Balochistan Iiberation: ବଲୁଚିସ୍ତାନ ଲିବରେସନ୍ ଆର୍ମିର ଅଲ୍ଟିମେଟମ୍, ୭ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ, ମୁକ୍ତି ପାଇଁ ଭିଡିଓ ଜାରି କରି ରଖିଲା କଠୋର ସର୍ତ୍ତ

Advertisment

ବଲୁଚିସ୍ତାନର ବିଚ୍ଛିନ୍ନତା ପାଇଁ ଲଢୁଥିବା ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲ୍‌ଏ) ୭ ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ବନ୍ଧକ ରଖିଥିବା ଦାବି କରିଛି। ବିଏଲ୍‌ଏ ବନ୍ଧକ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି।

ବଲୁଚିସ୍ତାନର ବିଚ୍ଛିନ୍ନତା ପାଇଁ ଲଢୁଥିବା ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲ୍‌ଏ) ୭ ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ବନ୍ଧକ ରଖିଥିବା ଦାବି କରିଛି। ବିଏଲ୍‌ଏ ବନ୍ଧକ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି।

Balochistan Iiberation

Balochistan Iiberation Photograph: (SAMBAD. IN)

ଇସଲାମାବାଦ: ବଲୁଚିସ୍ତାନର ବିଚ୍ଛିନ୍ନତା ପାଇଁ ଲଢୁଥିବା ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲ୍‌ଏ) ୭ ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ବନ୍ଧକ ରଖିଥିବା ଦାବି କରିଛି। ବିଏଲ୍‌ଏ ବନ୍ଧକ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି। ଏହି ଗୋଷ୍ଠୀ ବଲୁଚି ବନ୍ଦୀମାନଙ୍କୁ ମୁକ୍ତ କରିବା ବଦଳରେ ବନ୍ଧକଙ୍କୁ ବଦଳ କରିବାକୁ ଦାବି କରି ପାକିସ୍ତାନ ସରକାରଙ୍କୁ ୭ ଦିନର ଅଲ୍ଟିମେଟମ୍ ଦେଇଛି। ବିଏଲ୍‌ଏର ମିଡିଆ ଚ୍ୟାନେଲ ହକ୍କାଲରେ ପ୍ରକାଶିତ ଭିଡିଓରେ କୁହାଯାଇଛି, ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ସମ୍ପ୍ରତି ଆରମ୍ଭ ହୋଇଥିବା ଅପରେସନ୍ ହେରୋଫ୍ ୨.୦ ସମୟରେ ବନ୍ଦୀ କରାଯାଇଥିଲା।

ପାକିସ୍ତାନୀ ସେନାକୁ ୭ ଦିନିଆ ଚରମବାଣୀ

ବିଏଲ୍‌ଏ କହିଛି, ଅପରେସନ୍ ହେରୋଫ୍ ୨.୦ ସମୟରେ ଓରାଞ୍ଚ ଅଞ୍ଚଳରେ ସାତ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ବନ୍ଦୀ କରାଯାଇଥିଲା। ବଲୁଚ ଲିବରେସନ୍ ଆର୍ମିର କମାଣ୍ଡ କାଉନସିଲ୍ ବନ୍ଧକଙ୍କ ବିନିମୟ ପାଇଁ ଆଲୋଚନା କରିବା ଲାଗି ପାକିସ୍ତାନକୁ ସାତ ଦିନ ସମୟ ଦେବାକୁ ନିଷ୍ପତ୍ତି ନେଇଛି।

ପାକିସ୍ତାନ ସେନାର ଚିନ୍ତା ବଢ଼ିଲା

ହକ୍କାଲ ମିଡିଆ ଦ୍ୱାରା ପ୍ରକାଶିତ ଏକ ଭିଡିଓରେ, ଜଣେ ପାକିସ୍ତାନୀ ସୁରକ୍ଷାକର୍ମୀନିଜର ନାମ ଓ ପଦବୀ ପ୍ରକାଶ କରୁଛନ୍ତି ଓ ବିଏଲ୍‌ଏର ଦାବି ପୂରଣ କରି ନିଜର ଓ ସାଥୀ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରୁଛନ୍ତି। ବିଏଲ୍‌ଏ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଏବେ ବିଏଲ୍‌ଏ ଏହି ଭିଡିଓ ପାକିସ୍ତାନ ସେନାର ଚିନ୍ତା ବଢ଼ାଇଛି।

ଆହୁରି ପଢନ୍ତୁ - Hardik's tattoo gift to his girlfriend: ପ୍ରେମିକାଙ୍କୁ ହାର୍ଦିକଙ୍କ ଟାଟୁ ଉପହାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe