦେଖିଥିଲେ । ଏବେ ଏହା ବାସ୍ତବରେ ଘଟିଛି ବାଦଲଙ୍କ କ୍ଷେତ୍ରରେ। ଫେସବୁକରୁ ଆରମ୍ଭ ହୋଇଥିବା ବନ୍ଧୁତା ଶେଷରେ ତାଙ୍କୁ ପାକିସ୍ତାନ ଜେଲ୍  ଅନ୍ଧକାର କୋଠରୀକୁ ଟାଣି ନେଇଥିଲା। ବାଦଲ ଫେସବୁକ୍ ମାଧ୍ୟମରେ ପାକିସ୍ତାନର ସାନାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ।  

ଆହୁରି ପଢନ୍ତୁ-Abolish Special Security: ସ୍ପେସାଲ ସିକ୍ୟୁରିଟି ରଦ୍ଦ କର, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅଳ୍ପଦିନ ମଧ୍ୟରେ ଏହି ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଥିଲା । ନିଜ ଭଲ ପାଇବା ପାଇଁ ବାଦଲ କୌଣସି ଦଲିଲ ନଥାଇ ବେଆଇନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନ ଯାଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପାଇଁ କାଳ ହୋଇଥିଲା । ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ଧରାପଡ଼ିବା ପରେ ତାଙ୍କୁ ଅନୁପ୍ରବେଶକାରୀ ଅଭିଯୋଗରେ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା ।  ଦୀର୍ଘବର୍ଷ ଧରି ପାକିସ୍ତାନ ଜେଲରେ ନିର୍ଯାତନା ଏବଂ କଷ୍ଟ ସହିବା ପରେ, ସେଠାରେ ଦଣ୍ଡ ସମାପ୍ତ କରି ବାଦଲ ଶେଷରେ ଭାରତୀୟ ସୀମାରେ ପହଞ୍ଚିଛନ୍ତି। ନିଜ ମାଟିକୁ ଫେରିବା ପରେ ବାଦଲ ଭାବବିହ୍ୱଳ ହୋଇପଡ଼ିଥିଲେ। ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମ ପାଇଁ ଜଣେ ବ୍ୟକ୍ତି ସୀମା ଅତିକ୍ରମ କରିବା ଭଳି ଦୁଃସାହସିକ ପଦକ୍ଷେପ ନେଇ ନିଜ ଜୀବନକୁ ବିପଦରେ ପକାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe