Bangladesh violence: ବାଂଲାଦେଶ ହିଂସା: ଖବରକାଗଜ ପାଇଁ ‘ଘନଅନ୍ଧାର ରାତି’: ‘ପ୍ରଥମ ଆଲୋ’ ସମ୍ପାଦକ

Advertisment

ବାଂଲାଦେଶର ଭାରତ ବିରୋଧୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କର ମୃତ୍ୟୁ ପରେ ବାଂଲାଦେଶରେ ହିଂସା‌ ତେଜିଛି।  ବାଂଲାଦେଶରେ ୨ ପ୍ରମୁଖ ଖବରକାଗଜ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର୍‌ ସମେତ କେତେକ ପ୍ରମୁଖ ଗଣମାଧ୍ୟମ ଅଫିସ ଉପରେ ଶୁକ୍ରବାର....

ବାଂଲାଦେଶର ଭାରତ ବିରୋଧୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କର ମୃତ୍ୟୁ ପରେ ବାଂଲାଦେଶରେ ହିଂସା‌ ତେଜିଛି।  ବାଂଲାଦେଶରେ ୨ ପ୍ରମୁଖ ଖବରକାଗଜ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର୍‌ ସମେତ କେତେକ ପ୍ରମୁଖ ଗଣମାଧ୍ୟମ ଅଫିସ ଉପରେ ଶୁକ୍ରବାର....

fhshfbxbvvb

ଢାକା: ବାଂଲାଦେଶର ଭାରତ ବିରୋଧୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କର ମୃତ୍ୟୁ ପରେ ବାଂଲାଦେଶରେ ହିଂସା‌ ତେଜିଛି।  ବାଂଲାଦେଶରେ ୨ ପ୍ରମୁଖ ଖବରକାଗଜ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର୍‌ ସମେତ କେତେକ ପ୍ରମୁଖ ଗଣମାଧ୍ୟମ ଅଫିସ ଉପରେ ଶୁକ୍ରବାର ରାତିରେ ଭୟଙ୍କର ଆକ୍ରମଣ  ଘଟଣା ଗଣମାଧ୍ୟମ ଜଗତରେ ଆତଙ୍କ ଖେଳାଇ ଦେଇଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଅନେକ ଭିଡିଓରୁ ଦେଖିବାକୁ ମିଳିଛି ଯେ ବିଶୃଙ୍ଖଳ ଜନତା ଖବରକାଗଜ ଅଫିସ ଭଙ୍ଗାରୁଜା କରୁଛନ୍ତି ଏବଂ ଅଫିସରେ ନିଆଁ ଲଗାଇ ଦେଉଛନ୍ତି। ଅନ୍ୟପକ୍ଷେ ଅଫିସ ଭିତରେ ଥିବା ସାମ୍ବାଦିକମାନେ ଅନ୍‌ଲାଇନରେ ଜରୁରୀ ମେସେଜ୍‌ ପୋଷ୍ଟ୍‌ କରି ହିଂସା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ବିଶୃଙ୍ଖଳ ଜନତା ଶୁକ୍ରବାର ମଧ୍ୟରାତ୍ରିରେ କରୱନ ବଜାର ସ୍ଥିତ ଦି ଡେଲି ଷ୍ଟାର ଅଫିସ ଉପରେ ଆକ୍ରମଣ କରିବା ସମୟରେ ଅଫିସରେ ପ୍ରାୟ ୨୫ ଜଣ ସାମ୍ବାଦିକ ୪ ଘଣ୍ଟା ଧରି ଫସି ରହିଥିଲେ। ଏହା ପୂର୍ବରୁ ଆନ୍ଦୋଳନକାରୀ ପ୍ରଥମ ଆଲୋ ଅଫିସ୍‌ ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ ସ୍ଲୋଗାନ ଦେଇଥିଲେ।   ପ୍ରଥମ ଆଲୋ କାର୍ଯ୍ୟନିର୍ବାହୀ ସମ୍ପାଦକ ସଜ୍ଜଦ ସରିଫ ଏହି ଆକ୍ରମଣ ବାଂଲାଦେଶ ଖବରକାଗଜ ପାଇଁ ଏକ ‘ଘନଅନ୍ଧାର ରାତି’ ବୋଲି କହିଛନ୍ତି।  ସଜ୍ଜଦ କହିଛନ୍ତି,  ଗତ ରାତିରେ ଆମର ସାମ୍ବାଦିକମାନେ ଆସନ୍ତାକାଲିର ଖବରକାଗଜ ଏବଂ ଅନଲାଇନ ପାଇଁ କାମ କରିବା ସମୟରେ କିଛି ଦୁର୍ବୃତ୍ତ  ଆମ ମିଡିଆ ହାଉସ୍‌ ଭଙ୍ଗାରୁଜା କରିଛନ୍ତି ଏବଂ ଆକ୍ରମଣ କରିଛନ୍ତି।  ସେ କହିଛନ୍ତି, ଆମେ ଆଜି ଖବରକାଗଜ ଛାପିବାପାଇଁ ଅସମର୍ଥ ହୋଇଛୁ। ୧୯୯୮‌ରେ ଖବରକାଗଜର ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ କାଗଜ ଛପାଯାଇନି। ଅନ୍‌ଲାଇନରେ ଖବର ପୋଷ୍ଟ୍‌ କରିବା ମଧ୍ୟ ବନ୍ଦ ରହିଛି ବୋଲି ସେ କହିଛନ୍ତି।

Letter to oil sales company: ତୈଳ ବିକ୍ରୟକାରୀ କମ୍ପାନିଙ୍କୁ ଚିଠି: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଟାଙ୍କିରେ ତେଲ ମିଳିବନି

