ବାରାକ୍ ଓବାମା ସମଲିଙ୍ଗୀ, ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି!: ଏଲନ୍ ମସ୍କଙ୍କ ବାପାଙ୍କ ବିବାଦୀୟ ଦାବି

Advertisment

ମସ୍କଙ୍କ ବାପା ଆରନ ମସ୍କ ବାରାକ ଓବାମା ଏବଂ ମିଶେଲ ଓବାମାଙ୍କ ବିଷୟରେ ଏକ ଅଜବ ଦାବି କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ବାରାକ ସମଲିଙ୍ଗୀ ଏବଂ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି। ସେ ମିଶେଲ ଓବାମାଙ୍କୁ ଜଣେ ପୁରୁଷ ଭାବରେ ବର୍ଣ୍ଣନା କରିଥିଲେ। ତାଙ୍କର ଏହି ଦାବି ବିବାଦ ସୃଷ୍ଟି କରିଛି...

ମସ୍କଙ୍କ ବାପା ଆରନ ମସ୍କ ବାରାକ ଓବାମା ଏବଂ ମିଶେଲ ଓବାମାଙ୍କ ବିଷୟରେ ଏକ ଅଜବ ଦାବି କରିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ବାରାକ ସମଲିଙ୍ଗୀ ଏବଂ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି। ସେ ମିଶେଲ ଓବାମାଙ୍କୁ ଜଣେ ପୁରୁଷ ଭାବରେ ବର୍ଣ୍ଣନା କରିଥିଲେ। ତାଙ୍କର ଏହି ଦାବି ବିବାଦ ସୃଷ୍ଟି କରିଛି...

Barack Obama Is Gay, He's Married To A Man!: Elon Musk's Father Controversial Claims

Barack Obama Is Gay, He's Married To A Man!: Elon Musk's Father Controversial Claims Photograph: (Sambad.in)

ୱାଶିଂଟନ: କୋଟିପତି ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ସମ୍ପ୍ରତି ପୂର୍ବତନ ଆମେରିକାର ପ୍ରଥମ ମହିଳା ମିଶେଲ ଓବାମାଙ୍କ ବିଷୟରେ ଏକ ଅଜବ ଦାବି କରିଛନ୍ତି। ସେ କହିଛନ୍ତି ଯେ, ମିଶେଲ ଓବାମା ଜଣେ ପୁରୁଷ ଯିଏ ଜଣେ ମହିଳାଙ୍କ ପରି ପୋଷାକ ପିନ୍ଧନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଏବଂ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା "ସମଲିଙ୍ଗୀ"। ଅତୀତରେ ଆରନ୍ ଅନଲାଇନରେ ତାଙ୍କର ସ୍ପଷ୍ଟବାଦୀତା ଏବଂ ଭିତ୍ତିହୀନ ବୟାନ ପାଇଁ ବିବାଦରେ ରହିଆସିଛନ୍ତି।

ସେ କହିଛନ୍ତି, ଓବାମା ଜଣେ ସମଲିଙ୍ଗୀ ସେ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି ଯିଏ ଜଣେ ମହିଳାଙ୍କ ପରି ପୋଷାକ ପିନ୍ଧନ୍ତି। ସେ ୱାଇଡ୍ ଆୱେକ୍ ପୋଡକାଷ୍ଟରେ ଜୋଶୁଆ ରୁବିନ୍ ସହିତ ଏକ ସାକ୍ଷାତକାରରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହୋଇ ଜୋଶୁଆ ପଚାରିଥିଲେ, ମିଶେଲ ଓବାମା କ'ଣ ଜଣେ ପୁରୁଷ?  ଏରୋଲ୍ କହିଥିଲେ, ନିଶ୍ଚିତ ଭାବରେ ତୁମେ ତାହା ଜାଣିନାହଁ କି?

ଏଥିରେ ସେ କନ୍ସିରେସି ଥିଓରୀର ଉଦାହରଣ ଦେଇଛନ୍ତି ଯାହା ୨୦୧୪ ମସିହାରେ ଭାଇରାଲ ହୋଇଥିଲା ଯେତେବେଳେ ହାସ୍ୟ ଅଭିନେତା ଜନ୍ ରିଭର୍ସ ପୂର୍ବତନ ପ୍ରଥମ ମହିଳା ମିଶେଲ ଓବାମାଙ୍କ ଲିଙ୍ଗ ବିଷୟରେ ପରିହାସ କରିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ବାରାକ ଓବାମା "ସମଲିଙ୍ଗୀ"। ଏରୋଲ୍ କହିଥିଲେ, "ଜନ୍ ରିଭର୍ସ ଏହାକୁ ସର୍ବସାଧାରଣରେ ଉଲ୍ଲେଖ କରିଥିଲେ। ତେବେ ତାଙ୍କର ଦୁଇ ସପ୍ତାହ ପରେ ମୃତ୍ୟୁ ହୋଇଥିଲା। 

ଏହି ଅଜବ ଦାବି କରିବାର କିଛି ସପ୍ତାହ ପରେ, ୪ସେପ୍ଟେମ୍ବର୨୦୧୪ରେ ରିଭର୍ସଙ୍କ ମସ୍ତିଷ୍କ କ୍ଷତ ଯୋଗୁ ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହି ଦାବିର କୌଣସି ପ୍ରମାଣ ମିଳିନାହିଁ। 

ଅଧିକ ପଢ଼ନ୍ତୁ: ନାଟୋ ସମାପ୍ତ ହେଉଥିବା ନେଇ ଚର୍ଚ୍ଚା: ପୁଟିନଙ୍କ ଆଗରେ ୟୁରୋପକୁ ଉପସ୍ଥାପନ କଲେ ଟ୍ରମ୍ପ


ସୂଚନାଯୋଗ୍ୟ, ବାରାକ ଓବାମା ଏବଂ ମିଶେଲଙ୍କ ସାକ୍ଷାତ ୧୯୮୯ ମସିହାରେ ଏକ ଆଇନ ଫାର୍ମରେ ହୋଇଥିଲା। ସେମାନେ ୧୯୯୨ ମସିହାରେ ବିବାହ କରିଥିଲେ।  ସେମାନଙ୍କର ଦୁଇଟି ସନ୍ତାନ ମାଲିଆ ଏବଂ ସାଶା ଅଛନ୍ତି।

ଅଧିକ ପଢ଼ନ୍ତୁ: ଜୀବନସାରା ଅସୀମିତ ଗୁପଚୁପ୍ ଅଫର: ଲାଡଲି ବହେନଙ୍କ ପାଇଁ ସ୍ୱତନ୍ତ୍ର ଅଫର…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe