ନୂଆଦିଲ୍ଲୀ:"ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ଏକ ଐତିହାସିକ ଆଲୋଚନା ଆରମ୍ଭ କରିଛନ୍ତି। ସେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସେ ଜବାହରଲାଲ ନେହେରୁ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମୁସଲିମ୍ ଲିଗ୍ ନିକଟରେ ଆତ୍ମସମର୍ପଣ କରିଥିବାର ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୧୯୩୭ ମସିହାରେ ଜିନ୍ନା ଏହାକୁ ବିରୋଧ କରିଥିଲେ। ଜବାହରଲାଲ ନେହେରୁ ତାଙ୍କ ସିଂହାସନ ବିପଦରେ ପଡ଼ିଥିବା ଦେଖିଥିଲେ। ମୁସଲିମ ଲିଗ୍ର ଭିତ୍ତିହୀନ ମନ୍ତବ୍ୟର କଡ଼ା ଜବାବ ଦେବା ପରିବର୍ତ୍ତେ, ସେ ବନ୍ଦେ ମାତରମର ଯାଞ୍ଚ୍ ଆରମ୍ଭ କରିଥିଲେ। ଜିନ୍ନାଙ୍କ ପ୍ରତିବାଦର ମାତ୍ର ପାଞ୍ଚ ଦିନ ପରେ ଅକ୍ଟୋବର ୨୦ ତାରିଖରେ ନେହେରୁ ନେତାଜୀଙ୍କୁ ଏକ ଚିଠି ଲେଖିଥିଲେ। ଚିଠିରେ ନେହେରୁ ଜିନ୍ନାଙ୍କ ଭାବନା ସହିତ ସହମତ ଥିବା ଦେଖାଯାଇଥିଲା।
जब अंग्रेजों के राष्ट्रीय गीत को घर-घर पहुंचाने का षडयंत्र चल रहा था, ऐसे समय में बंकिम बाबू ने चुनौती दी और वंदेमातरम् का जन्म हुआ। pic.twitter.com/y3iAKL3D9o
— Narendra Modi (@narendramodi) December 8, 2025
ପ୍ରଧାନମନ୍ତ୍ରୀ ମୋଦୀ 'ବନ୍ଦେ ମାତରମ୍'ର ୧୫୦ତମ ବାର୍ଷିକୀରେ ଲୋକସଭାରେ କହିଛନ୍ତି, ୧୯୦୫ ମସିହାରେ ମହାତ୍ମା ଗାନ୍ଧୀ ଯେଉଁ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଭାବରେ ଦେଖିଥିଲେ। ସେ ବନ୍ଦେ ମାତରମ୍ ମହାନ ଥିଲା। ତାହାର ଭାବନା ମହାନ ଥିଲା। ତେବେ ଗତ ଶତାବ୍ଦୀରେ ଏହା ପ୍ରତି ଏତେ ବଡ଼ ଅନ୍ୟାୟ କାହିଁକି କରାଯାଇଥିଲା? ବନ୍ଦେ ମାତରମ୍ ପ୍ରତି କାହିଁକି ବିଶ୍ୱାସଘାତକତା କରାଯାଇଥିଲା? କେଉଁ ଶକ୍ତି ଥିଲା ଯାହାର ଇଚ୍ଛା ପୂଜ୍ୟ ବାପୁଙ୍କ ଭାବନାକୁ ପରାସ୍ତ କରିଥିଲା। ଯାହା ବନ୍ଦେ ମାତରମ୍ ଭଳି ପବିତ୍ର ଭାବନାକୁ ବିବାଦ ଭିତରକୁ ଟାଣି ନେଇଥିଲା?'
ପ୍ରଧାନମନ୍ତ୍ରୀ ମୋଦୀ ଜବାହରଲାଲ ନେହେରୁଙ୍କୁ ସମାଲୋଚନା କରି କହିଛନ୍ତି,ମୁସଲିମ ଲିଗର ମନ୍ତବ୍ୟର ଜବାବ ଦେବା ପରିବର୍ତ୍ତେ, ନେହେରୁ ଜୀ ସୁଭାଷ ବାବୁଙ୍କୁ ଏକ ଚିଠି ଲେଖି କହିଥିଲେ ଯେ, ମୁଁ ବନ୍ଦେ ମାତରମର ପୃଷ୍ଠଭୂମି ପଢ଼ିଛି ଏବଂ ମୁଁ ଅନୁଭବ କରୁଛି ଯେ, ଏହା ମୁସଲମାନମାନଙ୍କୁ ଉତ୍ତେଜିତ କରିପାରେ।
ଜରୁରୀକାଳୀନ ପରିସ୍ଥିତିକୁ ଟାର୍ଗେଟ
ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିକୁ ଟାର୍ଗେଟ କରି କହିଛନ୍ତି, ବନ୍ଦେ ମାତରମର ୧୫୦ ବର୍ଷର ଯାତ୍ରା ଅନେକ ପର୍ଯ୍ୟାୟ ଦେଇ ଗତି କରିଛି। ଯେତେବେଳେ ବନ୍ଦେ ମାତରମ ଏହାର ୫୦ତମ ବାର୍ଷିକୀ ପାଳନ କରିଥିଲା, ଦେଶକୁ ଦାସତ୍ୱରେ ରହିବାକୁ ବାଧ୍ୟ କରାଯାଇଥିଲା। ଯେତେବେଳେ ବନ୍ଦେ ମାତରମ ଏହାର ୧୦୦ତମ ବାର୍ଷିକୀ ପାଳନ କରିଥିଲା, ଦେଶ ଜରୁରୀକାଳୀନ ପରିସ୍ଥିତିର ଶିକୁଳିରେ ବାନ୍ଧି ଦିଆଯାଇଥିଲା, ଏବଂ ଯେତେବେଳେ ବନ୍ଦେ ମାତରମକୁ ଏକ ମହାନ ଉତ୍ସବ ଭାବରେ ପାଳନ କରାଯିବା ଉଚିତ୍ ଥିଲା, ସେତେବେଳେ ଭାରତର ସମ୍ବିଧାନର ଶ୍ବାସରୁଦ୍ଧ କରାଯାଇଥିଲା।
तुष्टिकरण की राजनीति के दबाव में कांग्रेस वंदेमातरम् के बंटवारे के लिए झुकी, इसीलिए कांग्रेस को एक दिन भारत के बंटवारे के लिए झुकना पड़ा। pic.twitter.com/mrf1mw6C6x
— Narendra Modi (@narendramodi) December 8, 2025
ଆହୁରି ପଢ଼ନ୍ତୁ:Instagram Relationship Gone Wrong: ବନ୍ଧୁତା ପରେ ଯୌନ ନିର୍ଯ୍ୟାତନା, ମହଙ୍ଗା ପଡ଼ିଲା ଇନ୍ଷ୍ଟାଗ୍ରାମ୍ ସମ୍ପର୍କ
ଯେତେବେଳେ ବନ୍ଦେ ମାତରମ ଏହାର ୧୦୦ତମ ବାର୍ଷିକୀ ପାଳନ କରିଥିଲା, ଦେଶପ୍ରେମ ପାଇଁ ବଞ୍ଚିଥିବା ଏବଂ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ କାରାଗାର ପଛରେ ବନ୍ଦ କରି ଦିଆଯାଇଥିଲା। ଦୁର୍ଭାଗ୍ୟବଶତଃ, ଦେଶକୁ ସ୍ୱାଧୀନତା ପାଇଁ ଶକ୍ତି ଦେଇଥିବା "ବନ୍ଦେ ମାତରମ" ଗୀତର ୧୦୦ ବର୍ଷ ପୂରଣ ହେବା ପରେ ଆମ ଇତିହାସର ଏକ ଅନ୍ଧକାର ସମୟ ପ୍ରକାଶ ପାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/08/bande-mataram-can-incite-muslims-modi-recalls-nehrus-comment-2025-12-08-15-40-20.jpg)