ବିଏନ୍‌ପି ନେତାଙ୍କ ଘରେ ୭ ବର୍ଷର ଶିଶୁକୁ ଜାଳିଦେଲେ

ଢାକା: ବାଂଲାଦେଶ ହିଂସା ଅତି ଉଗ୍ର ରୂପ ନେବାରେ ଲାଗିଛି।  ଲକ୍ଷ୍ମୀପୁର ସଦର ଉପଜିଲ୍ଲାର ଭବାନୀଗଞ୍ଜରେ ଜଣେ ସ୍ଥାନୀୟ ବିଏନ୍‌ପି (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି) ନେତାଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଜଣେ ୭ ବର୍ଷୀୟା ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।  ଲକ୍ଷ୍ମୀପୁର ସଦର ମଡେଲ ଥାନା ଇନଚାର୍ଜ ମହମ୍ମଦ ୱାହିଦ ପରଭେଜ କହିଛନ୍ତି, ଚାର୍‌ ମନସା ଗ୍ରାମର ସୁତରଗୁପ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛଇ।  ପୁଲିସ ଅନୁଯାୟୀ ଆକ୍ରମଣକାରୀ ବାହାରୁ ଘର ବନ୍ଦ କରିଦେଇଥିଲେ ଏବଂ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତା ଶିଶୁଙ୍କ ନାଁ ଆୟେଶା ଅକ୍‌ତେର। ସେ ସୁତାର ଗୁପ୍ତା ମାର୍କେଟର କୀଟନାଶକ ବ୍ୟବସାୟୀ ବେଲାଲ ହୋସେନଙ୍କ ଝିଅ।  ୱାହିଦ କହିଛନ୍ତି, ଆକ୍ରମଣ ସମୟରେ ବେଲାଲ ‌ହୋସେନ ଏବଂ ତାଙ୍କ ୨ ଝିଅ ବିଥି ଅକତେର ,  ସ୍ମୃତି ଅକତେର ଏବଂ ପତ୍ନୀ ସେଠାରେ ଶୋଇଥିଲେ।  ସ୍ଥାନୀୟ ଲୋକ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଗୁରୁତର ଅବସ୍ଥା‌ରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏଥିରେ ଜଣେ ୭ ବର୍ଷୀୟା ଶିଶୁର ମୃତ୍ୟୁ ହୋଇଯାଇଛି। ପୁଲିସ  ଘଟଣାର ତଦନ୍ତ ଆରମ୍ଭ କରିଛି।

Wildlife corridor blocked: ବନ୍ୟପ୍ରାଣୀ କରିଡର୍‌ ଅବରୋଧ ଦେଖି ଚୁପ୍‌ ରହିବେନି ନ୍ୟାୟାଳୟ

ଭାରତ-ବାଂଲାଦେଶ ସେନା ମୁଖ୍ୟ କଥାବାର୍ତ୍ତା‌

ଢାକା: ବାଂଲାଦେଶରେ ଏବେ ଭାରତ ବିରୋଧୀ ହିଂସା ତେଜିଛି। ଭାରତ ବିରୋଧୀ ଉଗ୍ରବାଦୀ ନେତା ସରିଫ ଓସମାନ ହାଦିଙ୍କୁ ହତ୍ୟା ପରେ ଦେଶବ୍ୟାପୀ ତୀବ୍ର ଉତ୍ତେଜନା ଦେଖାଦେଇଛି।  ଢାକାରେ ଜଣେ ମୁଖାପିନ୍ଧା ବନ୍ଧୁକଧାରୀ ଦ୍ବାରା ଗୁଳିମାଡ଼ର ଶିକାର ହେବାପରେ ହାଦିଙ୍କର ସିଙ୍ଗାପୁରରେ ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।  ହାଦିଙ୍କ ମୃତ୍ୟୁ ପରଠାରୁ  ଦେଶରେ ବ୍ୟାପକ ହିଂସା ଉପୁଜିଛି।  ଆନ୍ଦୋଳନକାରୀ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ହିଂସା ଘଟାଇ ବ୍ୟାପକ ପୋଡ଼ାଜଳା ଏବଂ ଭଙ୍ଗାରୁଜା କରିଛନ୍ତି। ସେମାନେ ଗତକାଲି ୨ଟି ପ୍ରମୁଖ ଖବରକାଗଜ ’ପ୍ରଥମ ଆଲୋ’ ଏବଂ ‘ଦି ଡେଲି ଷ୍ଟାର୍‌’ ଅଫିସରେ ନିଆଁ ଲଗାଇ ଦେଇଥିଲେ।  ସ୍ଥିତି ନିୟନ୍ତ୍ରଣ ପାଇଁ ଏବେ ଭାରତ-ବାଂଲାଦେଶ‌ ସେନା ମୁଖ୍ୟ ସିଧାସଳଖ କଥାବାର୍ତ୍ତା କରିଛନ୍ତି।  ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର ଉଜ୍‌ ଜମନ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କୁ ନିଶ୍ଚିତ କରିଛନ୍ତି ଯେ ବାଂଲାଦେଶରେ ସମସ୍ତ ଭାରତୀୟ ସମ୍ପତ୍ତି  ସୁରକ୍ଷିତ ଅଛି। ଅନ୍ୟପକ୍ଷେ ଗତକାଲି ବାଂଲାଦେଶରେ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା କରି ଜାଳିଦେବା ପରେ ସ୍ଥିତି ଅଧିକ ଜଟିଳ ହୋଇଯାଇଛି।  ଉକ୍ତ ଘଟଣାକୁ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର କଡ଼ା ନିନ୍ଦା କରିଥିବା ବେଳେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe