Hindu Man Dies In Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ, ମାଡ଼ ମାରି ଜାଳି ଦେଇଥିଲେ ବାଂଲାଦେଶୀ

Advertisment

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ନିରନ୍ତର ଜାରି ରହିଛି। ୟୁନୁସ ସରକାର ନିରବଦ୍ରଷ୍ଟା ସାଜିଥିବାବେଳେ ଏବେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ ହୋଇଛି। ଡିସେମ୍ବର ୩୧ ତାରିଖରେ ବାଂଲାଦେଶର ଶରିଆତ୍‌ପୁରରେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ନିରନ୍ତର ଜାରି ରହିଛି। ୟୁନୁସ ସରକାର ନିରବଦ୍ରଷ୍ଟା ସାଜିଥିବାବେଳେ ଏବେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ ହୋଇଛି। ଡିସେମ୍ବର ୩୧ ତାରିଖରେ ବାଂଲାଦେଶର ଶରିଆତ୍‌ପୁରରେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା।

Hindu Man Dies

Hindu Man Dies In Bangladesh Photograph: (sambad.in)

ଢ଼ାକା: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ନିରନ୍ତର ଜାରି ରହିଛି। ୟୁନୁସ ସରକାର ନିରବଦ୍ରଷ୍ଟା ସାଜିଥିବାବେଳେ ଏବେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ ହୋଇଛି। ଡିସେମ୍ବର ୩୧ ତାରିଖରେ ବାଂଲାଦେଶର ଶରିଆତ୍‌ପୁରରେ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ମାଡ଼ ମାରି ଜାଳି ଦେଇଥିଲେ ଉତ୍ୟକ୍ତ ବାଂଲାଦେଶୀ ମୁସଲିମ୍। ନିଜକୁ ବଞ୍ଚାଇବା ପାଇଁ ସେ ଖସି ପଳାଇ ଆସିବା ପରେ ଗୁରୁତର ହୋଇପଡ଼ିଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତକଜଣଙ୍କ ହେଲେ ବ୍ୟବସାୟୀ ଖୋକନ ଦାସ୍(୫୦)।

ଘରକୁ ଫେରିବା ବେଳେ ହୋଇଥିଲା ଆକ୍ରମଣ

ଜଣେ ଛୋଟ ଔଷଧ ଦୋକାନର ମାଲିକ ଦାସଙ୍କୁ ଘରକୁ ଫେରିବା ସମୟରେ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀମାନେ ଛୁରି ଭୁଶିବା ସହ ମାଡ଼ ମାରିଥିଲେ ଏବଂ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବାରୁ ସେ ପାଖ ପୋଖରୀକୁ ଡେଇଁ ପଡ଼ିଥିଲେ। ଭାବିଥି‌ଲେ ତାଙ୍କ ଜୀବନ ବଞ୍ଚିଯିବ। ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ଆମକୁ ନ୍ୟାୟ ଦରକାର: ପତ୍ନୀ

ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ଔଷଧ ଦୋକାନ ବନ୍ଦ କରିବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ମୁଁ ଜାଣିନାହିଁ କିଏ ଆକ୍ରମଣ କରିଛି। ଆମକୁ ନ୍ୟାୟ ଦରକାର। ମୋ ସ୍ୱାମୀ ଜଣେ ସରଳ ବ୍ୟକ୍ତି ଥିଲେ। ସେ ତାଙ୍କ ଜୀବନରେ କାହାକୁ କ୍ଷତି ପହଞ୍ଚାଇ ନଥଇଲେ।"

୨ସପ୍ତାହ ମଧ୍ୟରେ ଗଲାଣି ୪ହିନ୍ଦୁଙ୍କ ଜୀବନ

ବାଂଲାଦେଶରେ ହିଂସା ଆରମ୍ଭ ହେବା ପରଠାରୁ ହିନ୍ଦୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମୁସଲିମ୍‌ମାନେ ତାଙ୍କୁ ଟାର୍ଗେଟ କର ଆକ୍ରମଣ କରୁଛନ୍ତି। ଖୋକନଙ୍କ ପୂର୍ବରୁ ଗତ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା । ତାପରେ ୨୪ ତାରିଖରେ ଅମୃତ ମଣ୍ଡଳ ଓ ୩୦ ତାରିଖରେ ବଜେନ୍ଦ୍ର ବିଶ୍ବାସଙ୍କୁ ହତ୍ୟା କରାଯାଇଥିଲା । 

ଓସମାନ ହାଦିଙ୍କ ହତ୍ୟା ପରେ ଆରମ୍ଭ ହୋଇଛି ହିଂସା

ଡିସେମ୍ବର ୨୦୨୫ରେ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ କରିଥିଲା, ଯାହା ଫଳରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା। ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରମୁଖ ବିରୋଧୀ ଶରିଫ ଉସମାନ ହାଦି ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଇନକିଲାବ ମଞ୍ଚ ଏକ ଫେସବୁକ୍ ପୋଷ୍ଟରେ ତାଙ୍କ ମୃତ୍ୟୁ ନିଶ୍ଚିତ କରିଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ପୁରୁଣା ପଲଟନ ଅଞ୍ଚଳରେ ବ୍ୟାଟେରୀ ଚାଳିତ ରିକ୍ସାରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ମୋଟରସାଇକେଲ ଆତତାୟୀମାନେ ଗୁଳି କରିଥିଲେ। ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା, ଯାହା ଫଳରେ ହାଦି ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା, କିନ୍ତୁ ସେ ବଞ୍ଚି ପାରି ନଥିଲେ।

ଆହୁରି ଦେଖନ୍ତୁ: Indian Bride Bald At Her Own Wedding: ବିବାହ ଦିନ ଲଣ୍ଡା ହେଲେ ମହିଳା, ସାମ୍ନାକୁ ଆସିଲା କାରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe