ବାନ୍ଦ୍ରା ଷ୍ଟେସନ ଦଳାଚକଟା: ରେଳମନ୍ତ୍ରୀଙ୍କୁ ଦାୟୀ କଲେ ସଞ୍ଜୟ ରାଉତ

Advertisment

ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଟ୍ରେନରେ ଚଢ଼ିବା ସମୟରେ ହୋଇଥିବା ଦଳାଚକଟାରେ ୯ ଜଣ ଆହତ ହୋଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣା ପାଇଁ ରେଳମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବୀ କରିଛନ୍ତି...

ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଟ୍ରେନରେ ଚଢ଼ିବା ସମୟରେ ହୋଇଥିବା ଦଳାଚକଟାରେ ୯ ଜଣ ଆହତ ହୋଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣା ପାଇଁ ରେଳମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବୀ କରିଛନ୍ତି...

6MNNXZAPA

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ  ଟ୍ରେନରେ ଚଢ଼ିବା ପାଇଁ ଯାତ୍ରୀଙ୍କ ଭିଡ଼ ଯୋଗୁ ଦଳାଚକଟା ଘଟିଛି। ରବିବାର ଘଟିଥିବା ଏହି ଦଳାଚକଟାରେ ୯ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ୟୁବିଟି ନେତା ସଞ୍ଜୟ ରାଉତ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି।

ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାଳ ମଧ୍ୟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ସ୍ମରଣ କରି ଶିବସେନା ନେତା ସଞ୍ଜୟ ରାଉତ ଏହି ଘଟଣା ପାଇଁ ରେଳମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା  ନିଯୁକ୍ତ ରେଳମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇ ଏଭଳି ଦୁର୍ଘଟଣା ପାଇଁ ତାଙ୍କୁ ମଧ୍ୟ ଦାୟୀ କରିଛନ୍ତି।

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ମୋଦୀ ସରକାର ତୃତୀୟ ଥର କ୍ଷମତାକୁ ଆସିବା ପରେ ଏବଂ ରେଳମନ୍ତ୍ରୀଙ୍କୁ ପୁଣିଥରେ ଦାୟିତ୍ବ ଦିଆଯିବା ପରଠାରୁ ଦେଶରେ ୨୫ରୁ ଅଧିକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଶବିର ଅବଦୁଲ ରେହମାନ (୪୦), ପରମେଶ୍ୱର ସୁଖଦାର ଗୁପ୍ତା (୨୮), ରବିନ୍ଦ୍ର ହରିହର ଚୁମା (୩୦), ରାମସେବକ ରବିନ୍ଦ୍ର ପ୍ରସାଦ ପ୍ରଜାପତି (୨୯), ସଞ୍ଜୟ ତିଲକ୍ରମ କଙ୍ଗେ (୨୭), ଦିବ୍ୟଶୁଂ ଯୋଗେନ୍ଦ୍ର ଯାଦବ (୧୮), ମହମ୍ମଦ ସରିଫ ଶେଖ (୨୫), ଇନ୍ଦ୍ରଜିତ ସାହାଣୀ (୧୯) ଏବଂ ନୁର ମହମ୍ମଦ ଶେଖ (୧୮)। 

ଅଧିକ ପଢ଼ନ୍ତୁ:

ବାନ୍ଦ୍ରା ରେଳ ଷ୍ଟେସନରେ ଦଳାଚକଟା: ୯ ଆହତ

ଖାମେନି ଅସୁସ୍ଥ,ଉତ୍ତରାଧିକାରୀଙ୍କୁ ନେଇ ପ୍ରଶ୍ନ ଉଠିଲା: ଦେଶର ପରବର୍ତ୍ତୀ ନେତା କିଏ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe