Military cooperation with Pakistan could prove costly Photograph: (Sambad.in)
ଇସଲାମାବାଦ: ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ସହଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ବର୍ଷ ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନ ଏବଂ ମହମ୍ମଦ ୟୁନୁସ୍ କ୍ଷମତାକୁ ଆସିବା ପରେ ସେମାନେ ପାକିସ୍ତାନକୁ ପ୍ରାଧାନ୍ୟ ଦେଇଛନ୍ତି। ଉଭୟ ଦେଶ ନୌସେନା ଅଭ୍ୟାସ 'ଅମନ ୨୦୨୫' ରେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି।
ଏହା ଭାରତ ପାଇଁ ସୁରକ୍ଷା ଚିନ୍ତା ସୃଷ୍ଟି କରୁଥିବାବେଳେ ଏନେଇ ବାଂଲାଦେଶ ପାଇଁ ମଧ୍ୟ ଏକ ସମସ୍ୟା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହା ବାଂଲାଦେଶ ପାଇଁ ସତର୍କ ଘଣ୍ଟି ହୋଇପାରେ। ପାକିସ୍ତାନ ସହ ମିଳିତ ହେବାର ଇତିହାସ ପ୍ରତରଣାରେ ଭରି ରହିଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।
ଢାକା ଏବଂ ଇସଲାମାବାଦ ମଧ୍ୟରେ ବଢୁଥିବା ସମ୍ପର୍କ ଦକ୍ଷିଣ ଏସିଆରେ ଏକ ନୂତନ ଅଧ୍ୟାୟ ଖୋଲିଛି କିନ୍ତୁ ଅସ୍ଥିର ମିଳିତ ଚୁକ୍ତି ଏବଂ ସୁବିଧାବାଦୀ ସହଭାଗୀତାର ପାକିସ୍ତାନର ଇତିହାସ ଏକ ଚେତାବନୀ ବୋଲି ରବିବାର ରାକ୍ଷୀ ରିପୋର୍ଟ କରିଛି। ଆଫଗାନିସ୍ତାନଠାରୁ ଚୀନ୍ ଏବଂ ଆମେରିକା ପର୍ଯ୍ୟନ୍ତ ଇସଲାମାବାଦର ବୈଦେଶିକ ସମ୍ପର୍କ ଅନେକ ସମୟରେ ଭୁଲ ପରିଚାଳନା, ରଣନୈତିକ ଅତ୍ୟଧିକ ଆକାଂକ୍ଷା ଏବଂ ଅପ୍ରତ୍ୟାଶିତ ପରିଣାମର ଶିକାର ହୋଇଛି।
ଦଶନ୍ଧି ଧରି ଆଫଗାନିସ୍ତାନରେ ପାକିସ୍ତାନ ହସ୍ତକ୍ଷେପ କରିଛି। ୧୯୯୦ ଦଶକରେ ଏବଂ ୨୦୨୧ରେ ଆମେରିକା ପ୍ରତ୍ୟାହାର ପରେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଥିଲା। ଏହି ପଦକ୍ଷେପଗୁଡିକ କାବୁଲରେ ପାକିସ୍ତାନର ପ୍ରଭାବକୁ ସାମୟିକ ଭାବରେ ବଢ଼ାଇ ଦେଇଥିଲା କିନ୍ତୁ ପାକିସ୍ତାନ ସୀମା ମଧ୍ୟରେ ଏହାର ବିପରୀତ ପ୍ରଭାବ ପଡିଥିଲା। ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ କ୍ରମାଗତ ଭାବରେ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହେଉଛି। ଏହି ଆକ୍ରମଣ ଯୋଗୁଁ ଇସଲାମାବାଦର ନିକଟତମ ସହଯୋଗୀ ବେଜିଂ ମଧ୍ୟ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଉପରେ ଏହାର ପ୍ରଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛି।
ବାଂଲାଦେଶ ପାଇଁ ପାକିସ୍ତାନ ସହ ମିଳିତ ହେବା ଯୋଗୁ ବିପଦ ସ୍ପଷ୍ଟ ହୋଇଛି। ସୁରକ୍ଷା ଚ୍ୟାଲେଞ୍ଜ ଚୀନ୍-ପାକିସ୍ଥାନ ସମ୍ପର୍କକୁ ତିକ୍ତ କରିଦେଇଛି। ଚୀନ୍ ସହିତ ପାରସ୍ପରିକ ଲାଭଦାୟକ ସମ୍ପର୍କକୁ ବାଂଲାଦେଶ ମାପିଚୁପି ବଜାୟ ରଖିଛି। ଏଭଳି ପରିସ୍ଥିତିରେ ଇସଲାମାବାଦ ସହିତ ଅତି ଘନିଷ୍ଠ ହେବା ପୂର୍ବରୁ ସତର୍କ ହେବା ଉଚିତ୍ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏହା କରିବା ଦ୍ବାରା ବାଂଲାଦେଶ ପାଇଁ ଅର୍ଥନୈତିକ ଏବଂ ସୁରକ୍ଷା ମଧ୍ୟ ବିପଦରେ ପକାଇବାର ଆଶଙ୍କା ରହିଛି। କାରଣ ପାକିସ୍ତାନର ଆର୍ଥିକ ଅସ୍ଥିରତା ବିଗିଡି ଯାଇଛି।
ପାକିସ୍ତାନ ସହିତ ବାଂଲାଦେଶର ଘନିଷ୍ଠ ସମ୍ପର୍କ ଢାକାରେ ଉଗ୍ରବାଦୀ ନେଟୱାର୍କକୁ ସକ୍ରିୟ କରିପାରେ। ପାକିସ୍ତାନ ଦୀର୍ଘକାଳୀନ ଲାଭ ପାଇଁ ଦୀର୍ଘ ଦିନରୁ ଏଭଳି କରିଆସୁଛି। ଏହା ଯୋଗୁ ପାକିସ୍ତାନ ନିଜର ସୁରକ୍ଷା ଏବଂ ସ୍ଥିରତାକୁ ମଧ୍ୟ ବିପଦରେ ପକାଇଛି।
ଆଫଗାନିସ୍ତାନ, ଚୀନ୍ ଏବଂ ଆମେରିକା ସହ ପାକିସ୍ତାନର ମିଳିତ ହେବା ସୁବିଧାବାଦୀ ଏବଂ ଅସ୍ଥିରତାର ଏକ ଢାଞ୍ଚା ପ୍ରକାଶ କରିଛି। ସାମ୍ପ୍ରତିକ ସମୟରେ ବାଂଲାଦେଶ ଅର୍ଥନୈତିକ ଅଗ୍ରଗତି କରିଛି ଏବଂ ଦକ୍ଷିଣ ଏସିଆରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଶକ୍ତି ଭାବରେ ବିଶ୍ୱ ଏହାକୁ ଦେଖୁଛି। ପାକିସ୍ତାନ ସହିତ ଏକ ମେଣ୍ଟ ଗଠନ କରିବା ଦ୍ୱାରା ଏହି ସଫଳତା ହ୍ରାସ ପାଇବ।
ଅଧିକ ପଢ଼ନ୍ତୁ: 'ମେରେ ହଜ୍ବେଣ୍ଡ୍ କି ବିବି'ର ଟ୍ରେଲର: ଅର୍ଜୁନ କପୁର ପତ୍ନୀ ଏବଂ ଗର୍ଲଫ୍ରେଣ୍ଡ ମଧ୍ୟରେ ଫଶି ରହିଛନ୍ତି
ଏହି ପରିପ୍ରେକ୍ଷୀରେ, ଅମନ ୨୦୨୫ରେ ଭାଗ ନେବାକୁ ଏବଂ ପାକିସ୍ତାନ ସହ ସାମରିକ ସହଯୋଗକୁ ଗଭୀର କରିବାକୁ ନିଷ୍ପତ୍ତି ଢାକା ପାଇଁ ଏକ ରଣନୈତିକ ପରିବର୍ତ୍ତନ ବୋଲି ସୂଚିତ କରିଛି କିନ୍ତୁ ଇସଲାମାବାଦ ସହ ମିଳିତ ମଞ୍ଚ ସହ ଜଡିତ ବିପଦକୁ ଅଣଦେଖା କରାଯାଇପାରିବ ନାହିଁ। ଆଫଗାନିସ୍ତାନର ଅସ୍ଥିରତା ଠାରୁ ଚାଇନାର ଋଣ ଜାଲ ଏବଂ ଆମେରିକାର କୂଟନୈତିକ ବିଚ୍ଛିନ୍ନତା ପର୍ଯ୍ୟନ୍ତ ପାକିସ୍ତାନର ମିଳିତ ଇତିହାସର ଏକ ଚେତାବନୀ ରହିଛି।
ଅଧିକ ପଢ଼ନ୍ତୁ: ଉଡାଣର ମାତ୍ର ୩୦ ସେକେଣ୍ଡରେ ଦୁର୍ଘଟଣା ହେଲା ଏୟାର ଆମ୍ବୁଲାନ୍ସ: ଜଳିଗଲେ ମାଆଝିଅଙ୍କ ସମେତ ୬ ଜଣ
Follow Us