Barabanki Accident:ଗଙ୍ଗା ସ୍ନାନ ସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଶେଷ ହୋଇଗଲା ପୂରା ପରିବାର

ଅଳଙ୍କାର ବ୍ୟବସାୟୀ ତାଙ୍କ ପରିବାର ସହିତ ଗଙ୍ଗା ସ୍ନାନ ସାରି ଘରକୁ ଫେରୁଥିବା ବେଳେ ଭୟାବହ ସଡ଼କ ଦୁର୍ଘଟଣାର ହେଲେ ଶିକାର। ଚାପି ହୋଇଗଲା କାର। ଘଟଣାସ୍ଥଳରେ ଶେଷ ହୋଇଗଲା ପୂର ପରିବାର।

Untitled-16

barabanki accident: Photograph: (@sambad.in)

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାରାବାଙ୍କିର ଦେବା-ଫତେହପୁର ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା।  ଏହି ଦୁର୍ଘଟଣାରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ବାରାବାଙ୍କି ସିଏମଓ ଡକ୍ଟର ଅବଦେଶ କୁମାର ଯାଦବ ଏହି ଭୟାବହ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘ବିଳମ୍ବିତ ରାତିରେ ଲକ୍ଷ୍ମୌ ଟ୍ରାମା ସେଣ୍ଟରରେ ଚିକିତ୍ସା ସମୟରେ ୫୫ବର୍ଷୀୟ ଇନ୍ଦ୍ରପାଲ ଓ ୧୫ବର୍ଷୀୟ ବିଷ୍ଣୁଙ୍କ  ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟ ବି ସାମିଲ ରହିଛନ୍ତି।

ଅଧିକପଢ଼ନ୍ତୁ:ଫ୍ରୋଜେନ୍ ସୋଲ୍ଡର୍ ସମସ୍ୟାରେ ପୀଡ଼ିତ କି? ଆପଣାନ୍ତୁ ଏହି ଆୟୁର୍ବେଦିକ ଉପଚାର

ଭୟାବହ ଦୁର୍ଘଟଣା: ଶେଷ ହୋଇଗଲା ପୂରା ପରିବାର

ମୃତକ ପରିବାର ଫତେହପୁର କୋତବାଲି ଅଞ୍ଚଳର ମୁସିଗଞ୍ଜର ବାସିନ୍ଦା ଥିବା ଜଣାପଡ଼ିଛି। ଅଳଙ୍କାର ବ୍ୟବସାୟୀ ଥିବା ପ୍ରଦୀପ କୁମାର ସୋନି (୬୦) ପରିବାର ସହିତ ଗତ ସୋମବାର ରାତିରେ କାନପୁରର ବିଠୁରରୁ ଦର୍ଶନ ସାରି ଗଙ୍ଗାସ୍ନାନ କରି ଘରକୁ ଫେରୁଥିଲେ। ଏହି ସମୟରେ କଲ୍ୟାଣୀ ନଦୀ ପୋଲ ଉପରେ ତାଙ୍କ ଗାଡ଼ି ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ କାରଟି ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯାଇଥିଲା।

ଦୁର୍ଘଟଣା ରେ ପ୍ରଦୀପ କୁମାର ସୋନି, ତାଙ୍କ ସ୍ତ୍ରୀ ମାଧୁରୀ ରସ୍ତୋଗି(୫୮), ପୁଅ ନିତିନ (୩୫) ଓ ନୌମିଷ (୧୫) ସମେତ ଚାଳକ ଶ୍ରୀକାନ୍ତ ଶୁକ୍ଳ(୫୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି।

ଅଧିକପଢ଼ନ୍ତୁ:ବିନା ଦୋଷରେ ଜେଲ ଦଣ୍ଡ ଭୋଗିବା ପରେ ବୃଦ୍ଧଙ୍କୁ ଦେଶରୁ ତଡ଼ିବାକୁ ଉଦ୍ୟମ କରୁଛି ଆମେରିକା ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe