ଭଦ୍ରକ:  ଯୁବ ବ୍ୟବସାୟୀଙ୍କ ଭଦ୍ରକ ଜିଲ୍ଲା ସ୍ଥିତ ଘରେ ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ୍(Eow) ପକ୍ଷରୁ ଚଢ଼ାଉ କରାଯାଇଛି । ବାଇପାସ୍ ସ୍ଥିତ ନୀଳାଦ୍ରି ବିହାରର ହାଞ୍ଜ ସହ ଅନ୍ୟ ଦୁଇ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି । 

Advertisment

ଭଦ୍ରକ ଯୁବ ବ୍ୟବସାୟୀ ତଥା ଭଦ୍ରାୟିଣୀ ଡିଜେ, ଭଦ୍ରାୟିଣୀ ଫୋଟ ଗ୍ରାଫି, ଭଦ୍ରାୟିଣୀ ମୋବାଇଲ ସୋରୁମ ସଂସ୍ଥାର ମାଲିକ ରାମ ନାରାୟଣ ବଳଙ୍କ ବାଇପାସ ସ୍ଥିତ ଘର, ସାବରଙ୍ଗ ଏରଡ଼ା ଓ ରମ୍ଭିଳା ଫାର୍ମ ହାଉସରେ EOWର ୩ଟି ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଉଛି। 

ଆହୁରି ପଢ଼ନ୍ତୁ:Euthanasia: ୧୨ବର୍ଷ ହୋଇଗଲା, ଆଉ ସହି ହେଉନି; ଏବେ ପୁଅ ଚାଲିଯିବା ଭଲ: କାହିଁକି ଏ ଗୁହାରି କଲେ ମାତାପିତା

୩ମାସ ପୂର୍ବେ ବାସଭବନରୁ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା EOW ଟିମ୍

ସୂଚନା ଅନୁଯାୟୀ ଗତ ୩ ମାସ ପୂର୍ବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ EOWର ଏକ ଟିମ୍ ଭଦ୍ରକ ବାସଭବନରୁ ରାମ ନାରାୟଣ ବଳଙ୍କୁ ଉଠାଇ ନେଇଥିଲା ଏବେ ପୁଣି ଥରେ EOW ତରଫରୁ ଚଢ଼ଉ କରାଯାଇଛି । 

ତେବେ ବ୍ୟାପକ ଆର୍ଥିକ ଅନିୟମିତତା ସହ ଅନେକ ବେଆଇନ କାର୍ଯ୍ୟରେ ଜଡିତ ଥିବା ସୂଚନା ମିଳିଛି । ତେବେ ଘଟଣାକୁ ନେଇ ତଦନ୍ତ କାରି ରହିଛି। ଏନେଇ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ । ତେବେ ଚଢ଼ଉ ବେଳେ ୩ ଗାଡ଼ି ସହ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର EOW ନେଇଯାଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ:Half Burnt Dead Body Old Woman ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଶରୀର ଉଦ୍ଧାର,  ମୃତ୍ୟୁର କାରଣ ଅସ୍ପଷ୍ଟ

ରିପୋର୍ଟ: ହରିହର ନାୟକ