ଢାକା: ବାଂଲାଦେଶ ସଙ୍କଟ ଘନେଇଛି। ଛାତ୍ରନେତା ଓସମାନ ହାଦିଙ୍କ ହତ୍ୟା ଘଟଣାକୁ ବିରୋଧ କରି ଦେଶରେ ଲାଗି ରହିଥିବା ହିଂସା ଓ ଉତ୍ତେଜନା ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ଆଜି ସନ୍ଧ୍ୟାରେ ପୁଣିଥରେ ବାଂଲାଦେଶରେ ଏକ ସଦ୍ୟ ହିଂସା ଉପୁଜିଛି। ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ବୃତ୍ତମାନେ ବାଂଲାଦେଶ ରାଜଧାନୀର ମୋଗବଚାର ଅଞ୍ଚଳର ଏକ ଫ୍ଲାଏଓଭରରୁ ତଳକୁ ବୋମା ନିକ୍ଷେପ କରିଥିଲେ। ବୋମା ସିଧା ଆସି ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ପଡ଼ିଥିଲା ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି।
Paddy procurement: ଜାନୁଆରି ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା: ଧାନ କିଣା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଉକ୍ତ ବ୍ୟକ୍ତିଙ୍କ ନାଁ ସିଆମ। ରାମନା ଡିଭିଜନ୍ ଡିସିପି ମସୁଦ ଆଲମ କହିଛନ୍ତି, ଫ୍ଲାଏଓଭରରୁ ଏକ ଶକ୍ତିଶାଳୀ ବୋମା ନିକ୍ଷେପ ହୋଇଥିଲା। ବୋମା ଜଣେ ଯୁବକଙ୍କ ମୁଣ୍ଡରେ ପଡ଼ିବା ଦ୍ବାରା ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ସଦସ୍ୟଙ୍କ ଅନୁଯାୟୀ ସିଆମ ଏକ ଘରୋଇ କାରଖାନାରେ କାମ କରନ୍ତି ଏବଂ ବିସ୍ଫୋରଣ ସମୟରେ ସେ ଉକ୍ତ ଅଞ୍ଚଳରେ ଥିଲେ। ଉକ୍ତ ଘଟଣା ପରେ ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। ଅନ୍ୟପକ୍ଷେର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାରତର ବିଭିନ୍ନ ସ୍ଥାନରେ ବାଂଲାଦେଶ-ବିରୋଧୀ ଆନ୍ଦୋଳନ ଜାରି ରହିଛି। ଆଜି ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ସୀମାର ଅନେକ ସ୍ଥାନରେ ହିନ୍ଦୁ ସମର୍ଥିତ ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
How will prison reform be done: କେମିତି ହେବ ଜେଲ୍ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ
Follow Us