Narendra Modi : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଡିସେମ୍ବର ୧୯, ୨୦୨୫) ଦିନ ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ସେ କହିଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବର ବିକାଶ କଂଗ୍ରେସ ସରକାରଗୁଡ଼ିକର ଏଜେଣ୍ଡାରେ ନଥିଲା, ବରଂ ଆସାମକୁ ପୂର୍ବ-ପାକିସ୍ତାନର ଅଂଶ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ।
ଆହୁରି ପଢନ୍ତୁ : T-20 ବିଶ୍ବକପ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା, ବାଦ ପଡ଼ିଲେ ଗିଲ
ସେ କହିଥିଲେ, "କଂଗ୍ରେସ ସରକାରରେ ଥିବା ଲୋକମାନେ କହୁଥିଲେ, 'ଆସାମ ଏବଂ ଉତ୍ତର-ପୂର୍ବକୁ କିଏ ଯାଏ?' ସେମାନେ ଭାବୁଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବକୁ ଆଧୁନିକ ବିମାନବନ୍ଦର, ଉନ୍ନତ ରେଳପଥ ଏବଂ ରାଜପଥର ଆବଶ୍ୟକତା ନାହିଁ। ଏହି ଚିନ୍ତାଧାରା ଯୋଗୁଁ, କଂଗ୍ରେସ ଦଶନ୍ଧି ଧରି ଏହି ସମଗ୍ର ଅଞ୍ଚଳକୁ ଅବହେଳା କରିଥିଲା। ଦଶନ୍ଧି ଧରି କଂଗ୍ରେସ କରିଥିବା ଭୁଲଗୁଡ଼ିକୁ ମୋଦୀ ସୁଧାରି ଚାଲିଛି । ମୋ ପାଇଁ ଆସାମର ବିକାଶ ଏକ ଜରୁରୀ ଆବଶ୍ୟକତା ଓ ଏକ ଉତ୍ତରଦାୟିତ୍ବ“ ।
ଆହୁରି ପଢନ୍ତୁ : Raid: ଯୁବ ବ୍ୟବସାୟୀଙ୍କ ଘରେ ମାରାଥନ ଚଢ଼ଉ
ବାଂଲାଦେଶର ଷଡ଼ଯନ୍ତ୍ର
ବାଂଲାଦେଶରେ ଏବେ ହିଂସା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବେଶ ଗୁରୁତ୍ବ ବହନ କରୁଛି। କାରଣ ବାଂଲାଦେଶର ନେତାମାନେ ବାରମ୍ବାର ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଭାରତରୁ ଅଲଗା କରିବାକୁ ଧମକ ଦେଉଛନ୍ତି । ଏପରିକି ସେମାନେ ଭାରତର ସିଲିଗୁଡ଼ି କରିଡର ବା ଚିକେନ ନେକକୁ କାଟି ଦେବାକୁ ଧମକ ଦେଉଛନ୍ତି । ଜଣେ ବିଦ୍ରୋହୀ ନେତା ଧମକ ଦେଇଛନ୍ତି ଯେ ଭାରତର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ବାଂଲାଦେଶରେ ଆଶ୍ରୟ ଦିଆଯିବ । ଏପରି ସ୍ଥିତିରେ ଭାରତ ସରକାର ଉତ୍ତରପୂର୍ବରେ ଭିତ୍ତିଭୂମିର ବିକାଶ କରିବା ସହ ସେନା ଉପସ୍ଥିତି ବଢାଇଚାଲିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/26/modi-2025-08-26-02-36-24.jpg)