ଡେରାଡୁନ: ବନ୍ଦ ହେଲା ବଦ୍ରିନାଥ ଧାମ କପାଟ । ୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କପାଟ ୨୫ ନଭେମ୍ବର ୨୦୨୫ ମଙ୍ଗଳବାର ଦିନ ୨ଟା ୫୬ ମିନିଟରେ ବନ୍ଦ ହୋଇଛି । ଶୀତ ଋତୁ ପାଇଁ ଏହାକୁ ୬ ମାସ ପାଇଁ ବନ୍ଦ ରଖାଯାଇଛି । ଆଗାମୀ ୬ ମାସ ପାଇଁ ବଦ୍ରିନାଥଙ୍କୁ ଯୋଶୀମଠରେ ପୂଜା କରାଯିବ। ବଦ୍ରିନାଥ ଧାମର କପାଟ ବନ୍ଦ ହେବା ସହ ଔପଚାରିକ ଭାବେ ଚାରିଧାମ ଯାତ୍ରା ମଧ୍ୟ ସମାପନ ହୋଇଛି ।
ଆହୁରି ପଢନ୍ତୁ- Shreemayee Mishra: କବିତା କବିତାରେ ପୁଣି ଶ୍ରୀମୟୀ ମାରିଲେ ଶର: କହିଲେ- ଅନ୍ୟ ମୁଣ୍ଡରେ ଅଠା ବୋଳ,ଏହା ହେଉଛି ତାମିଲ୍ ଖେଳ…
ତେବେ ୧୨ କ୍ବିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଇଥିବା ବେଳେ ଅନ୍ତିମ ଦର୍ଶନ ବେଳେ ଘଣ୍ଟ, ଘଣ୍ଟା, ମନ୍ତ୍ର ଧ୍ବନିରେ କମ୍ପିଥିଲା ପରିବେଶ । ହିମାଳୟରେ ଶୀତଦିନ ଅତ୍ୟନ୍ତ କଠିନ । ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ପାଇଁ ଭକ୍ତମାନ ମନ୍ଦିର ପରିସରରେ ପହଞ୍ଚିବା କଷ୍ଟକର ହୋଇପଡେ । ତେଣି ଏହି କାରଣରୁ ପ୍ରତିବର୍ଷ ବଦ୍ରିନାଥ ଧାମର ଦ୍ୱାର ଛଅ ମାସ ପାଇଁ ବନ୍ଦ ରହିଥାଏ।
ଆହୁରି ପଢନ୍ତୁ- Friends Sets Fire: ଜନ୍ମଦିନ ପାଳନ କରିବାକୁ ଡାକିଲେ, ପେଟ୍ରୋଲ ଢ଼ାଳି ଜାଳିଦେଲେ
କେବେ ଖୋଲିବ ବଦ୍ରିନାଥ ଧାମ
ତେବେ ବଦ୍ରିନାଥ ମନ୍ଦିର ପୁନଃ ଖୋଲିବାର ତାରିଖ ଅକ୍ଷୟ ତୃତୀୟାରେ ନିର୍ଣ୍ଣୟ କରାଯାଏ। ପ୍ରତିବର୍ଷ, ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଦ୍ୱାର ଖୋଲାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/26/badrinath-dham-2025-11-26-11-47-50.jpg)