Important issues For BNP: ଶେଖ ହସିନା-ସୀମାରେ ହତ୍ୟା-ଗଙ୍ଗା ଜଳ ଚୁକ୍ତିନାମା: ବିଏନ୍‌ପି ସରକାରଙ୍କ ସମ୍ମୁଖରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

Advertisment

ତାରିକ ରହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି ) ଦୁଇ ଦଶନ୍ଧି ପରେ ବାଂଲାଦେଶରେ କ୍ଷମତାକୁ ଫେରିବାକୁ ଯାଉଛି। ସଂସଦୀୟ ନିର୍ବାଚନରେ ​​ଦଳ ଦୁଇ-ତୃତୀୟାଂଶ ଆସନ ଦଖଲ କରି ଏକ ବଡ଼ ବିଜୟ ହାସଲ କରିଛି।

ତାରିକ ରହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି ) ଦୁଇ ଦଶନ୍ଧି ପରେ ବାଂଲାଦେଶରେ କ୍ଷମତାକୁ ଫେରିବାକୁ ଯାଉଛି। ସଂସଦୀୟ ନିର୍ବାଚନରେ ​​ଦଳ ଦୁଇ-ତୃତୀୟାଂଶ ଆସନ ଦଖଲ କରି ଏକ ବଡ଼ ବିଜୟ ହାସଲ କରିଛି।

Important issues For BNP

Important issues For BNP

ଢାକା: ତାରିକ ରହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି ) ଦୁଇ ଦଶନ୍ଧି ପରେ ବାଂଲାଦେଶରେ କ୍ଷମତାକୁ ଫେରିବାକୁ ଯାଉଛି। ସଂସଦୀୟ ନିର୍ବାଚନରେ ​​ଦଳ ଦୁଇ-ତୃତୀୟାଂଶ ଆସନ ଦଖଲ କରି ଏକ ବଡ଼ ବିଜୟ ହାସଲ କରିଛି। ବର୍ତ୍ତମାନ ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଥିବାରୁ, ଢାକାର ନୂତନ ସରକାର ଭାରତ ସହିତ ସମ୍ପର୍କକୁ କେଉଁ ଦିଗରେ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ସୂତ୍ର କହୁଛି ଯେ, ନୂତନ ସରକାରଙ୍କ ସମ୍ମୁଖରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବ ଯେପରି ଶେଖ ହସିନାଙ୍କ ପ୍ରତ୍ୟର୍ପଣ, ସୀମାରେ ହତ୍ୟା ବନ୍ଦ କରିବା ଓ ଗଙ୍ଗା ଜଳ ଚୁକ୍ତିନାମା ନବୀକରଣ ପାଇଁ ଆଲୋଚନା ଆରମ୍ଭ କରିବା।

ଭାରତରେ ଶେଖ ହାସିନାଙ୍କ ଉପସ୍ଥିତି

ବିଏନ୍‌ପି ସୂତ୍ର ଅନୁସାରେ ଶେଖ ହସିନା ଦଳ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ରହିଛନ୍ତି। ଭାରତ ମାଟିରେ ଶେଖ ହସିନାଙ୍କ ଉପସ୍ଥିତି ପ୍ରସଙ୍ଗର ସମାଧାନ କରାଯାଉ। ହସିନା ବାଂଲାଦେଶ ଉପରେ ଭାରତୀୟ ମାଟିରୁ ମନ୍ତବ୍ୟ ଦେଉଛନ୍ତି। ଏକ ହିଂସାତ୍ମକ ଛାତ୍ର ବିଦ୍ରୋହ ପରେ ଶେଖ ହସିନା ୫ ଅଗଷ୍ଟ ୨୦୨୫ରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ଓ ଭାରତ ପଳାଇ ଆସିଥିଲେ। ସେବେଠାରୁ ସେ ଭାରତରେ ଅଛନ୍ତି। ଏକ ସୂତ୍ର କହିଛି ଯେ, ଭାରତରେ ହସିନାଙ୍କ ଉପସ୍ଥିତି ଦୁଇଦେଶର ସମ୍ପର୍କ ସ୍ୱାଭାବିକ କରିବା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ସୀମାନ୍ତ ହତ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ବିଏନ୍‌ପି ସୀମାନ୍ତ ହତ୍ୟାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ବର୍ଣ୍ଣନା କରିଛି। ଭାରତୀୟ ବିଏସ୍‌ଏଫ୍‌ ଦ୍ୱାରା ସୀମାନ୍ତ ହତ୍ୟା ବାଂଲାଦେଶ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରିଛି। ସୀମାନ୍ତ ଅଞ୍ଚଳରେ ହତ୍ୟାର ରିପୋର୍ଟ ତୁରନ୍ତ କ୍ରୋଧ ସୃଷ୍ଟି କରିଥାଏ। ବିଏନ୍‌ପି କହିଛି, ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ସ୍ଥିର, ତେଣୁ ଗୁଳି ଚଳାଇବା ଅର୍ଥହୀନ। ସେ ଏହି ମାମଲାରେ ଏକ କୋହଳ ଆଭିମୁଖ୍ୟ ଗ୍ରହଣ କରିବାକୁ ବିଏନ୍‌ପି ଆହ୍ୱାନ ଦେଇଛି। ଚୋରା ଚାଲାଣର ସନ୍ଦେହ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ଗୁଳି ନୁହେଁ, ଗିରଫ କରାଯିବା ଉଚିତ ବୋଲି ବିଏନ୍‌ପି କହିଛି।

ଗଙ୍ଗା ଜଳ ଚୁକ୍ତିନାମାର ନବୀକରଣ

ସେହିଭଳି ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ଗଙ୍ଗା ଜଳ ଚୁକ୍ତିନାମାର ନବୀକରଣ। ଏହା ଡିସେମ୍ବର ୨୦୨୬ ପୂର୍ବରୁ ହେବାକୁ ଅଛି। ଭାରତୀୟ କୂଟନୀତିଜ୍ଞମାନେ କହିଛନ୍ତି ଯେ, ନବୀକରଣ ଚୁକ୍ତିନାମା ଉପରେ ଆଲୋଚନା କରିବା ପାଇଁ ବୈଷୟିକ ଦଳଗୁଡ଼ିକ ପ୍ରତି ଦୁଇ ବର୍ଷରେ ଥରେ ବୈଠକ କରିବା କଥା ଥିଲା, କିନ୍ତୁ ସେମାନେ ଏପରି କରିନାହାନ୍ତି। ବିଏନ୍‌ପି ବାଂଲାଦେଶ ଚୁକ୍ତିନାମାର ନିରପେକ୍ଷ ଏବଂ ସମାନ ସମାପ୍ତି ଦାବି କରିବ ବୋଲି କୁହାଯାଉଛି।

ମେଡିକାଲ୍ ଭିସାରେ ଛାଡ଼

ଦୁଇ ଦେଶ ମଧ୍ୟରେ ମେଡିକାଲ ଭିସା ଏକ ପ୍ରମୁଖ ସମସ୍ୟା ହେବ ବୋଲି ଆଶା କରାଯାଉଛି। ସୂତ୍ର ଅନୁଦସାରେ ଭାରତରୁ ପ୍ରଦାନ କରାଯାଇଥିବା ମେଡିକାଲ ଭିସାକୁ ଅପର୍ଯ୍ୟାପ୍ତ ବୋଲି ବିଏନ୍‌ପି ବର୍ଣ୍ଣନା କରିଛି। ବିଏନ୍‌ପି ପକ୍ଷରୁ ମେଡିକାଲ ଭିସାରେ କୋହଳ ଆଭିମୁଖ୍ୟ ଦାବି କରୁଛି। ଏହା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଏକ ଉତ୍ତମ ସଂଯୋଗ ପ୍ରଦାନ କରିବ ବୋଲି ବିଏନ୍‌ପି କହୁଛି। ବାଂଲାଦେଶ ନାଗରିକଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ଚୀନ୍ ଯିବାକୁ ବାଧ୍ୟ କରାଯାଉଛି। ଯଦି ଡାକ୍ତରୀ ଭିସା ମନା କରାଯାଏ, ତେବେ ବାଂଲାଦେଶ ଅନ୍ୟ ଏକ ଉପାୟ ଖୋଜିବ। ଆଜିର ବିଶ୍ୱରେ, କୌଣସି ନା କୌଣସି ଉପାୟ ମିଳିଯିବ। କିନ୍ତୁ ସମାନ ସଂସ୍କୃତି ଯୋଗୁ ଭାରତରେ ଚିକିତ୍ସା ପାଇବା ଏକ ଅଧିକ ସହଜ ପ୍ରକ୍ରିୟା ବୋଲି ବିଏନ୍‌ପି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: Pulwama Attack: ପୁଲୱାମା ଆକ୍ରମଣକୁ ସାତ ବର୍ଷ: ଆଜିର ଦିନରେ ଉଜୁଡ଼ି ଯାଇଥିଲା ୪୦ ପରିବାରର ଖୁସି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe