FUNERAL Photograph: (SAMBAD.IN)
ଢାକା: ବିଦ୍ରୋହ, ନ୍ୟାୟ ପାଇଁ ନାରାବାଜି ଦାବିରେ ସରିଲା ଛାତ୍ରନେତା ଉସମାନ ହାଦିଙ୍କ ଅନ୍ତିମ ସଂସ୍କାର । ଢାକାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ହଜାର ହଜାର ସମର୍ଥକଙ୍କ ଭିଡ ଭିତରେ ଶେଷ ହୋଇଛି ଉସମାନଙ୍କ ଅନ୍ତିମ ସଂସ୍କାର । ତେବେ ଏହି ସମୟରେ ଛାତ୍ରନେତାଙ୍କ ସମର୍ଥନରେ ପଡିଥିଲା ନାରାବାଜି । ଜାତୀୟ ପତାକା ସହ ଲୋକ ସଂସ୍କାର ସ୍ଥଳରେ ଭିଡ଼ ଜମାଇଥିଲେ ଏବଂ ହଜାର ହଜାର ଲୋକ ନ୍ୟାୟ ଦାବିରେ ନାରାବାଜି କରୁଥିଲେ । ଉସମାନଙ୍କ ବଳିଦାନ ବ୍ୟର୍ଥ ଯିବନି, ଅପରାଧୀଙ୍କୁ ଦଣ୍ଡ ମିଳିବ ବୋଲି କେହି କେହି ନାରା ଦେଉଥିଲେ ।
ଆହୁରି ପଢନ୍ତୁ- Chakki chalanasana: ଋତୁଚକ୍ରକୁ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ‘ଚକ୍କି ଚଳନାସନ’
ସେପଟେ ଉସମାନଙ୍କ ହତ୍ୟା ପରେ ପୂରା ଢାକାରେ ଶୋକାକୂଳ ପରିବେଶ ସୃଷ୍ଚି ହୋଇଛି । ତାଙ୍କ ପାଇଁ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । ଅନ୍ତିମ ସଂସ୍କାର ସ୍ଥଳରେ ପୋଲିସ ଛାଉଣୀ ସହ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଏମିତି ହୋଇଥିଲା ହତ୍ୟା ?
ତେବେ ଡିସେମ୍ବର ୧୨ ତାରିଖରେ ଉସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରିଥିଲେ । ୩୨ ବର୍ଷ ବୟସ୍କ ଉସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ବିଦ୍ରୋହ ଉଗ୍ରରୂପ ଧାରଣ କରିଥିଲା । ଢାକା ସହ ବାଂଲାଦେଶର ବହୁ ସହରରେ ଉସମାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ । ୩ଟି ଖବରକାଗଜର ଅଫିସକୁ ପୋଡ଼ି ଦେଇଥିଲେ । ଉସମାନଙ୍କ ମୃତ୍ୟୁ ପର ଠାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।
ଆହୁରି ପଢନ୍ତୁ- T-20 ବିଶ୍ବକପ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା, ବାଦ ପଡ଼ିଲେ ଗିଲ
ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଗତକାଲି ଢାକାରେ ପହଞ୍ଚିଥିଲା ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ । ଢାକା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି ଥିବା ବେଳେ ଶବ ପହଞ୍ଚିଥିଲା । ଆଉ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।
Follow Us